ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲ୍ୟାଣସିଂହପୁର ଠାରେ ରଜ ମହୋତ୍ସବ 2024 ପାଳିତ

କଲ୍ୟାଣସିଂହପୁର ଠାରେ ରଜ ମହୋତ୍ସବ 2024 ପାଳିତ 

କଲ୍ୟାଣସିଂହପୁର ତା 16/06/24 // ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାର ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ରଜ ମହୋତ୍ସବ 2024 ପାଳିତ ହୋଇଯାଇଛି। ଅନ୍ତିମ ଦିନର ଉଦଘାଟନୀ ଉସ୍ଚବ ରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର କ ଜୋନ ଜିଲ୍ଲା ପରିଷଦ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁଦିପ କୁମାର ସାହୁ ଏବଂ ସହକାରୀ ଶିକ୍ଷକ ତାପସ କୁମାର ଦଳେଇ, ସମିତି ସଭ୍ୟ ପଦ୍ମାବତୀ ମିନାକା, ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସି ଏଚ ଓ ମିନା କୁମାରୀ ସାମଲ, ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ଉପସ୍ଥିତିରେ ପ୍ରଥମେ ରଜ ଦୋଳିରେ ପୂଜାର୍ଚନା କରି ଅତିଥିଙ୍କୁ ଦୋଳିରେ ଝୁଲିବା ପରେ ମଞ୍ଚରେ ବିରାଜିତ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚନା କରିବା ସହ ଦୀପ ପ୍ରଜ୍ୱଳନ କରି ମଞ୍ଚାସିନ ହୋଇଥିଲେ। ମଞ୍ଚ ପରିଚାଳକ କାର୍ତିକ ଗୌଡ଼ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ ଏହାପରେ ଅତିଥି ମାନେ ରଜ ମହୋତ୍ସବ ବାବଦରେ ନିଜ ନିଜର ଅଭିଭାଷଣ ରଖିଥିଲେ ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା।

ପ୍ରକାଶ ଥାଉ କି ମେ ମାସ 25 ତାରିଖ ଠାରୁ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ଆନୁକୂଲ୍ୟରେ ଶ୍ରୀ ଗୁଗଲ ପାଠଶାଳା ସହଯୋଗରେ କଲ୍ୟାଣସିଂହପୁରର ଠାରେ ପ୍ରଥମ ଥର ବିଭିନ୍ନ ସାହି ସାହିରେ କୁନି କୁନି ଝିଅ,କୁଆଁରୀ କନ୍ୟା ମା ବହୁ ଙ୍କୁ ପରମ୍ପରା ମ୍ପାରିକ କ୍ରୀଡା ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା ଜୁନ 9 ତାରିଖରେ ଗଣ ଦୌଡ ଆୟୋଜିତ ହୋଇଥିଲା ଏଥିରେ ବିଜେତା ହୋଇଥିବା ସମସ୍ତ ପ୍ରତିଯୋଗିଙ୍କୁ ନେଇ ଅନ୍ତିମ ପର୍ଯ୍ୟନ୍ତ ପ୍ରତିଯୋଗିତା 14/06/24 ରେ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳ ପୁଚିରେ ପ୍ରଥମ ଶିବାନୀ ପ୍ରାସ୍କା, ଦ୍ୱିତୀୟ ଯଶୋଦା କାଶୀ, ତୃତୀୟ ତପସ୍ୱିନୀ କାଶୀ, ରଙ୍ଗଲୀ ରେ ରଶ୍ମି କାଶୀ, ଦ୍ୱିତୀୟ ମାଳତି କାଶୀ, ତୃତୀୟ ସସ୍ମିତା କାଶୀ, ଦୌଡ଼ିଡିଆଁ ଖେଳରେ ପ୍ରଥମ ଯଶୋଦା କାଶୀ, ଦ୍ୱିତୀୟ ପୁର୍ଣିମା କାଶୀ, ତୃତୀୟ ଅନିତା କାଶୀ, ଦଳଗତ ନୃତ୍ୟରେ ବର୍ଷା ବେନିଆ ଓ ପ୍ରଣବି ପ୍ରଥମ, ବୁଢାରାଜା ଡେନ୍ସ ଗୃପ ଦ୍ୱିତୀୟ, ମା ଭୈରବୀ ଡେନ୍ସ ଗୃପ ତୃତୀୟ, ମ୍ୟୁଜିକ ଚେୟାର ଜୁନିଅର ରେ ଯଶୋଦା କାଶୀ ପ୍ରଥମ ବନ୍ଦନା ଦ୍ୱିତୀୟ ମଞ୍ଜୁଳା ତୃତୀୟ, ମ୍ୟୁଜିକଚେୟାର ସିନିଅରରେ ନାଗେଶ୍ୱରୀ ପୂଜାରୀ ପ୍ରଥମ, ସସ୍ମିତା କାଶୀ ଦ୍ୱିତୀୟ, ମାଳତୀ କାଶୀ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ଉପସ୍ଥିତ ଅତିଥିଙ୍କ କର କମଳରେ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନ ସାଧାରଣ ପୂର୍ଣ୍ଣ ସହଯୋଗ କରିଥିଲେ।ଆସନ୍ତା ଦିନରେ ଅନୁଷ୍ଠାନ ପକ୍ଷରୁ ଦେବଗିରି ଲୋକ ମହୋତ୍ସବ ମହା ଆଡମ୍ବର ସହ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଙ୍କ ମୟୂରଭଞ୍ଜ ଗସ୍ତ

Sunil Chandra Nayak

ବାହୁଡ଼ାଯାତ – ରଙ୍ଗତୁଳୀରେ ଜଗନ୍ନାଥ

Sunil Chandra Nayak

ଏ ଏସ୍ ଆଇ ହରେକୃଷ୍ଣ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

Leave a Comment

error: Content is protected !!