ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅ ରେ ପଡି ପାଞ୍ଚବର୍ଷ ର ଶିଶୁ ର ମୃତ୍ୟୁ

କୂଅ ରେ ପଡି ପାଞ୍ଚବର୍ଷ ର ଶିଶୁ ର ମୃତ୍ୟୁ

କାମାକ୍ଷାନଗର(ମନିସ )20/11/23 କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ ଅନ୍ତର୍ଗତ ବଳଦିଆପାଳ ଗ୍ରାମରେ ସୋମବାର ଅପରାହ୍ନରେ ଏକ ୫ ବର୍ଷର ଶିଶୁ ଖେଳୁଥିଲା ବେଳେ କୂଅ ରେ ପଡି ମୃତ୍ୟୁ ହୋଇଥିବାର ଜଣାଯାଇଛି l ମୃତ ଶିଶୁ ଜଣକ ଗ୍ରାମର ବିଷକେତନ ମହାନ୍ତ ଙ୍କର ୫ ବର୍ଷର ପୁଅ ବାପୁନି ମହାନ୍ତ l ସୂଚନା ଅନୁଯାୟୀ ବାପୁନି ଆଜି ବିଦ୍ୟାଳୟରୁ ଫେରିବା ପରେ ଘର ପାଖରେ ଖେଳୁଥିଲା l ଖେଳୁଥିଲା ବେଳେ କୂଅ ରେ ଖସି ପଡିଥିଲା l ପୁଅ କୁ ବହୁ ଖୋଜାଖୋଜି କରି ପରିବାର ଲୋକ କୂଅ ରୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ବାପୁନି କୁ ମୃତ ଘୋଷଣା କରିଛନ୍ତି l ଏହି ଖବର ପ୍ରଚାର ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଗୌରବ ଆଣିଲେ ବିଶ୍ଵଜିତ 

Sunil Chandra Nayak

ଗତିପୁଟ : କେନ୍ଦୁପତ୍ର ତୋଳାଳୀ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ସୁବିଧା ରୁ ବଞ୍ଚିତ 

ନବରଙ୍ଗପୁର ଜିଲ୍ଲା ରେ ଧୁମଧାମରେ ପାଳନ ଖ୍ରୀଷ୍ଟମାସ ପର୍ବ

Sunil Chandra Nayak

Leave a Comment

error: Content is protected !!