ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଢ଼ିଆଟାଙ୍ଗର ଖେଳ ପଡ଼ିଆରେ ବହୁ ପ୍ରସିଦ୍ଧ ମେଣ୍ଢା ଲଢେଇ ପ୍ରତିଯୋଗୀତା; ଖେଜୁରି ଗାଁର ମେଣ୍ଢାକୁ ହରାଇ ବାଗଡେଗା ଗ୍ରାମର‌ ମେଣ୍ଢା ବିଜୟୀ; ବିଜେତା ଦଳକୁ ମେଣ୍ଢା ସହିତ ୨୭ ହଜାର ଟଙ୍କା ପୁରସ୍କାର

ବାଢ଼ିଆଟାଙ୍ଗର ଖେଳ ପଡ଼ିଆରେ ବହୁ ପ୍ରସିଦ୍ଧ ମେଣ୍ଢା ଲଢେଇ ପ୍ରତିଯୋଗୀତା; ଖେଜୁରି ଗାଁର ମେଣ୍ଢାକୁ ହରାଇ ବାଗଡେଗା ଗ୍ରାମର‌ ମେଣ୍ଢା ବିଜୟୀ; ବିଜେତା ଦଳକୁ ମେଣ୍ଢା ସହିତ ୨୭ ହଜାର ଟଙ୍କା ପୁରସ୍କାର

ମୟୂରଭଂଜ – ୨୨/୦୯ — ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ବାଘିଆଟାଙ୍ଗର ଗ୍ରାମ ଖେଳ ପଡ଼ିଆରେ ବହୁ ବର୍ଷ ହେଲା ଵହୁ ଆକର୍ଷଣୀୟ ମେଣ୍ଢା ଲଢେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଆସୁଛି ।ଆଜିର ପ୍ରତିଯୋଗୀତାରେ ମଢେଇକଚା ପଞ୍ଚାୟତର ଖେଜୁରୀ ଗ୍ରାମର‌ ମେଣ୍ଢା ସହିତ ରାଇହରି ପଞ୍ଚାୟତର ବାଗଡେଗା ଗ୍ରାମର ମେଣ୍ଢା ଲଢେଇ ପ୍ରତିଯୋଗୀତା ପୂର୍ବାହ୍ନ ୧୧ ଘଟିକା ରେ ଅନୁଷ୍ଠିତ ହୋଇଥିଲା ।ଏହି ମେଣ୍ଢା ଲଢେଇ ଖେଳ ଦେଖିବାକୁ ପଡୋଶୀ ଝାଡଖଣ୍ଡ ,ପଶ୍ଚିମବଙ୍ଗ ଏବଂ ଆଖପାଖ ଏବଂ ଦୂରଦୂରାନ୍ତରୁ ଅଞ୍ଚଳରୁ ହଜାର‌ହଜାର ଦର୍ଶକ ଖେଳ ଦେଖିବାକୁ ଛୁଟି ଆସିଥିଲେ ।ଦୋକାନ ବଜାର ଲାଗି ରହିଥିଲା । ଖେଳରେ ଖେଜୁରୀ ଗ୍ରାମର ମେଣ୍ଢା କୁ ବାଗଡେଗା ଗ୍ରାମର‌ ମେଣ୍ଢା ଲଢେଇରେ ପରାସ୍ତ କରିଥିଲା ।ଆୟୋଜକ କମିଟି ତରଫରୁ ବିଜେତା ଦଳ ୨୭ ହଜାର ଟଙ୍କା ପୁରଷ୍କାର ଓ ହାରିଥିବା ମେଣ୍ଢା ପ୍ରଦାନ କରାଯାଇଥିଲା ‌ଏହି ଖେଳଟି ବହୁ ପ୍ରାଚୀନ ପାରଂପାରିକ ଖେଳ ତାମିଲନାଡ଼ୁରେ ଯେଭଳି ଷଣ୍ଢ ଲଢେଇ ଖେଳ ଅନୁଷ୍ଠିତ ହୋଇ ଆସୁଛି ଏଠାରେ ସେମିତି ମେଣ୍ଢା ଲଢେଇ ଖେଳ ଅନୁଷ୍ଠିତ ହୋଇଆସୁଛି ।ଷଣ୍ଢ ଲଢେଇ ବିପଦଜନକ ଖେଳ ଓ ମୃତାହତ ହୋଇଥାନ୍ତି କିନ୍ତୁ ମେଣ୍ଢା ଲଢେଇ ଖେଳ ରେ କେହି ମୃତାହତ ହୋଇ ନ ଥାନ୍ତି ।ଦିନକୁ ଦିନ ମେଣ୍ଢା ପାଳନ ପ୍ରତି ଲୋକଙ୍କ ଆଗ୍ରହ କମିବା ସହ‌ ମେଣ୍ଢା ବଂଶ ଲୋପପାଇବାକୁ ବସିଲାଣି ।ତେଣୁ ପ୍ରତିଯୋଗୀତାରେ ମେଣ୍ଢା ଲଢେଇ ପାଇଁ ଆଗଭଳି ମେଣ୍ଢା ଲଢେଇ ଯୋଡ ମିଳୁ ନାହିଁ ।ଯାହାଫଳରେ ପ୍ରତିଯୋଗୀତା ଆଗଭଳି ଏତେ ଆକର୍ଷଣୀୟ ହେଉ ନାହିଁ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

masiha

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!