ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧିର ସିଧା ପ୍ରସାରଣ  ପିଏମ୍ କିସାନର 21ତମ କିସ୍ତିର ରାଶି ଚାଷୀଙ୍କୁ ହସ୍ତାନ୍ତର

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧିର ସିଧା ପ୍ରସାରଣ 

ପିଏମ୍ କିସାନର 21ତମ କିସ୍ତିର ରାଶି ଚାଷୀଙ୍କୁ ହସ୍ତାନ୍ତର

ଅଦ୍ୟ ତା 19.11.2025 ରିଖ ସୁନ୍ଦରଗଡ଼ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର ମିଳିତ ସହଯୋଗରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼(କିରେଇ)ଠାରେ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନନିଧିର 21 ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଓ ଏକ ସଭା ଆୟୋଜନ କରାଯାଇଥିଲା । ତାମିଲନାଡ଼ୁର କୋଏମ୍ବାଟୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 9 କୋଟିରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଭଉଣୀମାନଙ୍କୁ ପି.ଏମ୍. କିସାନର 21 ତମ କିସ୍ତି ଡିବିଟି ମାଧ୍ୟମରେ 18 ହଜାର କୋଟି ଟଙ୍କା ହସ୍ତାନ୍ତର ଓ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀର ଶୁଭ-ଉଦ୍ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର 180 ରୁ ଉର୍ଦ୍ଧ୍ୱ ଚାଷୀ ଯୋଗଦେଇ ଥିଲେ । ଏହି 21 ତମ କିସ୍ତି ସୁନ୍ଦରଗଡ ଜିଲ୍ଲାର 1 ଲକ୍ଷ 32 ହଜାର 722 ଜଣ ହିତାଧିକାରୀଙ୍କ ଖାତାକୁ 26 କୋଟି 54 ଲକ୍ଷ 44 ହଜାର ଟଙ୍କା ହସ୍ତାନ୍ତର କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ପିଏମ୍ କିସାନର ସହାୟତା ରାଶି ଚାଷୀଭାଇ ମାନଙ୍କୁ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଭାରତ ତଥା ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନାର ସୁଫଳ ନେବାପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଣୀ ଜିଲ୍ଲା ପରିଚାଳକ ଗଗନ ଧଳ, ପ୍ରକଳ୍ପ ନିର୍ଦ୍ଦେଶକ(ଜଳ ବିଭାଜିକା) ପ୍ରସନ୍ନ କୁମାର ପାତ୍ର, ଅଧୀକ୍ଷଣ ଯନ୍ତ୍ରୀ, (କ୍ଷୁଦ୍ର ଜଳସେଚନ) ଇଂ. ଧୀରେନ୍ଦ୍ର କୁମାର ନାଏକ, ଏ.ଆର.ସି.ଏସ୍.ର ଅମନ କୁମାର ମଣ୍ଡଳ, ବରିଷ୍ଠ ଏ.ଆର.ସି.ଏସ୍. ସୀତାରାମ ବାଗ୍, ସହାୟକ ଯୋଗାଣ ଅଧିକାରୀ, ଲକ୍ଷ୍ମଣ ମାଝୀ, ବୃହତ ଉଠା ଜଳସେଚନର କନିଷ୍ଠ ଯନ୍ତ୍ରୀ ସନ୍ଧ୍ୟାରାଣୀ ପୁର୍ତ୍ତୀ, ସୁନିତା ରାଉତ, ଯୁଗଳ କିଶୋର ମେହେର, ସହକାରୀ ଯନ୍ତ୍ରୀ (କୃଷି) ଶୁଭମ କୁମାର ସାହୁ, ଅବସରପ୍ରାପ୍ତ ଉପ-କୃଷି ନିର୍ଦ୍ଦେଶକ ଡଃ. ସୁରେନ୍ଦ୍ର କୁମାର ପଟେଲ, ଆଞ୍ଚଳିକ କୃଷି ଓ ଗବେଷଣା ଉପକେନ୍ଦ୍ର, କିରେଇର ମୁଖ୍ୟ ଡଃ. ସଜୀବ କୁମାର ବିଶ୍ୱାସୀ ପ୍ରମୁଖ ଯୋଗଦେଇଥିଲେ ।   ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ପ୍ରଧାନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲାଲବିହାରୀ ମଲ୍ଲିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡେଭିଡ ଜେମସ୍ ବାଗେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ମୃତ୍ତିକା ରସାୟନବିତ୍ ଦିପ୍ତୀ ପଟେଲ୍ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କର୍ମଚାରୀ ଏବଂ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁକୁନ୍ଦପୁର ରେ ବର୍ଷା, ଲୋକଙ୍କୁ ମିଳିଲା ଥଣ୍ଡା ପବନର ସ୍ୱର୍ଶ

ନବରଙ୍ଗପୁର ସାଂସଦ ଙ୍କ ଦ୍ଵାରା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ଚାରା ବୃକ୍ଷ ରୋପଣ 

masiha

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , କର୍ଲାପଡା ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ

masiha

Leave a Comment

error: Content is protected !!