ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନିକ କୋର୍ଟ ଅଚଳ ପ୍ରସଙ୍ଗ : ବିଧାନସଭାରେ ପ୍ରସଙ୍ଗ ଉଠେଇଲେ ଉମରକୋଟ ବିଧାୟକ 

ବିଧାୟକଙ୍କୁ ଧନ୍ୟବାଦ ପ୍ରକଟ କଲେ ଓକିଲ ସଂଘ ସଦସ୍ୟ

ନବରଙ୍ଗପୁର ,(ମସିହା)ନବରଙ୍ଗପୁର ଜିଲ୍ଲାରେ ପ୍ରଶାସନିକ କୋର୍ଟ ଅଚଳ ହେବା ବିଷୟକୁ ନେଇ ନିକଟରେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଏଯାବତ ସମସ୍ୟାର ସମାଧାନ ନହେବାରୁ , ଏହି ପ୍ରସଙ୍ଗରେ ଆଇନଜୀବୀ ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ସ୍ଵର ମିଳେଇ ଏହି ଦାବୀକୁ ବିଧାନସଭାରେ ପହଞ୍ଚେଇଛନ୍ତି । ବିଧାନସଭା ପ୍ରଶ୍ନଉତ୍ତର କାଳରେ ବିଧାୟକ ଏହି ପ୍ରସଙ୍ଗ ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ , ଉପ ଜିଲ୍ଲାପାଳ,ରାଜସ୍ୱ ଅଧିକାରୀ ,ତହସିଲ କୋର୍ଟ ଅଚଳ ହେବାରୁ ଜମି ଜମା ମାମଲା, ଋଣ ,ବିଭିଦ ପ୍ରମାଣ ପତ୍ର ଭଳି ଅନେକ ମାମଲା ଶୁଣାଣି ନହୋଇ ଗଡିଚାଲିଛି । ପଛୁଆ ଅଞ୍ଚଳ ରୂପେ ପରିଚିତ ଏହି ଜିଲ୍ଲାରେ ଅଧିକାଂଶ ଆଦିବାସୀମାନେ ବସ ବାସ କରନ୍ତି । ସେମାନଙ୍କୁ ଯଦି ଠିକ ନ୍ୟାୟ ନମିଳିବ ଓ ସେମାନଙ୍କ କାମ ଯଦି ଅଟକି ରହିବ ତାହା ହେଲେ ଜିଲ୍ଲା ଆହୁରି ପଛକୁ ଯିବ ତେଣୁ ତୁରନ୍ତ ଲୋକଙ୍କ ଏହି ସମସ୍ୟାର ସମାଧାନ କରିବାକୁ ବିଧାୟକ ଗୃହରେ ଅନୁରୋଧ କରିଥିଲେ। ବିଧାୟକଙ୍କ ଏଭଳି ପଦକ୍ଷେପକୁ ନବରଙ୍ଗପୁର ଆଇନଜୀବୀ ସଂଘ ସଦସ୍ୟ ମାନେ ସ୍ଵାଗତ କରିବାସହ ବିଧାୟକଙ୍କୁ ଧନ୍ୟବାଦ ପ୍ରକଟ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍

Related posts

ଓଡିଶା ସାହିତ୍ୟିକ ସଂଗଠନ ତରଫରୁ କବିତା ଆସର

masiha

ଇତିହାସ ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ଵାରା ମା ଦୁର୍ଗା ପୂଜା ଅନୁକୂଳ ହେବ 

Sunil Chandra Nayak

କେଫ୍ୟୁ ପକ୍ଷ ରୁ ଜାତୀୟ ବନ୍ୟ ପ୍ରାଣୀ ସଚେତନ ସପ୍ତାହ ୨୦୨୪ ଉଦ୍ଘାଟିତ 

masiha

Leave a Comment

error: Content is protected !!