ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଂଘ ପକ୍ଷରୁ ଆମପାଣି ଥାନା ପରିସରରେ ବୃକ୍ଷରୋପଣ

କୋକସରା,୧୭/୦୭ // କଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦ ଗୁରୁଦେବ ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜାଙ୍କ ୮୧ତମ ଧରାବତରଣ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜୟପୁରରୁ କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦ ଜୀ ଯୋଗଦେଇ ଚାରାରୋପଣ କରିବା ସହ ବୃକ୍ଷର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଆଇଆରବିଏନ୍ କମାଣ୍ଡାଣ୍ଟ ବିପ୍ର ଚରଣ ନାଏକ, ଓଆଇସି ରାଜେଶ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କିସମର ଚାରା ରୋପଣ କରିଥିଲେ। ଏହି ଅବସରରେ ବିଶ୍ଵ ଜଳବାୟୁ ପରିବର୍ତ୍ତନରେ ବୃକ୍ଷର ଭୂମିକା ସମ୍ପର୍କ ଉପରେ ଆଲୋକପାତ କରିବା ସହିତ ନିଜ ଅଞ୍ଚଳକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବା ନିମନ୍ତେ ସଂକଳ୍ପ ନେଇଥିଲେ। କନ୍ଦାଗଡ଼ କଳୀକୃଷ୍ଣ ସଂଘର ସଭାପତି ଜିତେନ୍ଦ୍ର ପଣ୍ଡା, ଗୋବିନ୍ଦ ମାଝୀ, ଭାସ୍କର ଦଣ୍ଡସେନା, ଗଙ୍ଗାବାଳୀ ରାଉତ, ଟୁନୁ ମାଝୀ, ମଳୟ ମାଝୀ, ଦିଲୀପ ଠାକୁର, ଗଣେଶ ରାମ ଅଗସ୍ତୀ, ରାମଚନ୍ଦ୍ର ତିୱାରୀ, ଗବ୍ର ନାଏକ, ରାମ ପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ମାନସିକ ରୋଗୀ ସୁସ୍ଥ ହୋଇ ଘର ଫେରିଲେ

Sunil Chandra Nayak

ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦବେଗ 

masiha

ରାଉରକେଲାରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ବାବାସାହେବ ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ.

Sunil Chandra Nayak

Leave a Comment

error: Content is protected !!