ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ , ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ନିତୀ ପ୍ରଣୟନ ଆବଶ୍ୟକ 

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ,

ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ନିତୀ ପ୍ରଣୟନ ଆବଶ୍ୟକ 

ଜୁନାଗଡ଼,୧୯/୧୨(ମ ନି ସ) ସାମ୍ପ୍ରତିକ ସମାଜରେ ସାମ୍ବାଦିକଙ୍କ ସାମାଜିକ, ଅର୍ଥନୈତିକ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ନୀତିରେ ଆବଶ୍ୟକତା ରହିଛି। ଏଥିପାଇଁ ସାମ୍ବାଦିକ ମାନେ ଗ୍ରାମାଞ୍ଚଳରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଛନ୍ତି। ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇ ସାମ୍ବାଦିକ ମାନଙ୍କ ସ୍ବାର୍ଥ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ରନିତୀ ପ୍ରଣୟନ କରିବାର ଆବଶ୍ୟକତା ରହିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧିନ କୁସୁମଖୁଣ୍ଟି ସ୍ଥିତ ୟୁଆଇପି ଡ଼ାକ ବଙ୍ଗଳାରେ ରାଜ୍ୟ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ସମ୍ମିଳନୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସଂଗଠକ ମଧୁ ମହାନ୍ତି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସଂଘର ରାଜ୍ୟ ସଭାପତି ରବିନାରାୟଣ ଚଳାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ଗଣପତି ନାଏକ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୌତମ ବିହାରୀ, କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ପୂର୍ବତନ ସରପଞ୍ଚ ସରୋଜ ସିଂ, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧ୍ବଜ ଲହଜଲ, ସଂଘର ଜିଲ୍ଲା ସଭାପତି ରମେଶ ବେହେରା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସେବା, କର୍ତ୍ତବ୍ୟ ଏବଂ ସମାଜ ପ୍ରତି ଥିବା ଦାୟିତ୍ଵବୋଧକୁ ପ୍ରଶଂସା କରିଥିଲେ। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ସମାଜ ସେବାକୁ ବ୍ରତୀ କରିଥିବା ନରେନ୍ଦ୍ର କ୍ଷିତି,ରମଣୀ କାନ୍ତ ଜାଲ, ସୁନ୍ଦର ମୋହନ୍ ଛତ୍ରିଆ, ସୁବାସ ଚନ୍ଦ୍ର ବାଗ, ଦୁର୍ଯ୍ୟୋଧନ ମାଝୀ, ଶିବାନନ୍ଦ ନାଏକ ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ମଞ୍ଚକୁ ସାମ୍ବାଦିକ ପରମାନନ୍ଦ ଠାକୁର ପରିଚାଳନା କରିଥିଲେ। ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତୁଲସୀରାମ ଛତ୍ରିଆ, ଉପଦେଷ୍ଟା ନିକୁଞ୍ଜ ବିହାରୀ ଚଲାନ, କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରସାଦ ନାଏକ, ରାଜ୍ୟ ଉପସଭାପତି ଗଣେଶ ରାମ ବାଗ, ଜିଲ୍ଲା ସଂଗଠାନିକ ସମ୍ପାଦକ ସୁବୋଧ ରଣା, ଯୁବ ସାମ୍ବାଦିକ ତୁଲମଣି ନାଗ, କାହ୍ନୁ ଚରଣ ସାହୁ, ମହମ୍ମଦ ମଞ୍ଜୁର ଇଲ୍ଲାହୀ ସମେତ ସାମ୍ବାଦିକ ମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ସଂକୀର୍ଣ୍ଣ ପୋଲ ସାଜିଲା ଦୁର୍ଘଟଣାର କାରଣ, ଟ୍ରକ ଚାପାରେ ବାଇକ୍ ଆରୋହୀଙ୍କ ଜୀବନ ଗଲା

Sunil Chandra Nayak

ବିଶ୍ବଶାନ୍ତି ପ୍ରତିଷ୍ଠା ପାଇଁ ପୂଜା ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ସଂଗଠନ, ସାମ୍ବାଦିକା ଓ ସାମ୍ବାଦିକ ସମ୍ବର୍ଦ୍ଧିତ

masiha

ବିଦ୍ୟାଳୟରେ ଦ୍ଵିତୀୟ ଅଭିଭାବକ , ଶିକ୍ଷକ ବୈଠକ 

Sunil Chandra Nayak

Leave a Comment

error: Content is protected !!