ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ମୟ ଦାସପଟ୍ଟନାୟକ “ନାଟ୍ୟ ଗୌରବ ସମ୍ମାନ” ରେ ସମ୍ମାନିତ

ଚିନ୍ମୟ ଦାସପଟ୍ଟନାୟକ “ନାଟ୍ୟ ଗୌରବ ସମ୍ମାନ” ରେ ସମ୍ମାନିତ

ମୟୂରଭଂଜ – ତା :- ୨୫୲୧୧୲୨୦୨୫ ରିଖ  ଭୁବନେଶ୍ଵରସ୍ଥିତ ଭଞ୍ଜ କଳା ମଣ୍ଡପରେ ପଞ୍ଚଧ୍ୱନି ନାଟ୍ୟ ପରିଷଦ ତରଫରୁ ମଂଚ, ବେତାର , ଟେଲିଭିଜନ ତଥା ଓଡିଆ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ ଅଭିନେତା, ଲେଖକ, ନିର୍ଦ୍ଦେଶକ ତଥା ପ୍ରଯୋଜକ ବାରିପଦାର ଚିନ୍ମୟ ଦାସପଟ୍ଟନାୟକଙ୍କୁ ପଞ୍ଚଧ୍ବନି ନାଟ୍ୟ ପରିଷଦ ତରଫରୁ ସଚିବ, ଓଡିଶା ସଂଗୀତ ନାଟକ ଏକାଡ଼େମୀ, ଚନ୍ଦ୍ରଶେଖର ହୋତାଙ୍କ ହାତରେ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ “ନାଟ୍ୟ ଗୌରବ ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଅଛି । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ଲେଖିକା, ନିର୍ଦ୍ଦେଶିକା ଡକ୍ଟର ମାୟା ଦାସ , ଓଡିଶା ନାଟ୍ଯ ସଂଘର ସଭାପତି ତଥା ବରିଷ୍ଠ ନିର୍ଦ୍ଦେଶକ ମିହିର ମେହେର, ଓଡିଶା ନାଟ୍ଯ ସଂଘର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଅଭିନେତା, ଲେଖକ, ନିର୍ଦ୍ଦେଶକ ଓ ସଂଗଠକ ସୁଧାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ I ପଞ୍ଚଧ୍ୱନି ନାଟ୍ୟ ପରିଷଦର ସଭାପତି ତଥା ସୁନାମଧନ୍ୟ ନାଟ୍ୟକାର ପଞ୍ଚାନନ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ସମ୍ମାନ ପାଇଁ ମୟୁରଭଞ୍ଜର କଳା-ସଂସ୍କୃତି ପ୍ରେମୀଗଣ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ନିକଟ ଅତୀତରେ ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଜାତୀୟ ନାଟ୍ୟ ମହୋତ୍ସବ ଦର୍ଶକଙ୍କୁ ନାଟକ ପ୍ରତି ବେଶ ଆକୃଷ୍ଟ କରିଥିଲା I

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ

masiha

ଓଡ଼ିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ଉପଲକ୍ଷେ ମ.ରାମପୁର ଡ୍ରାଇଭର ସଂଘର ସଚେତନତା ଶୋଭାଯାତ୍ରା

masiha

ଲଡୁଗାଁ ଠାରେ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ

Leave a Comment

error: Content is protected !!