ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ ସେପ୍ଟେମ୍ବର ୬ କଳା ଦିବସ ପାଳିତ 

ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ ସେପ୍ଟେମ୍ବର ୬ କଳା ଦିବସ ପାଳିତ 

 ମୟୂରଭଞ୍ଜ – ୬/୯ ( ମସିହା) ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ସମ୍ବିଧାନରେ ଭାରତ ସରକାର କୁଡୁମି ସଂପ୍ରଦାୟକୁ ବିନା କାରଣରେ ଏସଟି ମାନ୍ୟତାରୁ ଉଛେଦ କରିଥିଲେ ।ଯାହାକି କଡୁମି ଜାତିର ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଇଛି ।ଏହାକୁ ନେଇ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା କୁଡୁମି ଜାତିକୁ ପୁନଃ ଏସଟି ମାନ୍ୟତା ଦେବା ପାଇଁ କୁଡୁମି ସଂପ୍ରଦାୟ ପକ୍ଷରୁ ନିଜର ହଁ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯାଉଛି ।ସାରା ଭାରତରେ କୁଡୁମି ସଂପ୍ରଦାୟର ଲୋକେ ୩ କୋଟିରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଓଡ଼ିଶାର ୯ ଟି ଜିଲ୍ଲାରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ କୁଡମି ସମାଜର ଲୋକେ ବସବାସ କରୁଛନ୍ତି ।ସରକାର ନିର୍ଵାଚନ ଆସିଲେ କେବଳ ଭୁଆଁ ଭୁଲାଉଛନ୍ତି । ତେଣୁ କୁଡୁମି ସଂପ୍ରଦାୟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସେପ୍ଟେମ୍ବର ୬ କୁ କଳା ଦିବସ ପାଇଁ ଜୋରଦାର ପ୍ରସ୍ତୁତ କରାଯାଇଥିଲା । ଆଜି ମହିଳା କୁଡୁମି ସେନା,ଓଡିଶା ରାଜ୍ଯ ସଭାନେତ୍ରୀ ସୁଜାତା ମହାନ୍ତଙ୍କ ନେତୃତ୍ବରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଇଚିଣ୍ଡାରେ ଏକ ବିଶାଳ ଶୋଭାଯାତ୍ରା ଏକ ବିଶାଳ ଶୋଭାଯାତ୍ରା ପରିକ୍ରମା କରିଥିଲା । ସମସ୍ତେ ମୁଣ୍ଡରେ କଳା ଫିତା ବାନ୍ଧି ପ୍ରତିବାଦ ଜଣାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବି ପ୍ରତି ଅଣଦେଖା କରିଥିବାରୁ ସରକାରଙ୍କୁ ପୁନଃ ବିଚାର ପାଇଁ ଅନୁରୋଧ କରିଥିଲେ ।ଯାହାକୁ ନେଇ କୁଡୁମି ସମାଜ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ତେଣୁ ସରକାର ଆଗାମୀ ଦିନରେ ଯଦି କୁଡୁମି ସମାଜର ଏକମାତ୍ର ଦାବିକୁ ଗ୍ରହଣ ନ କରନ୍ତି ତାହାହେଲେ ଆଗାମୀ ଦିନରେ କୁଡୁମି ସମାଜ ରାଜରାସ୍ତାକୁ ଓହ୍ବାଇବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦାୟୀ ରହିବେ ବୋଲି ପ୍ରତିବାଦ ସଭାରେ ମହିଳା ନେତୃଵୃନ୍ଦ କହିଥିଲେ । ସେମାନେ କହିଛନ୍ତି ଆମର ଶେଷ ନିଷ୍ପତ୍ତି ନୋ ଏସଟି ନୋ ଭୋଟ । ଆନ୍ଦୋଳନରେ ଵରିଷ୍ଠ କୁଡୁମି ନେତା ବାନ୍ଦରୁ ମହାନ୍ତ,ମହିଳା କୁଡୁମି ସେନା ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁମନା ମହାନ୍ତ,ବାମନଘାଟୀ ଉପଖଣ୍ଡ ସଭାପତି ସୌଭାଗ୍ୟ ମହାନ୍ତ,କୁସୁମି ବ୍ଳକର ବିମଳା ମହାନ୍ତ,ଵହଳଦା ବ୍ଳକର ଅଂଞ୍ଜନା ମହାନ୍ତ, ରାଇରଙ୍ଗପୁର ଟାଉନ୍ ପ୍ରେମଲତା ମହାନ୍ତ, ମିନତୀ, ବୀଣାପାଣି, ମନ୍ଦୋଦରୀ,ଶାନ୍ତିଲତା,ସଂନ୍ଧ୍ଯାରାଣୀ, ସଂଯୁକ୍ତା,ନାଶମଣି,ବୈଶାଖୀ, ଫୁଲମଣି,ନେହା, ସୁକୁମାରୀ, ଶକୁନ୍ତଳା,ପ୍ରଣତି,ଯଶୋଦା,ବେବୀ ସମେତ ବହୁ ମହିଳା କୁଡୁମି ସେନାର ସଦସ୍ୟା ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବସ୍ତାରୁ ହରିଣ ଉଦ୍ଧାର ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

masiha

ନୁତନ ମଞ୍ଜୁରି ପ୍ରାପ୍ତ ବାଦାମପହାଡ଼-ପୁରୀ ଜଗନ୍ନାଥଧାମ-ପୁରୀ ସ୍ପେଶାଲ ଏକ୍ସପ୍ରେସ ଟ୍ରେନ ପାଇଁ ଏକମାତ୍ର ଅଁଳାଯୋଡି ରେଳ-ଜଙ୍କଶନ ସ୍ଟେଷନରେ ଦୁଇ-ମିନିଟ ରହଣି ପାଇଁ ଦାବିପତ୍ର ପ୍ରଦାନ

masiha

ନୀଳମଣୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ତରଫରୁ ଆୟୋଜିତ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!