ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନତା ଲୋକ ନାଟକ ରେ କଳାକାରଙ୍କ କମାଲ

ସଚେତନତା ଲୋକ ନାଟକ ରେ କଳାକାରଙ୍କ କମାଲ

ନର୍ଲା :ଦେଶ ବ୍ୟାପୀ ରାଷ୍ଟୀୟ ପୋଷଣ ମାସ ପାଳନ କରା ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ର ପାଞ୍ଚ ଗୋଟି କ୍ଲଷ୍ଟର ଅନ୍ତର୍ଗତ ଭୀମକେଲା,ଉଲିକୁପା ଲାଖଗୁଡ଼ା, ବେହେରାପାଟି,କୁସୁମପଡ଼ା ଠାରେ ନର୍ଲା ଆଇ ସିଡିଏସ୍‌ ସୌଜନ୍ୟ ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ କରି ଜନ ସଚେତନତା ସୃଷ୍ଟି କରା ଯାଇଥିଲା,ରତ୍ନଗିରି ନାଟ୍ୟ ସଂଘ ର କଳାକାର ମାନେ ମେଦ ବହୁଳତା ନିୟନ୍ତ୍ରଣ,ସୁରକ୍ଷିତ ମା’ ଓ ଶିଶୁ ର ଲାଳନ ପାଳନ ରେ ପୁରୁଷ ଙ୍କ ଭୂମିକା,ନବଜାତ ଓ ଶିଶୁ ଙ୍କ ଖାଦ୍ୟାଭ୍ୟାସ ଉପରେ ଜୀବନ୍ତ ଅଭିନୟ କରି ଲୋକ ନାଟକ ପରିବେଷଣ କରି ଥିଲେ, କଳାକାର ମାନଙ୍କ ବାସ୍ତବ ଅଭିନୟ ରେ ହିତାଧୀକାରି ମାନେ ହସିବା କାନ୍ଦିବା ଅନୁଭବ କରି ସମଭାଗୀ ହେବାର ଦେଖିବାକୁ ମିଳିଥିଲା, ମଞ୍ଚ ନାଟକ ପରି ଉପଲବ୍ଧି କରିବାର ଦର୍ଶକ ମତ ଦେଇ ପ୍ରଶଂସା କରିଥିଲେ,ନାଟ୍ଯ ସଂଘ ର ସଭାପତି ତଥା କବି,ସଂଗଠକ ଅରୁଣ କୁମାର ପ୍ରଧାନୀ,ପିତାମ୍ବର ଗଉଡ଼,ଜୟରାମ ଚନ୍ଦନ,କପୁରଚନ,ବ୍ରଜ ଅଭିନୟ କରିଥିବା ବେଳେ ପିଚୋ ଗଉଡ଼,କେଶବ ପୁଝାରୀ,ପିତ ମାନି ବାଦ୍ୟ ଯନ୍ତରେ ସହଯୋଗ କରିଥିଲେ,ଅନ୍ତିମ ଦିବସରେ ସିଡିପିଓ ଅଞ୍ଜଳୀ ପଟ୍ଟନାଯକ,ଏବିଇଓ ଗୋବର୍ଦ୍ଧନ ମାଝୀ ପ୍ରତକ୍ଷ୍ୟଦର୍ଶୀ ହୋଇ ଉତ୍ସାହିତ କରିବା ସହ ସଚେତନତା ମାର୍ଗ ଦର୍ଶନ କରିଥିଲେ।

   ପଥପ୍ରାନ୍ତ ନାଟକ କଳାକାର ମାନଙ୍କ ଏତାଦୃଶ ଅଭିନୟକୁ ଅଞ୍ଚଳରେ ଭୂୟସୀ ପ୍ରଶଂଶା କରିବା ସହ ଏପରି ନାଟ୍ୟ ଅନୁଷ୍ଠାନ ମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପରିଚୟ ସୃଷ୍ଟି କରିବାର ସୁଯୋଗ ଦେବକୁ ଚର୍ଚ୍ଚା ହେଉଛି |

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

Sunil Chandra Nayak

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ  

masiha

Leave a Comment

error: Content is protected !!