ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ

ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ 

ନବରଙ୍ଗପୁର ୭/୯ (ମସିହା) ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲାର ପ୍ରଶାସନ ତରଫରୁ ସମସ୍ତ ଅଙ୍ଗନବାଡି ସ୍ତରରେ କୁପୋଷଣକୁ ରୋକିବା ନିମନ୍ତେ ବ୍ୟାପକ ଜନ ସଚେତନତା କରିବା ପାଇଁ ଜିଲ୍ଲାସ୍ତରୀୟ ପୋଷଣ ମାସର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲ୍ଲାପାଳ ଡଃ ମିଶ୍ର ସମାଜରୁ କୁପୋଷଣ କୁ ସଂପୂର୍ଣ୍ଣ ରୂପେ ଦୂରେଇବା ପାଇଁ ହେଲେ ବିଶେଷ କରି ମା ଓ ଶିଶୁଙ୍କର ପୋଷଣ ନିମନ୍ତେ ପରିପୂରକ ଖାଦ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ପ୍ରତ୍ଯେକ ମା ସ୍ତନ୍ୟପାନର ଗୁରୁତ୍ଵ ଉପରେ ସଠିକ ଭାବରେ ଯେପରି ବୁଝିପାରିବେ ସେ ଉପରେ ସମସ୍ତ ଅଙ୍ଗନବାଡି କର୍ମୀ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା ଜିଲ୍ଲାରେ ଚଳିତ ମାସରେ ସମସ୍ତ ଅଙ୍ଗନବାଡି ସ୍ତରରେ କୁପୋଷଣ ରୋକିବା ନିମନ୍ତେ ବ୍ୟାପକ ଜନ ସଚେତନତା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ । ବିଶେଷ କରି ସମସ୍ତ ଅଙ୍ଗନବାଡି ସ୍ତରରେ ସ୍ତନ୍ୟପାନର ଉପକାରିତା, ପରିପୂରକ ପୁଷ୍ଟିକର ଆହାର , ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ଓ ସନ୍ତୁଳିତ ଆହାର , କ୍ଷୁଦ୍ରସଶ୍ଯ ଯଥା ମାଣ୍ଡିଆ, ସୁଆଁ ଓ ମକାରେ ଖାଦ୍ଯର ଉପକାରିତା , ରକ୍ତହୀନତା କାରଣ ନିରାକଣ ଉପରେ ସାଧାରଣ ସଭା, ସଚେତନତା ଶୋଭାଯାତ୍ରା, ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ର ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ସବୁ ବର୍ଗର ଲୋକଙ୍କ ସହିତ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପୃଷ୍ଟି ସଂଯୋଜକ ସୁକାନ୍ତ ପାତ୍ର ଓ ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା ପୋଷଣ ମାସ ପାଳନ ଅବସରରେ ଜିଲ୍ଲା ,ବ୍ଲକ ଓ ଅଙ୍ଗନବାଡି ସ୍ତରରେ ମାସେ ବ୍ୟାପି ହେବାକୁଥିବା କାର୍ଯ୍ୟକ୍ରମର ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ନୀଳମଣି ଦିଲୀପ ଚାନ୍ଦ ବେହେରା ଯୋଗଦେଇ ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ପାଷ୍ଟଫୁଡୁ ପ୍ରତି ପିଲାମନଙ୍କର ଆଗ୍ରହକୁ କମାଇ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କ୍ଷୁଦ୍ରସଶ୍ଯ ଯଥା ମାଣ୍ଡିଆ, ସୁଆଁ , ବାଜରା ଓ ମକାରେ ଖାଦ୍ଯ ପ୍ରସ୍ତୁତ କରି ପିଲାମାଙ୍କୁ ଦେବାପାଇଁ ବୁଝାଇବା ସହିତ ଶିଶୁ ପାଇଁ ମା କ୍ଷୀର ଉପକାରିତା ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ , ଜିଲ୍ଲା ମମତା ସଂଯୋଜକ ବିଶୋଜିତି ମହାନ୍ତି ,ସିଡ଼ିପିଓ ଏସ୍ ଗୀତା, କାଞ୍ଚନପଣ୍ଡା, ବିନୀତା ଜେଠି ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର ତଥା ସମସ୍ତ ବ୍ଲକ ପୋଷଣ ସଂଯୋଜକ ମାନେ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ କୁପୋଷଣ କୁ କିପରି ସଂପୂର୍ଣ୍ଣ ମୁକ୍ତ କରାଯିବ ସେ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଏଥି ସହିତ ବ୍ଲକ କଳା ସଂସ୍କୃତି ସଂଗଠନ ଉମରକୋଟ ଦ୍ଵାରା ପୋଷଣ ଭିତିକ ପଥପ୍ରାନ୍ତ ନାଟକ ପଦର୍ଶିତ ଦେବା ସହିତ ୧୮ ଜଣ କିଶୋରୀ ମାନଙ୍କର ରକ୍ତ ପରୀକ୍ଷା କରାଯାଇ ଥିଲା । ଶେଷରେ ନନ୍ଦାହାଣ୍ଡି ସିଡିପିଓ ଶସ୍ମିତାବାଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିକ୍ଷକ ଯୋଗାଣ ଦାବୀ ରେ ଧାରଣା ତେନ୍ତୁଳିଆପଡ଼ା ସ୍କୁଲ ଗେଟ ରେ ପଡିଲା ତାଲା

masiha

ନୀଳମଣି କଲେଜରେ ନୂଆ -ଓ କାର୍ଯ୍ୟକ୍ରମ ଉଦଘାଟିତ

masiha

ଯୋଡ଼ା ପୌରପାଳିକା ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

Leave a Comment

error: Content is protected !!