ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଣିରେ ସାଇବର ସଚେତନତା କାର୍ଯ୍ୟକ୍ରମ

ବଲାଣିରେ ସାଇବର ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର/ଭଦ୍ରାସାହି, ୧୧/୮ (ନି.ପ୍ର.) : ଡିଜିଟାଲ ଯୁଗରେ ବଢ଼ିଚାଲିଥିବା ସାଇବର ଅପରାଧ ଓ ଅନଲାଇନ୍‌ ଠକେଇକୁ ରୋକିବା ଲାଗି କେନ୍ଦୁଝର ପୋଲିସ ପକ୍ଷରୁ ସଚେତନତା ଅଭିଯାନ ଜାରି ରହିଛି। ଏହି କ୍ରମରେ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ପରିସରରେ ସୋମବାର ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ବଲାଣି ଥାନା ଅଧିକାରୀ ଜୋସକେତନ ଭୋଇଙ୍କ ସମେତ ସାଇବର ଟିମ୍‌ର ସଦସ୍ୟମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ଏବଂ ଅନଲାଇନ୍‌ ଠକେଇରୁ ବର୍ତ୍ତିବାର ବିଭିନ୍ନ ଉପାୟ ସମ୍ପର୍କରେ ସଚେତନ କରାଇଥିଲେ। ବିଶେଷକରି ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ଠାରୁ ଆସୁଥିବା ସନ୍ଦେହଜନକ ଲିଙ୍କ, ମେସେଜ୍‌, ଲୋଭନୀୟ ଅଫର ଏବଂ ଅଜଣା ଆପ୍‌ ଡାଉନଲୋଡ୍‌ ନକରିବାକୁ ପରାମର୍ଶ ଦିଆଯାଇଥିଲା।

ଏଥିସହ ଓଟିପି, ଏଟିଏମ୍‌ ପିନ୍‌, ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ, ପାସୱାର୍ଡ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେୟାର ନକରିବାକୁ ପୋଲିସ ପକ୍ଷରୁ ସତର୍କ କରାଯାଇଥିଲା। ଅଜଣା ଫୋନ୍‌ କଲ୍‌, ମେସେଜ୍‌ କିମ୍ବା ଲିଙ୍କ ମାଧ୍ୟମରେ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ପୋଲିସକୁ ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସୁରକ୍ଷା ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ସୁରକ୍ଷିତ ଓ ସତର୍କ ଭାବେ ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ ବ୍ୟବହାର କରିବାକୁ ପୋଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନରକ୍ଷୀ ଓ ବାନପାଳଙ୍କୁ ଗୁଳିମାଡ ଘଟଣାରେ ପ୍ରଶାସନର ନୀରବତା ପାଇଁ ୫ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ରେଳ ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ ସ୍ଥାପିତ

Sunil Chandra Nayak

Leave a Comment

error: Content is protected !!