ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର: ଆନନ୍ଦ ଉଲ୍ଲାସର ସହ ଛଠ୍ ପର୍ବ ପାଳିତ

ରାଇରଙ୍ଗପୁର: ଆନନ୍ଦ ଉଲ୍ଲାସର ସହ ଛଠ୍ ପର୍ବ ପାଳିତ

 ମୟୂରଭଞ୍ଜ -୨୦/୧୧ ( ମସିହା) ଉତ୍ତର ଭାରତୀୟ ତଥା ଵିଶେଷତଃ ବିହାରୀ ସଂପ୍ରଦାୟର ଅନନ୍ୟ ଗଣ ପର୍ବ ହେଉଛି ଆସ୍ଥା ଓ ବିଶ୍ବାସର ମହାନ ପର୍ବ ଛଠ୍ ପର୍ବ । ଏହି ପର୍ବରେ ଅସ୍ତଗାମୀ ସୂର୍ଯ୍ୟ ଓ ଉଦିତ ସୂର୍ଯ୍ୟଙ୍କୁ ଉପାସନା କରି ପୂଜା କରାଯାଏ । ରବିବାର ଦିନ ରାଇରଙ୍ଗପୁର ସହରର ଛଠ୍ ଵ୍ରତଧାରୀମାନେ ସୂର୍ଯ୍ଯାସ୍ତର ଦୁଇ ଘଣ୍ଟା ପୂର୍ବରୁ ଶ୍ରଦ୍ଧାଳୁମାନେ ମୁଣ୍ଡରେ ଡଲା ଧରି ତାହା ମଧ୍ୟରେ କଦଳୀ,ଆଖୁ,ଗଛ,ଫୁଲ ,ଫଳ ଧରି ଧରି’ନଦୀ ଘାଟିକୁ ଯିବା ସମୟରେ ସାଙ୍ଗରେ ଘଣ୍ଟା,ବାଣ,ବାଜା, ଶଙ୍ଖ,ମହୁରି ଧରି ଅପରୂପ ସମନ୍ବୟର ଏ ଆଵାଳ ବୃଦ୍ଧ ବନିତା ନଦଈଘଆଟକଉ ଯାଇ ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା ସହ ପ୍ରଥମ ଅର୍ଘ୍ୟ ଅର୍ପଣ କରିଥିଲେ ।ଆଜି ସୋମବାର ଭୋର ୪ଟା ଠାରୁ ଛଠ୍ ବ୍ରତଧଆରୀ ରାଇରଙ୍ଗପୁରର ନଦୀରେ ସ୍ନାନ ଓ ଶୌଚ କରି ନଵଵସ୍ତ୍ର ପରିଧାନ କରି ସାଙ୍ଗରେ ବାଲିରେ ନେଇଥିବା ନୈବୈଦ୍ଯକୁ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଘରକୁ ମହା ଆନନ୍ଦରେ ଫେରିଥିବା ସମୟରେ ଘାଟ ପାଖରେ ଛଠ୍ ପର୍ବ କମିଟି ଦ୍ବାରା ଆୟୋଜିତ ମୃଣ୍ମୟ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।ନିଜର,ପରିବାରର ଏବଂ ସମାଜର ମଙ୍ଗଳ କାମନା କରିଥିଲେ ।ଘରକୁ ଯାଇ ମହା ଆନନ୍ଦରେ ପୂଜାର୍ଚ୍ଚନା କରିଥିଲେ ।ଘାଟ ପାଖରେ ପରସ୍ପରକୁ ଆନନ୍ଦରେ କୋଳି କୋଳି ହୋଇ ପର୍ବକୁ ଖୁସିର ସହ ପାଳିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ମେଧାଅନ୍ବେଷଣର ଫଳାଫଳ, ପ୍ରଥମ ସ୍ଥାନରେ ୩ ଜଣ

masiha

ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ: ୬ଟି ବଳଦ ସହ ଗାଡ଼ି ଓ ସାର ବୋଝେଇ ଟ୍ରକ ଜବତ

Sunil Chandra Nayak

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବରୁ ଚିକିତ୍ସା ସେବା ବାଧାପ୍ରାପ୍ତ, ୩୩ଜଣ ଅନୁମୋଦିତ ଡାକ୍ତର ଜାଗାରେ ଅଛନ୍ତି ମାତ୍ର ୧୩

masiha

Leave a Comment

error: Content is protected !!