ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଶାରଦୀୟ ଦୁର୍ଗା ପୂଜାରେ ଉତ୍ସବ ମୁଖର ବନ୍ଧୁଗାଁ ବ୍ଲକ ,୨-୩ ମାସ ହେଲା ପେନ୍‌ସନ୍ ନାହିଁ! ୧୫୦ ରୁ ଅଧିକ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିବ କିଏ?

ଶାରଦୀୟ ଦୁର୍ଗା ପୂଜାରେ ଉତ୍ସବ ମୁଖର ବନ୍ଧୁଗାଁ ବ୍ଲକ

ବନ୍ଧୁଗାଁ ତା ୨୧/୧୦/୨୬,ପବିତ୍ର ଶାରଦୀୟ ଦୁର୍ଗାପୂଜା ପାଇଁ ବନ୍ଧୁଗାଁ ବ୍ଲକ ପାଇଁ ଚଳଚଞ୍ଚଳ ହୋଇପଡିଥିବା ବେଳେ ଆଳି ବଡ଼ ସୋରପୋଲି ପଂଚାୟତ ର ସାପ୍ତାହିକ ହାଟ ନିକଟ ରେ ଚଳିତ ତୃତୀୟ ବାର୍ଷିକ ଦୁର୍ଗା ପୂଜା ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି, ବିଲ୍ଵବରଣ ଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ରେ ପୂଜାର୍ଚନା କରାଯାଇଛି I ପ୍ରତ୍ୟେହ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ର ଆଧ୍ୟାତ୍ମିକ ବାତାବରଣ ରେ ମାଆ ଙ୍କ କୃପାଲାଭ କରିଥିଲେ, ଗ୍ରାମର ମୁରବି ମାନଙ୍କ ଦିଗଦର୍ଶନ ଯୁବଗୋଷ୍ଠୀ ର ପ୍ରୟାସ ଗ୍ରାମବାସୀ ଙ୍କ ସହଯୋଗରେ ଏହି ଶାରଦୀୟ ଦୁର୍ଗା ପୂଜା ବେଶ ଧୂମଧlମରେ ପାଳିତ ହୋଇଯାଇଛି I ଦୈନିକ ଶହ ଶହ ଶ୍ରଦ୍ଧାଳୁ ମାଆ ଙ୍କୁ ଦର୍ଶନ କରି ଆଶ୍ରିବାଦ ପାଉଥିବା ବେଳେ ପୂଜା କମିଟି ତରଫରୁ ଅବଢ଼ା ପ୍ରସାଦ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଉଥିଲା I ବଡ଼ ସୋରପୋଲି ଗ୍ରାମରେ ଚଳିତ ବର୍ଷର ତୃତୀୟ ବାର୍ଷିକୀ ର ଏହି ଶାରଦୀୟ ପୂଜା ବେଶ ଶାନ୍ତି ଶୃଙ୍ଖଳlରେ ଭକ୍ତିମୟ ପରିବେଶରେ ସମାପ୍ତ ହୋଇଯାଇଛି I ଓ ଏଥି ସହ ଆଜି ରାବଣ ପୁଡା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବନ୍ଧୁଗାଁ ବ୍ଲକରୁ କଣ ଅନୁ କଣରୁ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ମଧ୍ୟ ହୋଇଥିବାର ସମାଗୋମ ଦେଖିବାକୁ ମିଳିଥିଲା I ଚଳିତ ବର୍ଷର ମା ସାରଦିୟ ଦୁର୍ଗା ପୂଜା ଉପଲକ୍ଷେ ଅଞ୍ଚଳବାସୀ ଦୈନିକ ଦର୍ଶନ କରି ନିଜନିଜ ମନକୁ ଆକୃଷ୍ଟ ସହ ମନସ୍କାମନା କରିବାରେ ଅତ୍ୟନ୍ତ ବିଶ୍ୱାସନୀୟ ଭାବରେ ଉପସ୍ଥିତ ହୋଇ ପୂଜାର୍ଚ୍ଚନା କରି ମନକୁ ଶାନ୍ତି ପାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା I ମାଙ୍କ ପୂଜା ପାଇଁ ବଡ଼ ସୋରପୋଲି ଗ୍ରାମର ପୂଜା କମିଟିଙ୍କ ଆୟୋଜନରେ ବଡ଼ ଆଡ଼ମ୍ବର ଓ ଶାନ୍ତି ଶୃଙ୍ଖଳା ସହ ପୂଜା ଶେଷ ହବାର ଦାୟୀତ୍ୱ ତୁଳାଇଥିଲେ I ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

୩ ମାସ ହେଲା ପେନ୍‌ସନ୍ ନାହିଁ! ୧୫୦ ରୁ ଅଧିକ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିବ କିଏ?

ବନ୍ଧୁଗାଁ ତା, ୧୮/୧୦/୨୬,ବନ୍ଧୁଗାଁ ବ୍ଲକରେ ପେନ୍‌ସନ୍ ବିଳମ୍ବକୁ ନେଇ ଅସନ୍ତୋଷ; ପ୍ରଶାସନର ହସ୍ତକ୍ଷେପ ଦାବି କଲେ ହିତାଧିକାରୀ। କୋରାପୁଟ ଜିଲ୍ଲା, ବନ୍ଧୁଗାଁ ରେ ଗରିବ ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ପେନ୍‌ସନ୍ ହେଉଛି ଜୀବନର ଏକ ପ୍ରମୁଖ ଆଧାର। କିନ୍ତୁ ଦୁଃଖର ବିଷୟ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଡୁମାଡଙ୍ଗର ଗ୍ରାମ, ପୋଷ୍ଟ ଗାରିଡ଼ିରେ ୧୫୦.ରୁ ଅଧିକ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ହିତାଧିକାରୀ ଗତ ତିନି ମାସ ହେଲା ପେନ୍‌ସନ୍ ଟଙ୍କା ପାଇନଥିବା ଅଭିଯୋଗ ହୋଇଛି।

ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ହାତରେ ପେନ୍‌ସନ୍ ଟଙ୍କା ପାଉଥିବା କେତେକ ଲୋକ ନିୟମିତ ଟଙ୍କା ପାଉଥିବା ବେଳେ ବ୍ୟାଙ୍କ ପାସ୍‌ବୁକ୍ ମାଧ୍ୟମରେ ପେନ୍‌ସନ୍ ପାଉଥିବା ଲୋକଙ୍କ ଟଙ୍କା ଅଟକି ରହିଥିବା କୁହାଯାଉଛି। ଏହାର ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଏହି ଅଳ୍ପ କିଛି ଟଙ୍କା ହିଁ ବଞ୍ଚିବାର ସାହାରା। କେହି ଏହି ଟଙ୍କାରେ ଔଷଧ କିଣୁଛନ୍ତି, ତ ଆଉ କେହି ଦୈନନ୍ଦିନ ଖାଦ୍ୟପେୟର ଖର୍ଚ୍ଚ ତୁଲାଉଛନ୍ତି। ଏଭଳି ସ୍ଥିତିରେ ଲଗାତାର ତିନି ମାସ ପେନ୍‌ସନ୍ ନ ମିଳିବା ସେମାନଙ୍କ ଜୀବନକୁ ଆହୁରି କଷ୍ଟକର କରିଦେଇଛି।

ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?

୧୫୦ ରୁ ଅଧିକ ହିତାଧିକାରୀଙ୍କ ପେନ୍‌ସନ୍ କାହିଁକି ଅଟକି ରହିଛି? ବ୍ୟାଙ୍କ ମାଧ୍ୟମରେ ଟଙ୍କା ପାଉଥିବା ହିତାଧିକାରୀଙ୍କ ସମସ୍ୟା କେବେ ସମାଧାନ ହେବ? ତିନି ମାସର ବକେୟା ପେନ୍‌ସନ୍ କେବେ ମିଳିବ? ଏଭଳି ଅନେକ ପ୍ରଶ୍ନ ଏବେ ହିତାଧିକାରୀଙ୍କ ମନରେ ଉଠିଛି। ତେଣୁ ବନ୍ଧୁଗାଁ ବ୍ଲକ ପ୍ରଶାସନ, ସମ୍ପୃକ୍ତ ପେନ୍‌ସନ୍ ବିଭାଗ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାର ତୁରନ୍ତ ତଦନ୍ତ କରି ପେନ୍‌ସନ୍ ବିଳମ୍ବର କାରଣ ଖୋଜିବା ସହ ବକେୟା ଟଙ୍କା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏହା କେବଳ ପେନ୍‌ସନ୍ ଟଙ୍କାର ପ୍ରଶ୍ନ ନୁହେଁ, ଏହା ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ଜୀବନ ଓ ଜୀବିକାର ପ୍ରଶ୍ନ। ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନ ଏହି ଅସହାୟ ଲୋକଙ୍କ ଦୁଃଖକୁ କେବେ ଗୁରୁତ୍ୱ ଦେଉଛି ଏବଂ ସେମାନଙ୍କ ପ୍ରାପ୍ୟ ପେନ୍‌ସନ୍ କେବେ ମିଳୁଛି l

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ବିଜାତଳା ବ୍ଳକ! ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ ଧାନ ଫସଲ ନଷ୍ଟ

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ବନ୍ଧୁଗାଁ ବ୍ଲକରେ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ପାଇଁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ 

masiha

Leave a Comment

error: Content is protected !!