ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ପ୍ରେସ କ୍ଳବରୟ ୧୦ ଦିବସୀୟ ଦ୍ଵିଵାର୍ଷିକ ଊତ଼୍ସବରେ ଦୁଲୁକୁଛି କୋଇଡା 

କୋଇଡା ପ୍ରେସ କ୍ଳବରୟ ୧୦ ଦିବସୀୟ ଦ୍ଵିଵାର୍ଷିକ ଊତ଼୍ସବରେ ଦୁଲୁକୁଛି କୋଇଡା 

କୋଇଡା – ସୁନ୍ଦରଗଡ ଜିଲ୍ଲାର ରତ୍ନଗର୍ଭା କୋଇଡା ବ୍ଲକରେ ଦୁଇ ବର୍ଷ ତଳେ କୋଇଡା ପ୍ରେସ କ୍ଳବ୍ କୁଆଁ କୁଆଁ ରାବ ଦେଇ ଜନ୍ମ ନେଇଥିଲା ।ବହୁ ଘାତପ୍ରତିଘାତ ସହିତ ସଂଗ୍ରାମୀ ଯୁବକ ସଂଗ୍ରାମ କିଶୋରୀ ନାୟକ ଏବଂ ସବୁବେଳେ ଆନନ୍ଦରେ ଥିବା ସଂପାଦକ ବିଜୟାନନ୍ଦ ଜେନା ଏବଂ ସମସ୍ତ ସଦସ୍ୟଙ୍କ ସୁଦୃଢ ମନୋବଳ ଓ ଏକତା ମନୋଭାବ ନେଇ ଆଗକୁ ପାଦ ଦେଇ ବଢ଼ି ଚାଲିଛି କୋଇଡା ପ୍ରେସ କ୍ଳବ୍ ।କୋଇଡା ମାଟିର କେବଳ ସ୍ବର ନ ହୋଇ ସମଗ୍ର ସୁନ୍ଦରଗଡର ସ୍ବର ତଥା ଜନ୍ମାନ୍ଧ,କଳା, ସଂସ୍କୃତି , ସାହିତ୍ୟ,ଖଟିଖିଆ,ଶ୍ରମିକ,ଅବହେଳିତ,ଅସହାୟ,ଯୁବ,ଛାତ୍ର,ମହିଳା ମାନଙ୍କର ସ୍ଵର ହୋଇଛି । ଚଳିତ ବର୍ଷ ଜାନୁୟାରୀ ୧୭ ରରୁ ଜାନୁଆରୀ ୨୬ ପର୍ଯ୍ୟନ୍ତ କୋଇଡା ଜଗନ୍ନାଥ ମନ୍ଦିର ନିକଟସ୍ଥ ମେଲଣ ପଡ଼ିଆରେ ଦଶ ଦିବସୀୟ ସ୍ବଦେଶୀ ମେଳା ଆୟୋଜନ ସହ କୋଇଡା ପ୍ରେସ କ୍ଳବ୍ ବାର୍ଷିକ ଉତ୍ସବ ହେଉଅଛି ।ତଦସହ ପ୍ରତିଦିନ କୋଇଡା ମାଟିର ନେତୃବୃନ୍ଦ, ଶିକ୍ଷାବିତ,ପ୍ରଶାସନ, ଅଧିବକ୍ତା,ସାହିତି୍ଵିକ, ବିଭିନ୍ନ ସାମାଜିକ ସଂଗଠନ, କଳାକାର,କଳା ଅନୁଷ୍ଠାନ,ନୃତ୍ଯାଙ୍ଗୀ ମାନଙ୍କୁ ଉତ୍ତରୀୟ, ମାନପତ୍ର,ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରି ଏକ ନିଆରା ପରଂପରା ସୃଷ୍ଟି କରୁଅଛି । ବିଭିନ୍ନ ଲୋକନୃତ୍ୟ,ବାଜା,ମାଦଳ ଓ ଗୋଲରେ କମ୍ପୁଛି କୋଇଡା ।ତଦସହ ସମସ୍ତଙ୍କ ଆକର୍ଷଣ ସ୍ବଦେଶୀ ମେଳାରେ ବିଭିନ୍ନ ଦେଶୀୟ ପ୍ରସ୍ତୁତ ବସ୍ତ୍ର, ସାମଗ୍ରୀ,ଓ ସୁସ୍ବାଦୁ ଖାଦ୍ୟ ସମସ୍ତଙ୍କୁ ଆକର୍ଷଣ କରୁଛି ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

masiha

ରାୟଗଡ଼ ବ୍ଳକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ

masiha

Leave a Comment

error: Content is protected !!