ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ଡାହକ ବିକଳ ମାଟିଆଭଟା ଗ୍ରାମବାସୀ 

ପାଣି ପାଇଁ ଡାହକ ବିକଳ ମାଟିଆଭଟା ଗ୍ରାମବାସୀ 

ଖପ୍ରାଖୋଲ ୨୫/୫(ମ ନି ସ) ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ସଦର ମହକୁମା ଗାଁ ରେ ପିଇବା ପାଣି ପାଇଁ ଡହକ ବିକଳ ହେଉଥିବା ଅଭିଯୋଗ ହେଉଛି । ଏନେଇ ଅନେକ ଥର ଅଭିଯୋଗ ସତ୍ତେ ମଧ୍ୟ ପାନୀୟ ଜଳ ପ୍ରକଳ୍ପ ବିଭାଗ ତରଫରୁ ପାନୀୟ ଜଳ ସ୍ଥାୟୀ ଯୋଗାଣ ରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ପସୂଚନା ଅନୁସାରେ ମାଟିଆଭଟା ଗାଁ ରେ ୧୨ ଶହ ରୁ ଅଧିକ ଲୋକ ବସବାସ କରୁଛନ୍ତି । ଗ୍ରାମ ଭିତରେ ୪ ଟି ନଳକୂପ ଥିବାବେଳେ ନଳକୂପ ମାନଙ୍କରେ ପିଇବା ଉପଯୋଗି ପାଣି ବାହାରୁ ନଥିବା କାରଣରୁ ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଦୀର୍ଘ ଏକ କିମି ଦୂର ସ୍କୁଲ ପାଖ ସୋଲାର ପମ୍ପ ପାଖକୁ ଯାଇ ଲମ୍ବା ଧାଡ଼ିରେ ରହି ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

 ସରକାରଙ୍କ ତରଫରୁ ବସୁଧ ଯୋଜନା ମାଧ୍ୟମରେ ଓଭର ହେଡ ଟ୍ୟାଙ୍କ ନିର୍ମାଣ ହୋଇଆଛି । ଏହାସହ ଗ୍ରାମ ଭିତରେ ଘର କୁ ଘର ଜଳ ଯୋଗାଣ ପାଇଁ ଟ୍ୟାପ ଖଞ୍ଜା ଯାଇଛି । ହେଲେ ଜଳ ଯୋଗାଣ ପାଇଁ ଖୋଲା ଯାଇଥିବା ଗଭିର ନଲ କୂପ ପୋତି ହୋଇ ଯିବାରୁ ଜଳ ଯୋଗାଣ ଗ୍ରାମରେ ବନ୍ଦ ଥିବା ଅଭିଯୋଗ ହେଉଛି । ଚଳିତ ବର୍ଷ ପ୍ରଖର ଗ୍ରୀଷ୍ମ ପ୍ରବାହ ହେଉଥିବା ରୁ ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଥିବା ଅଭିଯୋଗ ହେଉଛି। ଏନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଚିନ୍ମୟ ପ୍ରଧାନ ଙ୍କୁ ପଚାରିବାରୁ ପୁରୁଣା ଜଳଯୋଗାଣ ପ୍ରକଳ୍ପ ରେ ବିଦ୍ୟୁତ୍ ସଂଯୋଗ କରି ପାନୀୟ ଜଳ ଯୋଗାଣ ସ୍ଵାଭାବିକ କରାଯିବ ବୋଲି କହିଛନ୍ତି। ତୁରନ୍ତ ସ୍ଥାୟୀ ସମାଧାନ ପୂର୍ବରୁ ଗାଁ ରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ପାଇଁ ଦାବୀ ହେଉଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବ୍ୟାସ ଫାଉଣ୍ଡେସନ ର ବଦାନ୍ୟତା, ଅସହାୟ ମହିଳାଙ୍କୁ ଦେଲେ ଏକ ସିଲାଇ ମେସିନ !

Sunil Chandra Nayak

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ବିଭିନ୍ନ ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ମରାମତି ପାଇଁ ଦାବୀ

masiha

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!