ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ଉତ୍ସବ ପାଳିତ 

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ଉତ୍ସବ ପାଳିତ 

ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ପ୍ରହରାଜଙ୍କ ଅବଦାନ ଅତୁଳନୀୟ’ 

 କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ର ସିଦ୍ଧେଶ୍ୱରପୁର ସ୍ଥିତ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜନ୍ମସ୍ଥାନରେ ତାଙ୍କରି ନାମରେ ନାମିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଦୁଇ ଦିନିଆ ପ୍ଲାଟିନମ ଜୁବୁଲି ସମାରୋହ। ପ୍ରଥମ ଦିନ ପୂର୍ବାହ୍ନରେ ଏହାକୁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ଏସଭିଏମ ସ୍ବୟଂ ଶାସିତ କଲେଜର ଅଧ୍ୟକ୍ଷ ଡ ବିଜୟ କୁମାର ପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ସେହିପରି ଅପରାହ୍ନରେ ଅନୁଷ୍ଠିତ ସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟଅତିଥି, ଶିଶୁ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଓ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍କୁଲର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ଏହି ସଭାରେ ପିତାମ୍ବର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂସଦର ଉପସଭାପତି କରୁଣାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଦ୍ୱିତୀୟ ଦିନ ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇ ପ୍ରତିଷ୍ଠିତ ସାମ୍ବାଦିକ ଓ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବ ମୁଖ୍ୟଅତିଥି ଓ ବିଶିଷ୍ଟ ସାରସ୍ଵତ ସାଧକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ପ୍ରହରାଜଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ପୁରାତନ ଛାତ୍ର ସଂସଦର ସଭାପତି ରଘୁନାଥ ପୃଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସଂସଦର ସମ୍ପାଦକ ଉମେଶ ଚନ୍ଦ୍ର ଜେନା ସଂପାଦକୀୟ ବିବରଣୀ ପ୍ରଦାନ କରିଥିବାବେଳେ ସରୋଜ ପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ପୁରାତନ ଛାତ୍ର ସଂସଦର ସଙ୍ଗଠନ ସମ୍ପାଦକ ତାପସ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ବନ୍ଦନା ନନ୍ଦ(ତ୍ରିପାଠୀ), କାଳୀ ପ୍ରସାଦ ମହାପାତ୍ର, ଉମେଶ ଚନ୍ଦ୍ର ଜେନା, ଗୌତମ ଭୋଇ, କରୁଣାକର ପ୍ରଧାନ, ସଂଜୀବ ବୈଶାଖ ଓ ତରୁଲତା ରାଉତରାୟ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ। ସମାରୋହକୁ ଅନ୍ୟତମ ଉପସଭାପତି ତଥା ସାଂସ୍କୃତିକ କମିଟିର ଆବାହକ ଅକ୍ଷୟ କୁମାର ଭୂୟାଁ ଓ କରୁଣାକର ପ୍ରଧାନ, ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ନବଘନ ରାଉତ, ସହ କୋଷାଧ୍ୟକ୍ଷ ପ୍ରଦୀପ କୁମାର କରଙ୍କ ଉପସ୍ଥିତିରେ ଏହି ଦୁଇ ଦିନିଆ ସମାରୋହକୁ ପୁରାତନ ଛାତ୍ର ତପନ ଓଝା, ପ୍ରଫୁଲ୍ଲ ଭୋଇ, କାଳନ୍ଦୀ ଚରଣ ସ୍ୱାଇଁ, ପରମାନନ୍ଦ ରାଉତ, ପୀୟୁଷ ରଞ୍ଜନ ପରିଡ଼ା, ତନ୍ମୟ ରଞ୍ଜନ ରାଉତରାୟ, ଉମାକାନ୍ତ ପରିଡ଼ା, ପ୍ରତାପ ଚନ୍ଦ୍ର ମହାପାତ୍ର, ରତି ରଞ୍ଜନ ପଟ୍ଟନାୟକ, ନିରଞ୍ଜନ ଲେଙ୍କା, ରମାକାନ୍ତ ନାୟକ, ବିଭୁପ୍ରସାଦ ମହାପାତ୍ର, ସାଧୁ ଚରଣ ଜେନା,ହେମନ୍ତ କୁମାର ଦାସ, ପୁରାତନ ଛାତ୍ରୀ ଅଞ୍ଜଳି ରାଉତରାୟ, ଦିପ୍ତିମୟୀ ଜେନା, ଲକ୍ଷ୍ମୀପ୍ରିୟା ଓଝା, ସୁଜାତା ଭୋଇ, ମଞ୍ଜୁଲତା ଜେନା, ପ୍ରମୋଦିନି ଜେନାଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ୧୯୮୫ ମସିହା ମାଟ୍ରିକ ବ୍ୟାଚାର ଛାତ୍ର ତଥା ଗଜପତି ଜିଲ୍ଲା ଓ ଦୌରାଜଜ ପ୍ରଣବ ରାଉତରାୟ ତାଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏଥିରେ ବହୁସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଓ ଅଧ୍ୟୟନ ରତ୍ତ ଛାତ୍ରଛାତ୍ରୀ ଭାଗ ନେବା ସହିତ ବହୁ ସଂଖ୍ୟାରେ ଅଞ୍ଚଳବାସି ଯୋଗଦେଇଥିଲେ। ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା

Sunil Chandra Nayak

ଚନ୍ଦାହାଣ୍ଡି ରେ ବିଜେପି ର ବିଜୟ ଉତ୍ସବ 

masiha

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

masiha

Leave a Comment

error: Content is protected !!