ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ତା,୨୫.୦୧.୨୦୨୩ କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗୋଲାମୁଣ୍ଡା ବ୍ଲକ୍ ଫରଙ୍ଗ ଠାରେ ଜିଲ୍ଲା ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଡାକ ମଣ୍ଡଳ ଅଧିକ୍ଷକ ବିଜୟ କୁମାର ମହାନ୍ତି, ଧର୍ମଗଡ ଡାକ ନିରୀକ୍ଷକ ଅନନ୍ତ ଚରଣ ସାହୁ, ଓଭରସିଅର ଗୌର ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଡାକ ବିଭାଗ ଦ୍ବାରା ବିଭିନ୍ନ ଜନ କଲ୍ୟାଣ ମୁଖି କାର୍ଯ୍ୟକ୍ରମ ଗୁଡ଼ିକ ସଂପର୍କରେ ଆଲୋଚନ କରିଥଲେ। ବର୍ତ୍ତମାନ ଡାକ ଘର ମାଧ୍ୟମରେ ବିଭିନ୍ନ ଡିପୋଜିଟ ଗ୍ରହଣ କରା ଯିବା ସହିତ ଋଣ ମଞ୍ଜୁର କରାଯାଉଥିବା ହେତୁ ଜନ ସାଧାରଣ ସେଥିର ଫାଇଦା ଉଠାଇବା ପାଇଁ ଆହ୍ବାନ ଜଣାଇଥିଲେ। ଗ୍ରାମାଞ୍ଚଳ ର ଗରିବ ନୀରିହ ବ୍ୟକ୍ତି ବିଶେଷ ବିଭିନ୍ନ ଚିଟ ଫଣ୍ଡ ର ପ୍ରଲୋଭନ ରେ ନ ପଡ଼ି ଡାକ ସେବା ର ସୁବିଧା ଉଠାଇବା ପାଇଁ ଚେଷ୍ଟା କରିବାକୁ ଡାକ ଅଧିକାରୀ ମାନେ ଆହ୍ବାନ ଜଣାଇଥିଲେ । ଜନ ସାଧାରଣ ଙ୍କୁ ସଚେତନ କରାଇବା ପାଇଁ ଏଭଳି ଡାକ ମେଳା ଅୟୋଜନ କରାଯାଉଥିବା ପ୍ରକାଶ ପାଇଥିଲା, ଏହି ମେଳାରେ ଯୋଗ ଦେଇଥିଲେ ଷୋସିଆରୁ ଏସ୍ସି ଏମ ସୁଶାନ୍ତ ବିଶି, ଫରଙ୍ଗ ପୋଷ୍ଟ ମାଷ୍ଟ୍ର, ଦନାର୍ଦ୍ଧନ ମାଝୀ, ବନ୍ଧା ଗାଁ ରୁ ବ୍ରାଞ୍ଚ ପୋଷ୍ଟ ମାଷ୍ଟ୍ର ରାଜେଶ ସୁନାନୀ,ତମ୍ବାଛଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟ୍ର ଚକ୍ରଧର ହରପାଳ, ଷୋସିଆରୁ ଦେବାରଚନ ସେଠିଆ ,ତେଜସ୍ୱିନୀ ସତନାମୀ,ହିମାଂଶୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ପୁରୁଷୋତ୍ତମପୁର ତହସିଲରେ ଜମି ପଟା ଦୁର୍ନୀତି,ମହା ଘୋଟାଲା 

Sunil Chandra Nayak

Waltair Division Launches Swachhata Hi Seva 2025 Campaign

Sunil Chandra Nayak

ମୋ ମାଟି ମୋ ଦେଶ ଅଭିଯାନର ଅମୃତ କଳସ ଯାତ୍ରା

masiha

Leave a Comment

error: Content is protected !!