ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ତରଫରୁ ନୁଆଖାଇ ମହୋତ୍ସବ ପାଳନ 

ଉତ୍କଳ ସମ୍ମିଳନୀ ତରଫରୁ ନୁଆଖାଇ ମହୋତ୍ସବ ପାଳନ 

ରାଉରକେଲା: ଉତ୍କଳୀୟ ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ଉତ୍କଳ ସମ୍ମିଳନୀ ସଂକଳ୍ପବଦ୍ଧ। ବିଭିନ୍ନ ପର୍ବପର୍ବାଣୀର ସାମାଜିକ ବୈଶିଷ୍ଟ୍ୟ ପରିପ୍ରକାଶ ସହ ସମସ୍ତଙ୍କୁ ଭାତୃ ବନ୍ଧନରେ ବାନ୍ଧି ରଖିବା ପାଇଁ ବିଗତ ୪୩ ବର୍ଷ ଧରି ଉତ୍କଳ ସମ୍ମିଳନୀ ପ୍ରୟାସ ଜାରି ରଖିଛି। ଏହି କ୍ରମରେ ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ଓ ଉତ୍କଳ ଶିଳ୍ପ ପରିଚାଳକ ସମାଜର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଧାମରା ସଂଘ ପରିସରରେ ନୁଆଖାଇ ମହୋତ୍ସବ ପାଳନ କରାଯାଇଥିଲା। ସମ୍ମିଳନୀର ସଭାପତି ସୁଦାମ ଚନ୍ଦ୍ର ଦାଶଙ୍କ ସଭାପତିତ୍ବ ଓ ସଂଯୋଜନା, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଊଦଘାଟକ ଭାବେ ଉପଦେଷ୍ଟା ତଥା ବରିଷ୍ଠ ଡ଼ାକ୍ତର ଉତ୍ତମ ଚରଣ ଜେନା , ମୁଖ୍ୟଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ବିଶିଷ୍ଟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଡ ଦୀପ୍ତିମୟୀ ବେହେରା, ସମ୍ମାନିତ ଅତିଥି ତଥା ଉତ୍କଳ ଶିଳ୍ପ ପରିଚାଳକ ସମାଜର ସଭାପତି ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ନୁଆଖାଇ ମହୋତ୍ସବ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ନୁଆଖାଇ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ଓ ଏହି ପର୍ବର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲାବେଳେ ବିଶିଷ୍ଟ ଅତିଥି ଶ୍ରୀ ନାୟକ ଓଡ଼ିଆ ଭାଷୀ ମାନଙ୍କୁ ଜାଗ୍ରତ ହେବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଡ ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ ନୁଆଖାଇ ପର୍ବ ହେଉଛି ଅସ୍ମିତା ଓ ଭାଇଚାରାର ପ୍ରତୀକ। ଚାଷୀଭାଇ ର ତଥା ପରମ୍ପରା ସହ ମାଟି ସହିତ ସମ୍ପର୍କର ର ପର୍ବ। ଏକାନ୍ନବର୍ତ୍ତୀ,ଯୈ।ଥ ପରିବାର ଗଠନ ସହ ଏହାର ଲକ୍ଷ୍ୟ ସୁଦୂର ପ୍ରସାରୀ। ସେହିପରି ଉତ୍କଳ ସମ୍ମିଳନୀ ଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ସହ ବିଶିଷ୍ଟ ମହାମନିଷୀ ମାନଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ଦାଶ ସ୍ବାଗତ ଭାଷଣ, ସାଧାରଣ ସମ୍ପାଦକ ଶ୍ରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅନ୍ୟତମ ଆୟୋଜକ ତଥା ସମ୍ମାନିତ ଅତିଥି ଶ୍ରୀ ଦାସ ବିଗତ ଦିନର କାର୍ଯ୍ୟକ୍ରମ ସହ ଆଗାମୀ ଦିନର ଆହ୍ବାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ରାଜକୁମାରୀ ଦେବୀ ବନ୍ଦେ ଉତ୍କଳ ଜନନୀ ସହ ମା ସମଲେଇ ଙ୍କ ଉଦ୍ଦେଶ୍ୟରେ ସଂଗୀତ ପରିବେଷଣ କରିଥିଲାବେଳେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ କୋଷାଧ୍ୟକ୍ଷ ଭଗବାନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅନୀଲ କୁମାର ଦାଶ,ଅଭୟ କୁମାର ଦାସ,ଡ କିଶୋରୀ ଦାଶ,ଡ଼ଃ ପୀତବାସ ମିଶ୍ର, ସୁନିଲ କାୟଲ,ନିହାର ରାୟ, ସୂର୍ଯ୍ୟ ନାରାୟଣ ପାଢ଼ୀ ତଥା ସହରର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଶେଷରେ ସମସ୍ତେ ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କର ଫାଉଣ୍ଡେସନର ୩ୟ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ

Sunil Chandra Nayak

ଆଵାସ ଗୃହ ତାଲିକା ପ୍ରକାଶରେ ଅନିୟମିତତା ଅଭିଯୋଗ କରି ଜନ ପ୍ରତିନିଧିଙ୍କୁ ତାଲା ଦେଲେ ହିତାଧିକାରୀ

Sunil Chandra Nayak

କୁଳିଦା ପଞ୍ଚାୟତରେ ଇଡ଼କୋର ଜମି ଅଧିଗ୍ରହଣ ଜନଶୁଣାଣି ଶିବିରକୁ ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ

masiha

Leave a Comment

error: Content is protected !!