ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ଭକ୍ତ ସମ୍ମିଳନୀ ରେ ଦଶ ହଜାର ଭକ୍ତ ଯୋଗ ଦେଲେ 

ଗୁରୁ ଭକ୍ତ ସମ୍ମିଳନୀ ରେ ଦଶ ହଜାର ଭକ୍ତ ଯୋଗ ଦେଲେ 

ନୟାହାଟ ୨୦/୪,ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର ପରିସରରେ ରାଜ୍ୟ ସ୍ତରୀୟ ୬୦ତମ ବାର୍ଷିକ ଗୁ ରୁଭକ୍ତ ସମ୍ମିଳନୀ ର ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ରେ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ତ୍ଵାବଧାନରେଆନନ୍ଦ ଓ ଉଲ୍ଲାସ ମଧ୍ୟରେ ମହାସମାରୋହେ ରେ ଆଜି ପାଳିତ ହୋଇଯାଇଛି। ପ୍ରତ୍ୟୁଷ ରୁ ମଙ୍ଗଳ ଆଳତି, ସମୁହ ବିଶ୍ଵ ଶାନ୍ତି ପାର୍ଥ ନା ପରେ ଆଶ୍ରମ ରେ ଥିବା ୧୫ ଗୋଟି ବିଭିନ୍ନ ମନ୍ଦିର ରେ ପୂଜାର୍ଚ୍ଚନା ପରେ, ଆରମ୍ଭ ହୋଇ ଥିଲା ସମ୍ମିଳନୀ ପର୍ବ। ସୁଶ୍ରୀ ଶକୁନ୍ତଳା ଦାଶ, ପ୍ୟାରି ମୋହନ ସାହୁ, ଶୁଚେତା ଦାସ ଭଜନ ଗାନ କରିଥିଲେ। ୬୦ଜଣ ସଖି ଙ୍କ ଗହଣ ରେ ପଜ୍ବଳିତ ଦୀପ ସମାରୋହ ରେ ଶ୍ରୀ ଶ୍ରୀ ଗୁରୁଦେବ ଙ୍କ ପାଦୁକା ସମ୍ମିଳନୀ ମଣ୍ଡପ କୁ ମହା ମନ୍ତ୍ର ଓଁ କୃଷ୍ଣ ମଧୁସୁଦନ ବାସୁଦେବ ଜନାର୍ଦ୍ଦନ ,ନାମ କୀର୍ତ୍ତନ, ହୁଳହୁଳି, ଶଙ୍ଖ ଧ୍ଵନୀ ସହିତ ହଜାର ହଜାର ଭକ୍ତ ଙ୍କ ରଗହଣ ରେ ଆସିଥିଲେ। ସେଠାରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା, ବନ୍ଦାପନା ମାଆ ମାନେ କରିଥଲେ। ସବିତା ଦାସ ବନ୍ଦାପନା ଗୀତ ଗାନ କରିଥିଲେ।ବାବାଜୀ ଦାମୋଦର ଦାସ ଙ୍କ ସଭାପତିତ୍ବରେ ବାବାଜୀ ଅରକ୍ଷିତ ଦାସ ମହାରାଜ, ବାବାଜୀ ଉଦୟନାଥ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ, ବାବାଜୀ ଦିବାକର ଦାସ, ଦାସ, ବାବାଜୀ ଚିତ୍ତବିନୋ ଦ ଦାସ ,ବାବାଜୀ ଦିବ୍ୟ କୃଷ୍ଣ ଦାସ, ବାବାଜୀ ପୁର୍ଣାନନ୍ଦ ଦାସ, ବାବାଜୀ ସଞ୍ଜୟ ଦାସ, ବାବାଜୀ ଆତ୍ମା କୃଷ୍ଣ ଦାସ, ବାବାଜୀ ଗଙ୍ଗାଧର ଦାସ,ଠାକୁର ନିଗମାନ ନ୍ଦଙ୍କ ଶିଷ୍ୟ ଗୁରୁ ପ୍ରାସାଦ ଭାଇ , ପଶ୍ଚିମ ଅଞ୍ଚଳ ପାଲାପତି ସୁରେଶ ଦାଶ ପ୍ରମୁଖ ଯୋଗ ଦେଇ ଏହି ଭକ୍ତ ସମ୍ମିଳନୀ ରେ ସ୍ଵଂୟ ଗୁରୁଦେବ କିପରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଓ ଏକତ୍ରିତ ଭାବେ ଦେଖିଲେ କିପରି ଆତ୍ମ ବିଭୋର ହୋଇଥାନ୍ତି, ସେମନେ ପ୍ରକାଶ କରିଥଲେ। ପ୍ରେମାଚା ର୍ଯ୍ୟ ଥିଲେ ପ୍ରେମ ର ସାଗର, ପଞ୍ଚସଖା ଭଳି ମହାତ୍ମା, ଅପ୍ରାକୃତିକ ପ୍ରେମ ରେ ଗୁରୁଦେବ ଆମ ସାଧୁ ସନ୍ଥମାନଙ୍କୁ ଓ ଭକ୍ତ, ଶ୍ରଦ୍ଧାଳୁ ଙ୍କୁ ବାନ୍ଧି ରଖି ଥିବାରୁ ଆମେ ମାନେ ସବୁ ଏହି ତିଥି ରେ ଏକାଠି ହୋଇଛେ। ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ବଜରଙ୍ଗ ଦଳର ସଭ୍ୟ ସର୍ଵ ଶ୍ରୀ ସ୍ଵାଧୀନ ପାତ୍ର, କିଶୋର ପାତ୍ର, ରାକେଶ ପାତ୍ର, ଅଭିଷେକ ରାୟ, ସୌମ୍ୟ ରଞ୍ଜନ ମହାନ୍ତି, ଉମେଶ ପାତ୍ର ପ୍ରମୁଖ ହଜାର ହଜାର ଭକ୍ତ ମାନଙ୍କ ନିମନ୍ତେ ଦହି ପାଣି ସେବା ଆଶ୍ରମ ରେ କରିଥଲେ। ନୟାହାଟ ର ଏଲ ବି ଫ୍ରେଣ୍ଡସ ଡାନ୍ସ କଳା କାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟା ଆଳତୀ ପରେ ଶ୍ରୀ ଗୁରୁଦେବ ଙ୍କୁ ଆଶ୍ରମ ଭଉଣୀ ମାନଙ୍କ ଦ୍ଵାରା ଦ୍ଵାଦଶ ସଖୀ ବନ୍ଦାପନା କରାଯାଇଥିଲା। ଏହି ବନ୍ଦାପନା ସମସ୍ତ ଦର୍ଶକ ଙ୍କ ହୃଦୟସ୍ପର୍ଶୀ ହୋଇପାରିଥିଲା। ରାତ୍ର ରେ ଆଶ୍ରମ ର ଭାଇ ଓ ଭଉଣୀ ମାନେ ଗୁରୁଦେବ ଙ୍କ ରଚିତ ନାଟକ ମାନ ଭଞ୍ଜନ ପରିବେଷଣ କରିଥିଲେ।ଏହି ସମ୍ମିଳନୀ ରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ଭକ୍ତ ସମାବେଶ ଦେଖିବାକୁ ମିଳିଥିଲା ବୋଲି ସେବକ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି।ସମସ୍ତ ଭକ୍ତ ପ୍ରାସାଦ ସେବନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମ କୁ ଡ଼ାକ୍ତର ରତ୍ନାକର ମହାନ୍ତି, ନୀଳମଣି ସାହୁ, ଅଭୟ ପାତ୍ର,ସୁରେନ୍ଦ୍ର ପାତ୍ର, ମହେଶ ସାହୁ, ରତିକାନ୍ତ ଲେଙ୍କା, ରମେଶ ବି ଟୀ, ଡମ୍ବରୁ ଧର ସାହୁ, ଅନୁ ମା, ବାସନ୍ତୀ ମା, ଲିଜା ରାଣୀ ସାହୁ, ଶାନ୍ତି ମା, ଲିଙ୍ଗା ଭାଇ, ଚରଣ ଭାଇ ପ୍ରମୁଖ ପରିଚାଳନା କରିଥିଲେ। ସମସ୍ତ ଭକ୍ତ ଗଣ ଙ୍କ ପାଇଁ ଆନନ୍ଦ ବଜାର ରେ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

Related posts

ନୂଆଗାଁ ଛାତ୍ରାବାସ ନିକଟରେ ଦୈନିକ ହାଟ; ମୁଦୁଆଙ୍କ ଆଡ୍ଡାସ୍ଥଳୀ,ହାଟ ସ୍ଥାନାନ୍ତର ପାଇଁ ଅଭିଭାବକ,ଛାତ୍ର,ଅଂଚଳ ବାସୀଙ୍କ ଦାବି

Sunil Chandra Nayak

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ   

Sunil Chandra Nayak

Leave a Comment

error: Content is protected !!