ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକ ଅପ ଗାଡି ଧକ୍କାରେ ଦୁଇ ଯୁବକ ମୃତ ଘଟଣା, କ୍ଷତିପୂରଣ ଦାବିରେ ମୋଟେର ଠାରେ ରାସ୍ତା ଅବରୋଧ

କୋକସରା,୬/୦୩- ରବିବାର ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ସିଉନି ଗାଁ ରାସ୍ତା ମଝିରେ କାକୁଡି ବୋଝେଇ ପିକଅପ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଯୁବକ ମୃତ୍ୟୁ ହୋଇଛି। ମୃତ ଦୁଇ ଯୁବକ ହେଲେ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ବାଟିଗୁଡାର ଦୁର୍ଯ୍ୟୋଧନ ଧଙ୍ଗଡା ମାଝୀ (୨୧) ଓ ଚିଣ୍ଟୁ ବାଗ(୨୩)। ଭବାନୀପାଟଣା ଓ କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ପକ୍ଷରୁ ୪ ଲକ୍ଷ କ୍ଷତିପୂରଣ ଦାବିରେ ଦୁଇ ମୃତକଙ୍କ ଶବକୁ ମୋଟେର ଛକରେ ରଖି ରାସ୍ତା ଅବରୋଧ କରିଥିଲେ ପରିବାର ଲୋକେ ଓ ସମ୍ପର୍କୀୟ ମାନେ ରାସ୍ତା ଅବରୋଧ ସୋମବାର ଅପରାହ୍ନ ୩ ଘଣ୍ଟାରୁ ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମୁଖୀଗୁଡା ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରକୁ କୋକସରାରେ ପୁଲିସ ଅଟକ ରଖିଛି । ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଓ ପୁଲିସ କର୍ମଚାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ବୁଝାସୁଝା ଜାରି ରଖିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପହଞ୍ଚି ଦୁଇ ମୃତକ ପରିବାର ସହ ଆଲୋଚନା କରିବା ସହ ଦୁଇ ମୃତକ ପରିବାରକୁ ଗାଡି ମାଲିକ ପକ୍ଷରୁ କ୍ଷତିପୂରଣ ବାବଦରେ ୬୦ ହାଜର, ରେଡ଼ କ୍ରସରୁ ୨୦ ହଜାର ଓ ବ୍ଲକ ଉପାଧ୍ୟକ୍ଷ ୨୦ ହଜାର ମୋଟ ୧ ଲକ୍ଷ ୨ ମୃତକ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବାସହ ଦୁର୍ଘଟଣା ଜନିତ ମୃତ୍ୟୁରେ ବୀମା ରାଶି ପାଇଁ ବ୍ୟବସ୍ଥା କରାଯିବା ନେଇ କହିବା ପରେ ରାସ୍ତା ଅବରୋଧ ଅପରାହ୍ନ ୫ ଘଣ୍ଟାରେ ହଟିଥିଲା। ତେବେ ୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ ଫଳରେ ରାସ୍ତାର ଦୁଇ କଡ଼ରେ ଅନେକ ଗାଡିମୋଟର ଅଟକି ରହିଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

Massive Corruption in Rayagada Forest Division: Forest squad appears before Lokayukta in response to complains made by Rayagada activists

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କଲେକ୍ଟେଟ୍ ରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!