ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ଷ୍ଟେରିଂ ଛାଡ଼ ଆନ୍ଦୋଳନ : ପ୍ରଥମ ଦିବସ ପ୍ରଭାବ ଆନ୍ଦୋଳନକାରୀ ଙ୍କ ସପକ୍ଷରେ 

ତେନ୍ତୁଳିଖୁଣ୍ଟି :୧୫/୩/୨୩: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କ୍ରୁମାକୋଟ ଛକ ଠାରେ ଆଜି ଭୋର ସକାଳରୁ ତେନ୍ତୁଳିଖୁଣ୍ଟି ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ୧୦ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ ।ଏହି ଆନ୍ଦୋଳନରେ ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରାୟ ୩୦୦ ଡ୍ରାଇଭର ଏକତ୍ରିତ ହୋଇ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଭାପତି ଦିବାକର ହିଆଲ କହିଛନ୍ତି ।ଏହି ପରିପ୍ରେକ୍ଷରେ କୁର୍ମାର୍କୋଟ ଛକ ଠାରେ ତେନ୍ତୁଳିଖୁଣ୍ଟି,ଇନ୍ଦ୍ରାବତୀ, ସମେତ ଆଖପାଖ ଅଞ୍ଚଳର ପ୍ରାୟ ତିନିଶହ ରୁ ଅଧିକ ଡ୍ରାଇଭର ନିଜ ନିଜ ୟୁନିଫର୍ମରେ ଓ ବ୍ୟାଚ ଲଗାଇ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ସମସ୍ତ ଡ୍ରାଇଭର ମାନଙ୍କ ମଧ୍ୟରେ ଗୋଟିଏ କଥା ସେମାନଙ୍କ ପାଇଁ ଜୀବନ ବୀମା ଏବଂ ପେନସନ ର ସୁବିଧା ।ଯଦି ସରକାର ସେମାନଙ୍କ ଦାବୀ ନ ମାନନ୍ତି ତା ହେଲେ ଆସନ୍ତା କାଲି ଆନ୍ଦୋଳନ ତୀବ୍ରତର ହେବ ବୋଲି ଡ୍ରାଇଭର ସଂଘ ଚେତାବନୀ ଦେଇଛନ୍ତି ।ଆମ୍ବୁଲାନ୍ସ ,ପୋଲିସ , ପ୍ରଶାସନ ଏବଂ ବ୍ୟକ୍ତିଗତ,ସ୍କୁଲ ପିଲାଙ୍କ ଗାଡି କୁ ଛାଡି ଅନ୍ୟ କୌଣସି ଗାଡିକୁ ନଛାଡିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଏହି ଆନ୍ଦୋଳନରେ ସଭାପତି ଦିବାକର ହିଆଲଙ୍କ ସମେତ ଉପସଭାପତି ବିପିନ ବିହାରି ଟାକ୍ରୀ ସମ୍ପାଦକ ବିମଳ ପ୍ରକାଶ ବାଘ, ସମ୍ପାଦକ ନରେନ୍ଦ୍ର ଜାନୀ କୋଶାଧନ୍ଧ ଯୋଗେନ୍ଦ୍ର କଚିିମଙ୍କ ସମେତ ପ୍ରାୟ ତିନିଶହ ଡ୍ରାଇଭର ଯୋଗ ଦେଇଛନ୍ତି। ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲା ର ଶ୍ରେଷ୍ଠ ଲେମ୍ପ ଏମଡି ଓ କେସିସି ବ୍ୟାଙ୍କ ମ୍ୟନେଜର ଭାବେ ପୁରସ୍କୃତ ହେଲେ 

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

masiha

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!