ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

ସବୁଠି ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ (ମନିସ )25/12/23 ଢ଼େଙ୍କାନାଳକୁ ଅକାଂକ୍ଷୀ ଜିଲ୍ଲା ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ଜିଲ୍ଲାର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ସବୁଠି ମୋଦିଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ ହୋଇଛି ବୋଲି ସୋମବାର ପରଜଙ୍ଗ ବ୍ଲକ କୁଆଲୋରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ସାମିଲ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମୋଦି ସରକାର ଓଡ଼ିଶା ତଥା ଢେଙ୍କାନାଳ ପାଇଁ ନେଇଥିବା ବିକାଶର ହିସାବ ଦେଇ ସେ କହିଛନ୍ତି ଯେ ଜିଲ୍ଲାର ସମସ୍ତ ଗରିବ ପରିବାରଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ମୋଟ ୯୫୧ କୋଟି ଟଙ୍କା ବ୍ୟୟରେ ୭୯,୨୪୯ ପରିବାରକୁ ଘର ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ଯୋଜନାରେ ମୋଟ ୩୨୪.୯୬ କୋଟି ଟଙ୍କା ବ୍ୟୟରେ ୧୦,୩୦୫ ଟି ଘର ମଞ୍ଜୁର ହୋଇଛି । ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଢେଙ୍କାନାଳରେ ୨,୭୨,୫୬୪ ପରିବାରର ଶୌଚାଳୟ ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ମୋଟ ୧୭.୭୦ ଲକ୍ଷ ଜନସଂଖ୍ୟାରୁ ପ୍ରାୟ ୯ ଲକ୍ଷ ୪୪ ହଜାର ୮୧୫ ଜଣଙ୍କୁ ଗରିବ କଲ୍ୟାଣ ଯୋଜନାରେ ମାସିକ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ମାଗଣାରେ ଦିଆଯାଉଛି ।

ଜଳ ଜୀବନ ମିଶନ ଦ୍ୱାରା ସବୁ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୨ ଲକ୍ଷ ୭୦ ହଜାର ୮୭୬ ପରିବାର ମଧ୍ୟରୁ ୨ ଲକ୍ଷ ୨ ହଜାର ୭୮୮ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ସଂଯୋଗ ଦିଆଯାଇଛି । ମୋଦି ପାଣି ପାଇଁ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଖରେ ପାଣି ପହଞ୍ଚାଇପାରୁନାହାନ୍ତି, ଯାହା ଦୁଃଖ ଓ ପରିତାପର ବିଷୟ । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଜିଲ୍ଲାର ମୋଟ ୧ ଲକ୍ଷ ୯୯ ହଜାର ୭୫୮ ପରିବାରକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି । ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି । ଆଜି ମୋଦି ଗ୍ୟାରେଣ୍ଟି ବିକଶିତ ଭାରତର ସଂକଳ୍ପ ହୋଇଛି ।  

ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ର୍ି ମୋଦି ଟଙ୍କାର ଅଭାବ ରଖିନାହାନ୍ତି । ବିଭିନ୍ନ ଯୋଜନାରେ ଢେଙ୍କାନାଳକୁ ମୋଦି ୩ ହଜାର କୋଟି ଟଙ୍କା ଋଣ ଦେଇଛନ୍ତି । କିନ୍ତୁ ଏଠାରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ, ରେଙ୍ଗାଲି, ପରଜଙ୍ଗ ଓ କୁଆଲୋ ଭଳି ଅଞ୍ଚଳକୁ ପାଣି ମାଡିନାହିଁ । ରାଜ୍ୟରେ ହଜାର ହଜାର କୋଟି ଟଙ୍କା ଋଣ ଭାର କରାଯାଇ ୨୩ ବର୍ଷ ହେବ ଓଡ଼ିଆ ଲୋକଙ୍କ ଉପରେ ଯାଦୁ କରାଯାଉଛି । ଅଞ୍ଚଳରେ ପାଣି ଆଣିବା ପାଇଁ ହେଲେ ଆମକୁ ଲଢେଇ, ସଂଘର୍ଷ ଓ ଆନ୍ଦୋଳନ କରିବାକୁ ପଡିବ।  

ସେ କହିଛନ୍ତି କୁଆଲୋ ଭଳି ପବିତ୍ର ମାଟିରେ ସ୍ୱାଧୀନତା ସଂଗ୍ରାମୀ ବରେଣ୍ୟ ତୀର୍ଥବାସୀ ସାହୁ ଜନ୍ମ ନେଇଥିଲେ । ପରଜଙ୍ଗ ଅଞ୍ଚଳ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ସ୍ୱାଧୀନତା ସଂଗ୍ରାମୀ ମହେଶ୍ଚନ୍ଦ୍ର ସୁବାହୁ ସିଂହଙ୍କ ଜନ୍ମଭୂମି । ଏଠାରେ ସ୍ୱରାଜ ପାଇଁ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ ହୋଇଥିଲା । ଓଡ଼ିଆ ଜାତି, ସ୍ୱାଭିମାନ ଓ କୀର୍ତ୍ତିରାଜିର ମୁକସାକ୍ଷୀ ଭାବେ ଅଷ୍ଟଶମ୍ଭୁ ମନ୍ଦିର ଦଣ୍ଡାୟମାନ । ଏହି ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର କୁଆଲୋ ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ବୈଭବର ଅନନ୍ୟ ପ୍ରତୀକ । ଏହି ମନ୍ଦିରକୁ ଜାତୀୟ ସ୍ତରର ଗବେଷଣାଗାର କରିବା ପାଇଁ ଏଏସଆଇକୁ ପରାମର୍ଶ ଦିଆଯାଇଛି ।  

ଏହି ଅବସରରେ ଶ୍ରୀ ପ୍ରଧାନ ନାଗରିକଙ୍କୁ ବିକଶିତ ଭାରତର ପଞ୍ଚ ପ୍ରଣର ଶପଥ ପାଠ କରାଇବା ସହ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିଥିଲେ । ଗସ୍ତକାଳରେ ଶ୍ରୀ ପ୍ରଧାନ ବ୍ଲକ କୁଆଲୋ ସ୍ଥିତ ପୁରାତନ ଅଷ୍ଟଶମ୍ଭୁ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ଙ୍କୁ ନବରଙ୍ଗପୁର ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

କବି ସିଙ୍ଗିଶିଟି ସଞ୍ଜୀବ ଆଉ ନାହାଁନ୍ତି

Sunil Chandra Nayak

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!