ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

ଜୁନାଗଡ଼,୬/୯(ମ ନି ସ)ଜୁନାଗଡ ସ୍ଥିତ ସର୍ବପୁରାତନ ଦଧି ବାମନ ଙ୍କ ମନ୍ଦିର ରେ ଆଜି ସକାଳରେ ପଣ୍ଡିତ ନିରଜଂନ ବଡ ପଣ୍ଡା ଆବହନ କ୍ରମେ ପଣ୍ଡିତ ଙ୍କ ସଭା ବସିଥିଲା l ଉକ୍ତ ସଭାରେ ଜ୍ୟୋତିର ବିଦ୍ ପଣ୍ଡିତ ଶ୍ରି ବିଶ୍ନୁ ପ୍ରସାଦ ପାଣିଗ୍ରାହୀ, ଜ୍ଯୋତିର୍ ବିଦ୍ ଶ୍ରି ଫକୀର ନାରାୟଣ ପାଟ୍ଟଯୋଶୀ, ଜ୍ୟୋତିର୍ ବିଦ୍ ମଧୁସୂଦନ ପୁରୋହିତ ଉପସ୍ଥିତ ହୋଇ ନବାନ୍ନ ଲଗ୍ନ ସମ୍ବନ୍ଧ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l ପରିଶେଷରେ ସେପ୍ଟେମ୍ବର ୨୦ତାରିଖ ପାଞ୍ଚମି ବୁଧବାର ସକାଳ ୭:୫୮ ରୁ ୮:୧୩ ମଧ୍ୟେ ମହାପ୍ରଭୁ ଶ୍ରୀ ଦଧିବାମନ ଙ୍କ ନିକଟ ରେ ନବାନ୍ନ ଲାଗି ହେବ ବୋଲି ନିଷ୍ପତ୍ତି ନିଆଗଲା l ଏହି ସମୟରେ ସମସ୍ତେ ନବାନ୍ନ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

masiha

କୋକସରା ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

masiha

ଗୁରୁ ଦିବସ ରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ତରଫ ରୁ ବୃକ୍ଷ ରୋପଣ

masiha

Leave a Comment

error: Content is protected !!