ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଶୀଲ କୁମାର ବାଗଙ୍କୁ ଡଙ୍ଗରଗଡ଼ ମହୋତ୍ସବ ଯୁବ ସାମ୍ବାଦିକ ସମ୍ମାନ 

ସୁଶୀଲ କୁମାର ବାଗଙ୍କୁ ଡଙ୍ଗରଗଡ଼ ମହୋତ୍ସବ ଯୁବ ସାମ୍ବାଦିକ ସମ୍ମାନ 

ଲାଞ୍ଜିଗଡ଼, ୨୫/୧୧()-ଯୁବ ସାମ୍ବାଦିକ, ସମାଜସେବୀ ତଥା ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କୁ ଆଜି ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବ ଯୁବ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ କଲମଠାରେ ଅନୁଷ୍ଠିତ ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବର ଭବ୍ୟ ସମାରୋହରେ ଶ୍ରୀ ବାଗଙ୍କୁ ସମ୍ମାନିତ କରାଯାଇଥିବାବେଳେ ମହୋତ୍ସବ ତଥା ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ପଟ୍ଟାଏତ ସାହୁ, ମୁଖ୍ୟବକ୍ତା ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଅତିଥି ବନାଞ୍ଚଳ ଅଧିକାରୀ ଠଣସୁନ୍ଦର ଧରୁଆ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଚିଣ୍ଟୁ ପ୍ରସାଦ ନାଏକ, ଲାଞ୍ଜିଗଡ଼ ପ୍ରେସ କ୍ଳବର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ କୈଳାସ ସାହୁ, କର୍ଲାପଡ଼ା ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ, କଲମ ସରପଞ୍ଚ ଭୁବନେଶ୍ୱର ନାଏକ, ମହୋତ୍ସବର ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କୁ ସମ୍ମାନିତ କରିଥିଲେ। ମହେନ୍ଦ୍ର ଧଙ୍ଗଡାମାଝୀ ମାନପତ୍ର ପାଠ କରିଥିଲେ। ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ସାମ୍ବାଦିକତା ଜରିଆରେ ଶ୍ରୀ ବାଗ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହିତ ଶାସନ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସେଗୁଡିକର ସମାଧାନ ପାଇଁ ଯତ୍ନବାନ ହୋଇଥାନ୍ତି। ସେହିପରି ଜିଲ୍ଲା ଓ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେଗୁଡିକର ଆଶୁ ସମାଧାନ ପାଇଁ ପ୍ରଯତ୍ନ କରିଥାନ୍ତି। ଏପରିକି ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡ଼ିତ ରହି ଲାଞ୍ଜିଗଡ଼ ବ୍ଲକ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସମାଜସେବା ଜାରି ରଖିଛନ୍ତି। ତାଙ୍କର ସାମଗ୍ରିକ କାର୍ଯ୍ୟକଳାପ ପାଇଁ ଶ୍ରୀ ବାଗ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ସେହିପରି ଜଣେ ଲେଖକ ଭାବେ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିବାରେ ସେ ସିଦ୍ଧହସ୍ତ ଅଟନ୍ତି। ତାଙ୍କୁ ସମ୍ମାନିତ କରାଯିବା ଖବର ମିଳିବା ପରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ଉପସଭାପତି କ୍ଷମାନିଧି ମହାଖୁଡ଼, ସାଧାରଣ ସଂପାଦକ ଏମ. ଚନ୍ଦ୍ରଶେଖର, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ଉପଦେଷ୍ଟା କୈଳାସ ସାହୁ, ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ରମେଶ ନାୟକ, ଦିଲୀପ ନାଏକ, ପ୍ରଭୁରଞ୍ଜନ ସାମଲ, ଦେବାଶିଷ ରଞ୍ଜନ ବିଶି ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Related posts

BPUT Academic Audit Team Visits GIST, Rayagada

masiha

ମଧୁବାବୁ ମଣ୍ଡଳର – ଜନ ଆକ୍ରୋଶ ମହିଳା ପଦଯାତ୍ରା”

ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କୁ ଅଵସର କାଳୀନ ଵିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!