ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ଚାଷୀ ପୁଅ ସଞ୍ଜୟଙ୍କ ପି.ଏଚ.ଡି ହାସଲ 

ସାଧାରଣ ଚାଷୀ ପୁଅ ସଞ୍ଜୟଙ୍କ ପି.ଏଚ.ଡି ହାସଲ 

 ମୟୂରଭଂଜ – ୨୨/୦୯ —  ମୟୂରଭଂଜ ଜିଲ୍ଲାର ଯଶିପୁର ବ୍ଲକ ବାଉଁଶନାଳୀ ପଂଚାୟତର ବଣ ପାହାଡ଼ ଘେରା ଆଦିବାସୀ ବହୁଳ ରାମସାହି l ଗ୍ରାମଟି ସମଗ୍ର ଯଶିପୁର, କୁସୁମୀ ଓ ରରୁଆଁ ବ୍ଲକ ଅଞ୍ଚଳର ପରିଚିତ ଗାଁ l ଗ୍ରାମର ସାଧାରଣ ଚାଷୀ ପୁଅ ସଞ୍ଜୟ ପୂର୍ତ୍ତି ବାଣିଜ୍ୟରେ ପିଏଚଡି ହାସଲ କରି ଗ୍ରାମ ପାଇଁ ଗୌରବ ଆଣିଛନ୍ତି l ରାମସାହିର ମାତା ରୁକ୍ମଣି ପୂର୍ତ୍ତି ଏବଂ ପିତା ସେଲାଇ ପୂର୍ତ୍ତିଙ୍କ ପୁଅ ସଞ୍ଜୟ ଜଣେ ବାଲ୍ୟ ଅବସ୍ଥାରୁ ମେଧାବୀ ଛାତ୍ର ରହି ଆସିଛନ୍ତି l ନିକଟରେ ସେ ଭୁବନେଶ୍ଵରସ୍ଥିତ କିସ୍ ଡିମିଡ୍ ବିଶ୍ଵବିଦ୍ୟାଳୟରୁ ବାଣିଜ୍ୟରେ ଡକ୍ଟର (ପିଏଚଡି) ହାସଲ କରିଛନ୍ତି l  

ଶିକ୍ଷା ପ୍ରତି ଅଟଳ ସମର୍ପଣ, ନମ୍ର ଆରମ୍ଭ ସତ୍ତ୍ୱେ, ଆତ୍ମ-ଉନ୍ନତି ଏବଂ ସାମାଜିକ ଅବଦାନ ପ୍ରତି ଗଭୀର ପ୍ରତିବଦ୍ଧତାର ଉଦାହରଣ। ଏକ ସଂଘର୍ଷ କରୁଥିବା ଚାଷୀ ପରିବାରରୁ ପିଏଚଡି ହାସଲ କରିବା ପର୍ଯ୍ୟନ୍ତ ଯାତ୍ରା ସ୍ଥିରତା ଏବଂ ବୌଦ୍ଧିକ ଦୃଢ଼ତାର ପ୍ରମାଣ। ବର୍ତ୍ତମାନ, ହାତରେ ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତା ସହିତ, ବ୍ୟକ୍ତିର ଶିକ୍ଷକତା ବୃତ୍ତିରେ ପ୍ରବେଶ କରିବାର ଆକାଂକ୍ଷା ଏହାକୁ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟ କରିବ l ସଞ୍ଜୟ ପିଏଚଡି ହାସଲ ପରେ ତାଙ୍କରି ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା କେବଳ ଏକ କ୍ୟାରିଅର ପସନ୍ଦ ନୁହେଁ; ଏହା ଏକ ଆହ୍ୱାନ l ସଞ୍ଜୟ କୁମାର ପୁର୍ତ୍ତିଙ୍କ ପିଏଚଡି ହାସଲ ପରେ ସାମାଜିକ ଓ ସାଂସ୍କୃତିକ ସଂଗଠନ ହୋ ଗାଲାଙ୍ଗ କମିଟିର ସଭାପତି ଗଙ୍ଗାଧର ହେମ୍ବ୍ରମ, ସଂସ୍ଥାପକ ଗିରିଶ ଚନ୍ଦ୍ର ହେମ୍ବ୍ରମ, ଆଦିବାସୀ ହୋ ସମାଜ ମହାସଭାର ସଭାପତି ମନୋରଞ୍ଜନ ତିରିଆ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି l

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ ଉପଖଣ୍ଡ ହସ୍ପିଟାଳ ରେ ରୋଗୀ କଲ୍ୟାଣ ସମିତିର ବୈଠକ 

masiha

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ଶିକ୍ଷା ଅଧିକାରୀ ଙ୍କ ସହ ପଦୋନ୍ନତି କୁ ନେଇ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଆଲୋଚନା

Sunil Chandra Nayak

Leave a Comment

error: Content is protected !!