ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରତିଷ୍ଠାତା ମୁରଲୀଧର ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ଚନ୍ଦ୍ରମା ରଣା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଗହୀର, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହନୁମାନ ଦାସ, ଅବସପ୍ରାପ୍ତ ସହକାରୀ ଶିକ୍ଷାଧିକାରୀ ହୃଷୀକେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଉପସ୍ଥିତ ଅତିଥି ମାନେ ନାରୀ ଶିକ୍ଷାର ଆବଶ୍ୟକ ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ସମାଜ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ପିଙ୍କି ଜାନୀ ସଂଯୋଜନା କରିଥିବା ବେଳେ ଶିକ୍ଷା ଅଧ୍ୟାପିକା ସୁଶ୍ରୀ ଇପ୍ସିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

Sunil Chandra Nayak

ଓଡିଶା ବନ ଉନ୍ନୟନ ନିଗମ ତରଫରୁ ଜଳବନ୍ଦୀ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର

masiha

ଵହଳଦା ଥାନା! ତେନ୍ତଳା ପୋଲ ପାଖରେ ଟ୍ରକ ଏବଂ ବାଇକ୍ ମୁହାଁମୁହିଁ; ବାଇକ ଚାଳକ ମୃତ

masiha

Leave a Comment

error: Content is protected !!