ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ‌ ଦାଵି ନେଇ ଵିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିଭିନ୍ନ‌ ଦାଵି ନେଇ ଵିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 ମୟୂରଭଂଜ – ୨୨/୦୯ — ଆଜି ଓଡ଼ିଶାର ସମସ୍ତ ୩୧୪ ଟି ବ୍ଲକରେ ମିଶନ ଶକ୍ତିର କାଯ୍ଯରତ ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର,କୃଷି ମିତ୍ର,ଓ ପ୍ରାଣୀ ମିତ୍ର ମାନେ ଜିପିଏଲଏଫ ଅନୁଯାୟୀ ସରକାରଙ୍କ ନୂଆ ଇନସେନଟିଭ ପ୍ରକ୍ରୀୟା ଉପରେ ଅସନ୍ତୋଷ ପ୍ରକାଶ କରି ସମସ୍ତ ବ୍ଳକର ସମ୍ମୁଖରେ କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଜିଠାରୁ ଧାରଣାରେ ବସିଛନ୍ତି ।ଆଜି ସୋମବାର ଦିନ‌ ବିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଏଫ କର୍ମଚାରୀ ସଂଘ,ରାଇରଙ୍ଗପୁର ଶାଖାର ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତଙ୍କ ଙ୍କ ନେତୃତ୍ଵରେବିଭିନ୍ନ ପଞ୍ଚାୟତର ୧୦୦ ରୁ ଉର୍ଦ୍ଧ୍ବ ଜିପିଏଲଏଫ କର୍ମଚାରୀ ଧାରଣାରେ ବସିଥିଲେ । ସେମାନଙ୍କୁ ୬ ମାସ ତଥା ଏପ୍ରିଲ ୨୦୨୫ ରୁ ଅଦ୍ୟାବଧି ମାସିକିଆ ଦରମା ମିଳୁନାହିଁ ।ସରକାର ଦରମା ବଦଳରେ ଇନସେନଟିଭ ଦବାକୁ ଚାହୁଁଛନ୍ତି ।ଯାହାକି ଆଦୌଉ ଗ୍ରହଣୀୟ ନୁହେଁ ।ରାଜ୍ଯରେ‌ ଡବଲ ଇଞ୍ଜିନ ସରକାର ଚାଲୁଥିବା ନେଇ ସରକାର ବାହାସ୍ଫୋଟ ମାରୁଥିବା ବେଳେ ଜିପିଏଲଏଫକର୍ମଚାରୀଙ୍କ ଦରମା ବୃଦ୍ଧି ବଦଳରେ ଦରମା ପ୍ରଥା ଉଛେଦ କରି ଇନସେନଟିଭ ପ୍ରକ୍ରୀୟା ଲାଗୁ କରୁଛନ୍ତି ଯାହାକି ସରକାରଙ୍କ ଜିପିଏଲଏଫ କର୍ମଚାରୀ ମାରଣ ନୀତି ପ୍ରକ୍ରୀୟା ।ସରକାରଙ୍କ ସବୁ କାର୍ଯ୍ୟ ଜିପିଏଲଫ କର୍ମଚାରୀ କରୁଛନ୍ତି । ପୂର୍ବରୁ ଏମବିକେ ମାନେ ମାସକୁ ୧୦,୭୫୦ ଟଙ୍କା ପାଉଥିଲେ ଏବଂ ସିଆରପିମାନେ ୬,୧୦୦ ଟଙ୍କା ପାଉଥିଲେ ।କିନ୍ତୁ ଏବେ ଇନସେନଟିଭ ଲାଗୁ ହେଲେ ବହୁତ କମ୍ ଟଙ୍କା ପାଇବେ । ସ୍ଥିର ଦରମାରୁ ବଞ୍ଚିତ ହେବେ ।ଯାହାଫଳରେ ସେମାନେ ଦରଦାମ ବୃଦ୍ଧି ସମୟରେ ଘର ଚଳାଇବା ଓ କାମ କରିବା ସେମାନଙ୍କ ପାଇଁ କଷ୍ଖକର‌ହେଵ ।ତେଣୁ ସରକାରଙ୍କ ପାଖରେ ସେମାନେ ଗୁହାରି କରିଛନ୍ତି ସେମାନଙ୍କୁ ପୂର୍ବଭଳି ସ୍ଥିର ଦରମା ଦିଆଯାଉ ।ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ଗ୍ରହଣ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ କାମଛାଡ ଆନ୍ଦୋଳନ ଚାଲୁ ରହିବ ଏବଂ ପରିସ୍ଥିତି ପାଇଁ ସରକାର ଦାୟୀ ରହିଵେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଉତ୍କଳ ଆଲୁମିନା ଓ ଏମଏସଏମଇ ସହଭାଗିତାରେ ବିକ୍ରେତା ବିକାଶ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ 

Sunil Chandra Nayak

Leave a Comment

error: Content is protected !!