ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶୀର୍ବାଦ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାପାଇଁ ବିଧାୟକ ଶ୍ରୀତନ୍ତୀଙ୍କ ନିବେଦନ

ଆଶୀର୍ବାଦ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାପାଇଁ ବିଧାୟକ ଶ୍ରୀତନ୍ତୀଙ୍କ ନିବେଦନ

ରାଉରକେଲା : ଆସନ୍ତାକାଲି ୧୭ ସେପ୍ଟେମ୍ବର ଗୁରୁବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାନ୍ମଦିନ ଅବସରରେ ସମଗ୍ର ଭାରତ ବର୍ଷରେ ୧୭ ସେପ୍ଟେମ୍ବର ରୁ ୧୭ଅକ୍ଟୋବର ୨୦୨୬ରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ଶ୍ରୀ ମୋଦିଙ୍କ ଦୀର୍ଘାୟୁ ତଥା ଉଜ୍ଜ୍ବଳ ଭବିଷ୍ୟତ କାମନା କରି ପ୍ରତ୍ୟେକ ବ୍ୟକ୍ତି,ପରିବାର,ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନେ ନିଜ ନିଜ ଘରେ ତଥା ସଂଗଠନ ପରିସରରେ ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରିବା ସହିତ ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ସେବା ସଂକଳ୍ପ ଅଭିଯାନ ସମୟରେ ନିଜ ନିଜ ଅଞ୍ଚଳରେ ସ୍ଵଛତା ଅଭିଯାନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ, ରକ୍ତଦାନ ଶିବିର ଆୟୋଜନ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତାର ଆୟୋଜନ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ସେବାରେ ମୋର ଯୋଗଦାନ କାର୍ଯ୍ୟକ୍ରମ, ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରା ଯିବା ପାଇଁ ସ୍ଥିର ହୋଇଅଛି । ଏହି କ୍ରମରେ ସର୍ବ ପ୍ରଥମେ ଆସନ୍ତା କାଲି ସେପ୍ଟେମ୍ବର ୧୭ରିଖ ଦିନ ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟା ୬.୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରି ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଇସ୍ପାତ ସହରାଞ୍ଚଳର ସମସ୍ତ ଆବାଳବୃଦ୍ଧବନିତାଙ୍କୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ବିନମ୍ର ନିବେଦନ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି 

masiha

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

Sunil Chandra Nayak

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

Sunil Chandra Nayak

Leave a Comment

error: Content is protected !!