ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

କୋକସରା,୨୯/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁପଗାଁ ପଞ୍ଚାୟତ ଫୁପଗାଁ ଠାରେ ପାହାଡେଶ୍ୱର ମହାଦେବ ମନ୍ଦିରରେ ରତ୍ନମୁଦ ଉତ୍ସଵ ରବିବାର ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶ ମଧ୍ୟରେ ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗଦାନ କରି ମନ୍ଦିର ରତ୍ନମୁଦ ଉତ୍ସବରେ ସାମିଲ ହୋଇଥିଲେ। ପୂଜାକର୍ତ୍ତା ଭାବେ ଫୁପଗାଁ ସମିତି ସଭ୍ୟ ଶ୍ରୀ ରାଜୀବ ଅଗ୍ରୱାଲ ପତ୍ନୀ ରିତା ଅଗ୍ରୱାଲ ସମସ୍ତ ପୂଜାବିଧି ସମ୍ପନ୍ନ କରିଥିଲେ। ଏହି ଅବସରରେ ନାମ ସଂକୀର୍ତ୍ତନ, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁ ମାନେ ରତ୍ନମୁଦ ପାଇଁ ବିଭିନ୍ନ ପ୍ରକାର ଶଷ୍ୟ, ସୁନା, ରୁପା, ଧାତୁ, ମୁଦ୍ରା ଅର୍ପଣ କରିଥିଲେ। ଅତିଥି ଭାବେ ସଞ୍ଜୟ ସିଙ୍ଘଲ, ଅରୁଣ ଅଗ୍ରୱାଲ, ସନ୍ତୋଷ ଦାସ, ରବି ନାରାୟଣ ଦାସ ଉପସ୍ଥିତ ଥିଲେ। ରତ୍ନମୁଦ ଉତ୍ସଵ କମିଟି ପକ୍ଷରୁ ଲକ୍ଷ୍ମଣ ପଟେଲ, ଜୟରାମ ପୁଝାରି, କାଶୀନାଥ ପୁଝାରି, ଭୁବନେଶ୍ୱର ପଟେଲ, ନିଳାମ୍ବର ବାରିକ, ପ୍ରଦୀପ ପଟେଲ, ପ୍ରଭୁଲାଲ ପଟେଲ ଓ ଖଗେଶ୍ବର ପୁଝାରୀ, ଶରତ ପୁଝାରୀ, ବିଷ୍ଣୁ ନାଏକ ସମେତ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ସାରନଗରୀ ଚିନ୍ମୟ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳନ

Sunil Chandra Nayak

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

Sunil Chandra Nayak

ଉତ୍କଳମଣି ସେବାସଂସ୍ଥା ଅାନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେବାକାର୍ଯ୍ୟ

masiha

Leave a Comment

error: Content is protected !!