ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଲାଞ୍ଜିଗଡ,୦୫/୦୩(ମନିସ)-ଲାଞ୍ଜିଗଡ ବ୍ଲକର ଭଟାଙ୍ଗପଦର ଓ ଲାଖବାହାଲି ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଲେଖ ବିଶି ଅବସର ନେବାକୁ ଯାଉଥିବାବେଳେ ଆଜି ତାଙ୍କ ଉଦ୍ଦେଶ୍ୟରେ ଭଟାଙ୍ଗପଦରସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ଗୋଲକବିହାରୀ ଭୋଇ, ଭଟାଙ୍ଗପଦର ହାଇସ୍କୁଲର ପ୍ରଧାନଶିକ୍ଷକ ଝସକେତନ ପ୍ରଧାନ, ଭଟାଙ୍ଗପଦର ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, ଗ୍ରାମରୋଜଗାର ସେବକ ରାଧାମୋହନ କରୁଆଁ, ବସନ୍ତ ନାଗ, ଯୋଗାଣ ସହାୟକ ପ୍ରତାପ ବିଭାର, ଗାଁସାଥୀ ସଂଘର ଉଗ୍ରେ ମାଝୀ, ଶମ୍ଭୁ ବିଭାର ଓ ଅର୍ଜୁନ ମାଝୀଙ୍କ ସମେତ ୱାର୍ଡସଭ୍ୟ /ସଭ୍ୟାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତେ ଶ୍ରୀ ବିଶିଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା , ଧର୍ମଗଡ଼ ର ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁଙ୍କ କୃତିତ୍ୱ। ୯୯.୨% ନମ୍ବର ରଖି କୃତକାର୍ଯ୍ୟ…

Sunil Chandra Nayak

ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

masiha

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରୁପ୍ରା ଠାରେ ବନ ମହୋତ୍ସବ ପାଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!