ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅ ରେ ପଡି ପାଞ୍ଚବର୍ଷ ର ଶିଶୁ ର ମୃତ୍ୟୁ

କୂଅ ରେ ପଡି ପାଞ୍ଚବର୍ଷ ର ଶିଶୁ ର ମୃତ୍ୟୁ

କାମାକ୍ଷାନଗର(ମନିସ )20/11/23 କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ ଅନ୍ତର୍ଗତ ବଳଦିଆପାଳ ଗ୍ରାମରେ ସୋମବାର ଅପରାହ୍ନରେ ଏକ ୫ ବର୍ଷର ଶିଶୁ ଖେଳୁଥିଲା ବେଳେ କୂଅ ରେ ପଡି ମୃତ୍ୟୁ ହୋଇଥିବାର ଜଣାଯାଇଛି l ମୃତ ଶିଶୁ ଜଣକ ଗ୍ରାମର ବିଷକେତନ ମହାନ୍ତ ଙ୍କର ୫ ବର୍ଷର ପୁଅ ବାପୁନି ମହାନ୍ତ l ସୂଚନା ଅନୁଯାୟୀ ବାପୁନି ଆଜି ବିଦ୍ୟାଳୟରୁ ଫେରିବା ପରେ ଘର ପାଖରେ ଖେଳୁଥିଲା l ଖେଳୁଥିଲା ବେଳେ କୂଅ ରେ ଖସି ପଡିଥିଲା l ପୁଅ କୁ ବହୁ ଖୋଜାଖୋଜି କରି ପରିବାର ଲୋକ କୂଅ ରୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ବାପୁନି କୁ ମୃତ ଘୋଷଣା କରିଛନ୍ତି l ଏହି ଖବର ପ୍ରଚାର ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପିକଅପ ଭ୍ୟାନ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ 

ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ବିଜାତଳା ବନ ବିଭାଗ କାର୍ଯ୍ଯାଳଳୟରେ କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!