ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ବର୍ଷ ଅପେକ୍ଷା ପରେ ଆବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ମିଳିଲା କିନ୍ତୁ ନିର୍ମାଣ ସାମଗ୍ରୀ ଦର ଦେଖି ଚିନ୍ତାରେ ହିତାଧିକାରୀ  

ଚାରି ବର୍ଷ ଅପେକ୍ଷା ପରେ ଆବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ମିଳିଲା କିନ୍ତୁ ନିର୍ମାଣ ସାମଗ୍ରୀ ଦର ଦେଖି ଚିନ୍ତାରେ ହିତାଧିକାରୀ  

ତେନ୍ତୁଳିଖୁଣ୍ଟି ୦୬/୦୯/୨୩  // ଯେଉଁ ଦିନ ରୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ କାର୍ଯ୍ୟାଦେଶ ମିଳିବା ଆରମ୍ଭ ହେଲା ସେହି ଦିନରୁ ଗୃହ ନିର୍ମାଣ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଲାଣି। ଦୀର୍ଘ ଚାରି ବର୍ଷ ଅପେକ୍ଷା ପରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ 15 ଟି ପଞ୍ଚାୟତରେ 3900ରୂ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) କାର୍ଯ୍ୟାଦେଶ ପାଇଛ ନ୍ତି। ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି 3500 ହିତାଧିକାରୀଙ୍କୁ ମିଳିଛି। ଅବଶିଷ୍ଟ  400 ଜଣଙ୍କ କାଗଜପତ୍ରରେ ତ୍ରୁଟିଥିବାରୁ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ମିଳିପାରିନାହିଁ।

ପ୍ରଥମ କିସ୍ତି ହାତେଇଥିବା ହିତାଧିକାରୀ ଘର ନିର୍ମାଣ ଆରମ୍ଭ କଲେଣି। ହେଲେ ଏବେ ଘର ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଦର ଅହେତୁକ ବୃଦ୍ଧି ହିତାଧିକାରୀଙ୍କୁ ଚିନ୍ତାରେ ପକାଇଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅର୍ଥରାଶିରେ ଘର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା କଷ୍ଟକର ବ୍ୟାପାର ବୋଲି କହୁଛନ୍ତି। ତେଣୁ ସରକାର ଗୃହ ନିର୍ମାଣର ଅଟକଳ ମୂଲ୍ୟ ବଢ଼ାଇବାକୁ ହିତାଧିକାରୀଙ୍କ ପକ୍ଷରୁ ଦାବି ଜୋର ହୋଇଛି।

ବାସହୀନ, କଚ୍ଚାଘର, ଚାଳିଆ, ଝୁମ୍ପୁଡ଼ି ଆଦି ଘରେ ବସବାସ କରୁଥିବା ପରିବାର ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର, ମୋ କୁଡିଆ ଆଦି ଯୋଜନା ବନ୍ଦ ହୋଇଯିବା ପରେ କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ(ଏବେ ପ୍ରଧାନମନ୍ତ୍ରୀ ଆବାସ ନାମରେ ନାମିତ) ଯୋଜନାକୁ ହିତାଧିକାରୀ ଭରସା । ଆବାସ ଯୋଜନା ଘର ନିର୍ମାଣ ପାଇଁ ହିତାଧିକାରୀଙ୍କ ପିଛା ୧.୩୦ଲକ୍ଷ ଟଙ୍କା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ମଜୁରି ବାବଦକୁ ୨୨,୯୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅର୍ଥରେ ଜଣେ ହିତାଧିକାରୀଙ୍କୁ 269 ବର୍ଗଫୁଟର ଘର ନିର୍ମାଣ କରିବାକୁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଉଛି। ନିର୍ଦ୍ଧାରିତ ୪ମାସ ମଧ୍ୟରେ ଘର ନିର୍ମାଣ ଶେଷକଲେ ପ୍ରୋତ୍ସାହନ ରାଶି ବାବଦକୁ ୨୦ ହଜାର, ୬ ମାସ ମଧ୍ୟରେ ଶେଷକଲେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଦରଦାମ୍‌ ଅହେତୁକ ବୃଦ୍ଧି ଯୋଗୁ ଘର ନିର୍ମାଣରେ ମନ୍ଥରତା ଆସିଯାଇଛି।

  ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ରେ ସିମେଣ୍ଟ୍‌ ବସ୍ତା ପିଛା ୩୫0 ଟଙ୍କା, ବାଲି ଟ୍ରାକ୍ଟର ପିଛା 4୦୦୦ରୁ ,ମେଟାଲ ଟ୍ରାକ୍ଟର ପିଛା 7000, ଚିପିସ ଟ୍ରାକ୍ଟର 7000 , ଗୋଟିଏ ଇଟା ପିଛା 4ଟଙ୍କାରୁ ଊର୍ଦ୍ଧ୍ୱ ଓ ଲୁହାଛଡ଼ର ଦର କ୍ୱିଣ୍ଟାଲ ପିଛା 6200 ରହିଛି ,ଆଗ  ଅପେକ୍ଷା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଦର ଆହୁରି ବଢ଼ିବା ସମ୍ଭାବନା ରହିଛି ବୋଲି ବ୍ୟବସାୟୀମାନେ ମତବ୍ୟକ୍ତ କରୁଛନ୍ତି। ଏଭଳିସ୍ଥିତିରେ ଘର ନିର୍ମାଣ କରିବାକୁ ହିତାଧିକାରୀ ପଛଘୁଞ୍ଚା ଦେଉଛନ୍ତି। ଯଦିବା ଘର ନିର୍ମାଣ କାର୍ଯ୍ୟ ଜାରି ରଖିନ୍ତି, ତେବେ ନିର୍ଦ୍ଧାରିତ ଅର୍ଥରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ରାଜମିସ୍ତ୍ରିଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଦରଦାମ ଆଧାରରେ ଏକ ବାସ ଉପଯୋଗୀ ଘର ନିର୍ମାଣ ପାଇଁ ୧ ବର୍ଗଫୁଟ ପିଛା ଗ୍ରାମାଞ୍ଚଳରେ 200ରୁ 250 ଟଙ୍କା ଖର୍ଚ୍ଚ ରହିଛି। ସେହି ହିସାବରେ 269 ବର୍ଗ ଫୁଟର ଘର ନିର୍ମାଣ ପାଇଁ ଧାର୍ଯ୍ୟ ରହିଛି। ହେଲେ ଏଠାରେ ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକତାଠାରୁ ବହୁତ କମ୍‌ ଟଙ୍କା ମିଳୁଛି। ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ବହୁ ହିତାଧିକାରୀଙ୍କ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଡିଓ ମନୋଜ କୁମାର ପାଣିଗ୍ରାହୀ ପଚାରିବାରୁ ସେ କହିଛନ୍ତି, ଘର ନିର୍ମାଣ ପାଇଁ ଆବଣ୍ଟିତ ଅର୍ଥ ବଜେଟରେ ଅନୁମୋଦିତ ହୋଇଛି ସରକାର ଙ୍କ ତରଫରୁ ଯାହା ନିର୍ଦ୍ଧାରିତ ହୋଇଛି ହିତାଧିକାରୀ ପାଇବେ ବୋଲି କହିଛନ୍ତି।ତେନ୍ତୁଳିଖୁଣ୍ଟି ବ୍ଲକରେ କେତେକ ବ୍ୟବସାୟୀ ଚଢା ଦରରେ ବିକ୍ରି କରି ମାଲେମାଲ ହେବା ଦେଖି ବାକୁ ମିଳିଛି ।ଲୋକ ଦେଖି ବ୍ୟବସାୟ କରୁଥିବା ଜଣାପଡିଛି।ତେନ୍ତୁଳିଖୁଣ୍ଟି ବ୍ଳକର ବରିଷ୍ଠ ସମାଜସେବୀ ଧରଣୀସିଂ କହିଛନ୍ତି ଏହି ଅଞ୍ଚଳ ର ବ୍ୟବସାୟୀ ମାନେ ଟେକ୍ସଫାଙ୍କି ବ୍ୟବାସାୟ କରୁଛନ୍ତି ଏବଂ ମନଇଚ୍ଛା ରେଟ ନେଉଛନ୍ତି ବୋଲି କହିଛନ୍ତି  । 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦୁର୍ଘଟଣା ଶୂନ୍ୟ ସପ୍ତାହ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

କୂଅ ରେ ପଡିଥିବା ଭାଲୁ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

ନୂଆପଡା ଜିଲ୍ଲା ମିନିଷ୍ଟାଡିୟମ ଠାରେ ବିଶ୍ଵ ହକି ପାଇଁ ମିନି ମାରାଥନ ଦୌଡ଼

Sunil Chandra Nayak

Leave a Comment

error: Content is protected !!