ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

ରାଉରକେଲା, ୧୮ ଅକ୍ଟୋବର ୨୦୨୫: ଆଭାସୀ ଯୋଗେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର) ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକୁ ହାତକୁ ନେଇ ରାଉରକେଲା ସହରକୁ ଯେପରି ଏକ ବିକଶିତ ସହରରେ ପରିଣତ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।

ରାଉରକେଲା ୱାନ ଠାରେ ନିର୍ମାଣାଧୀନ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର) ଓ ଆଦିବାସୀ ସଂଗ୍ରହାଳୟକୁ ଖୁବ୍ ଶୀଘ୍ର କାର୍ଯ୍ଯକ୍ଷମ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଦିବାସୀ ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚି ଥିବା ବେଳେ ଏହା ଖୁବ୍ ଶୀଘ୍ର ଲୋକଙ୍କ ପାଇଁ ଖୋଲାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଭାବେ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ସବୁ ସୁବିଧାକୁ ପ୍ରାଧାନ୍ୟ ଦେଇ ସିଭିଲ ଟାଉନସିପ ଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ତିଆରି କରାଯିବା ସହ ସେହି ସିଭିଲ ଟାଉନସିପରେ ଏକ ପାର୍କିଂ ସ୍ଥଳ ନିର୍ମାଣ କରାଯିବ। ଏଥିସହ ଡେଲି ମାର୍କେଟ ଓ ଉଦିତନଗର ଠାରେ ଗୋଟିଏ ଲେଖାଏଁ ବହୁସ୍ତରୀୟ କାର ପାର୍କିଂ କ୍ଷେତ୍ର ନିର୍ମାଣ କରାଯିବ। ଉପରୋକ୍ତ ସବୁ ପ୍ରକଳ୍ପ ଗୁଡିକୁ ଏହି ବୈଠକରେ ଅନୁମୋଦନ ମିଳିଥିବା ବେଳେ ଅନୁମୋଦିତ ପ୍ରକଳ୍ପ ଗୁଡିକର ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ।ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ସ୍ମାର୍ଟ ସିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ଦୀନା ଦସ୍ତଗୀର୍ ଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁନିଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ଦବଙ୍ଗଗିରି/ ଅତିଷ୍ଠ ହୋଇ ବଦଳି ଦାବିନେଇ ଧାରଣାରେ ଗ୍ରାହକ

Sunil Chandra Nayak

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

Leave a Comment

error: Content is protected !!