ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ‌ ଦାଵି ନେଇ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିଭିନ୍ନ‌ ଦାଵି ନେଇ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 ମୟୂରଭଂଜ – ୨୨/୦୯ –;ଆଜି ଓଡ଼ିଶାର ସମସ୍ତ ୩୧୪ ଟି ବ୍ଲକରେ ମିଶନ ଶକ୍ତିର କାଯ୍ଯରତ ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର,କୃଷି ମିତ୍ର,ଓ ପ୍ରାଣୀ ମିତ୍ର ମାନେ ଜିପିଏଲଏଫ ଅନୁଯାୟୀ ସରକାରଙ୍କ ନୂଆ ଇନସେନଟିଭ ପ୍ରକ୍ରୀୟା ଉପରେ ଅସନ୍ତୋଷ ପ୍ରକାଶ କରି ସମସ୍ତ ବ୍ଳକର ସମ୍ମୁଖରେ କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଜିଠାରୁ ଧାରଣାରେ ବସିଛନ୍ତି ।ଆଜି ସୋମବାର ଦିନ‌ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଏଫ କର୍ମଚାରୀ ସଂଘ,ଜାମଦା ଶାଖାର ସଭାନେତ୍ରୀ ଲକ୍ଷ୍ମୀ ମହାନ୍ତଙ୍କ ଙ୍କ ନେତୃତ୍ଵରେବିଭିନ୍ନ ପଞ୍ଚାୟତର ୧୦୦ ରୁ ଉର୍ଦ୍ଧ୍ବ ଜିପିଏଲଏଫ କର୍ମଚାରୀ ଧାରଣାରେ ବସିଥିଲେ । ସେମାନଙ୍କୁ ୬ ମାସ ତଥା ଏପ୍ରିଲ ୨୦୨୫ ରୁ ଅଦ୍ୟାବଧି ମାସିକିଆ ଦରମା ମିଳୁନାହିଁ ।ସରକାର ଦରମା ବଦଳରେ ଇନସେନଟିଭ ଦବାକୁ ଚାହୁଁଛନ୍ତି ।ଯାହାକି ଆଦୌଉ ଗ୍ରହଣୀୟ ନୁହେଁ ।ରାଜ୍ଯରେ‌ ଡବଲ ଇଞ୍ଜିନ ସରକାର ଚାଲୁଥିବା ନେଇ ସରକାର ବାହାସ୍ଫୋଟ ମାରୁଥିବା ବେଳେ ଜିପିଏଲଏଫକର୍ମଚାରୀଙ୍କ ଦରମା ବୃଦ୍ଧି ବଦଳରେ ଦରମା ପ୍ରଥା ଉଛେଦ କରି ଇନସେନଟିଭ ପ୍ରକ୍ରୀୟା ଲାଗୁ କରୁଛନ୍ତି ଯାହାକି ସରକାରଙ୍କ ଜିପିଏଲଏଫ କର୍ମଚାରୀ ମାରଣ ନୀତି ପ୍ରକ୍ରୀୟା ।ସରକାରଙ୍କ ସବୁ କାର୍ଯ୍ୟ ଜିପିଏଲଫ କର୍ମଚାରୀ କରୁଛନ୍ତି । ପୂର୍ବରୁ ଏମବିକେ ମାନେ ମାସକୁ ୧୦,୭୫୦ ଟଙ୍କା ପାଉଥିଲେ ଏବଂ ସିଆରପିମାନେ ୬,୧୦୦ ଟଙ୍କା ପାଉଥିଲେ ।କିନ୍ତୁ ଏବେ ଇନସେନଟିଭ ଲାଗୁ ହେଲେ ବହୁତ କମ୍ ଟଙ୍କା ପାଇବେ । ସ୍ଥିର ଦରମାରୁ ବଞ୍ଚିତ ହେବେ ।ଯାହାଫଳରେ ସେମାନେ ଦରଦାମ ବୃଦ୍ଧି ସମୟରେ ଘର ଚଳାଇବା ଓ କାମ କରିବା ସେମାନଙ୍କ ପାଇଁ କଷ୍ଖକର‌ହେଵ ।ତେଣୁ ସରକାରଙ୍କ ପାଖରେ ସେମାନେ ଗୁହାରି କରିଛନ୍ତି ସେମାନଙ୍କୁ ପୂର୍ବଭଳି ସ୍ଥିର ଦରମା ଦିଆଯାଉ ।ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ଗ୍ରହଣ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ କାମଛାଡ ଆନ୍ଦୋଳନ ଚାଲୁ ରହିବ ଏବଂ ପରିସ୍ଥିତି ପାଇଁ ସରକାର ଦାୟୀ ରହିଵେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

masiha

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

masiha

ହାଇସ୍କୁଲ କର୍ମଚାରୀ ସିମାଞ୍ଚଳ ଦାସଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!