ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ତହସିଲ ଅଧିନସ୍ଥ ଆର.ଆଇ. -୧ ଏବଂ ଆର ଆଇ -୨ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

ବାରିପଦା ତହସିଲ ଅଧିନସ୍ଥ ଆର.ଆଇ. -୧ ଏବଂ ଆର ଆଇ -୨ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

ମୟୂରଭଂଜ – ୨୫/୧୧  ଆଜି ବାରିପଦା ସ୍ଥିତ ବାଘରା ରୋଡ଼ ନିକଟରେ ବାରିପଦା ରାଜସ୍ବ ନିରୀକ୍ଷକ-୧ ଏବଂ ୨ର ନୂତନ ଭାବେ ନିର୍ମିତ ହୋଇଥିବା ଦୁଇଟି କାର୍ଯ୍ୟାଳୟ ଗୃହ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ କାନ୍ଦ୍ରା ସୋରେନ, ଵିଜେପି ଜିଲ୍ଲା ସଭାପତି ଶ୍ରୀ ନିହାର ମୋଦୀ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବାରିପଦା ତହସିଲଦାର, ଶ୍ରୀ ସପନ କୁମାର ସାହୁ, ମନ୍ତ୍ରୀଙ୍କ ସଚିବ ଶ୍ରୀ ରାମ ଚନ୍ଦ୍ର ସୋରେନ,ଅତିରିକ୍ତ ତହସିଲଦାର ଶ୍ରୀ ଶ୍ରୀକାନ୍ତ ନାୟକ, ଶ୍ରୀ ଭରତ ଚନ୍ଦ୍ର ପାତ୍ର, ରାଜସ୍ବ ନିରୀକ୍ଷକଙ୍କ ସମେତ ବାରିପଦା ତହସିଲ ଓ ଆର ଆଇ ଅଫିସର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ବର୍ତମାନ ବିଭିନ୍ନ ପୁରାତନ କାର୍ଯ୍ୟାଳୟ ଗୃହ ଗୁଡିକୁ ନୂତନ ଭାବେ ନିର୍ମାଣ ସହିତ କାର୍ଯ୍ୟାଳୟର ଅନ୍ୟାନ୍ୟ ଆନୁଷଙ୍ଗିକ ଆବଶ୍ୟକତା ଗୁଡିକର ବ୍ୟବସ୍ଥା କରାଯାଉଛି। ଏହି ଦୁଇଟି କାର୍ଯ୍ୟାଳୟରେ ଉପର ମହଲାରେ ରାଜସ୍ବ ନିରୀକ୍ଷକଙ୍କ ଆବାସିକ ବ୍ୟବସ୍ଥା ହୋଇଛି ଯାହା ଫଳରେ ଲୋକମାନଙ୍କ ପାଇଁ ଆର ଆଇଙ୍କ ଉପସ୍ଥିତିରେ ସୁବିଧା ହେବା ସହିତ ତ୍ୱରିତ ପ୍ରକ୍ରିୟାରେ ବିଭିନ୍ନ କାର୍ଯ୍ୟ ସମ୍ପନ୍ନ ହୋଇ ପାରିବ। ଆଜି ଠାରୁ ଏହି ନୂତନ ଗୃହରେ ଏହି ଦୁଇଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରିବ। ଏହା ପୂର୍ବରୁ ନିର୍ମାଣ କାର୍ଯ୍ୟ ପାଇଁ ବାରିପଦା ତହସିଲ କାର୍ଯ୍ୟାଳୟରେ ଏହି ଦୁଇଟି ଅଫିସ ଅସ୍ଥାୟୀ ଭାବେ କାର୍ଯ୍ୟ କରି ଆସୁଥିଲା।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ‌ ମସିହା ନିଉଜ

Related posts

ଉପଖଣ୍ଡ ସ୍ତରୀୟ ଆଦିବାସୀ ଶବର ସମାଜ ର କାର୍ଯ୍ୟକାରିଣୀ ସଭା

masiha

ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୫-୨୬ ଅନୁଷ୍ଠିତ

Sunil Chandra Nayak

ସାଂସଦ ସପ୍ତଗିରିଙ୍କ ଶହୀଦ ମିନାର ପ୍ରଦର୍ଶନ

Leave a Comment

error: Content is protected !!