ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

ଭବାନୀପାଟଣା,୧୭/୭:କଳାହାଣ୍ଡିର ଅଗ୍ରଣୀ ସାଂସ୍କୃତିକ ଓ ସ୍ବେଚ୍ଛା ସେବୀ ଅନୁଷ୍ଠାନ “କାରୁଣ୍ଡ କଳା କେନ୍ଦ୍ର” ରବିବାର ସ୍ଥାନୀୟ ଟାଉନହଲ ଠାରେ ତାହାର ରୌପ୍ୟ ଜୟନ୍ତୀ ସମାରୋହ ଆୟୋଜନ କରିଛି। ଏହି ଉପଲକ୍ଷେ ସକାଳ ସାଢେ ଆଠଟା ରେ ଅନୁଷ୍ଠାନର ପତାକା ଉତ୍ତୋଳନ, ନଅ ଟାରେ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଟାଉନ ହଲ ଠାରେ ପ୍ରଥମ ଅଧିବେଶନରେ “କଳାହାଣ୍ଡିର ଲୋକନୃତ୍ୟ ଓ ଘୁମୁରା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠାନ ର ସଭାପତି ପଦ୍ମନାଭ ରାଜୁଙ୍କ ପୌରହିତ୍ୟରେ ଅୟୋଜିତ ସାଂସ୍କୃତିକ ସଭାରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଉଦଘାଟକ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। କଳା, ସଂସ୍କୃତି ଓ ସାହିତ୍ୟ କୌଣସି ଅଞ୍ଚଳର ଅସ୍ମିତା ଓ ଅସଲ ପରିଚୟ। କଳାହାଣ୍ଡି ର କଳା ଓ ସଂସ୍କୃତି ର ସଂରକ୍ଷଣ ତଥା ବିକାଶ କରିବା ଦିଗରେ କାରୁଣ୍ଡ କଳା କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହ କଳାହାଣ୍ଡି ର ଲୋକନୃତ୍ୟକୁ ସମସାମୟିକ ଧାରାରେ ବିକଶିତ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୨ ଜଣ ସଙ୍ଗୀତଜ୍ଞ ସୁଧୀର ଚନ୍ଦ୍ର ପଣ୍ଡା, ନାଟ୍ୟକାର ନିର୍ଦ୍ଦେଶକ ଅଶୋକ ପାତ୍ର, ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ,ଶାସ୍ତ୍ରୀୟ ଓ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଅଭିନେତା ଅବଦୁଲ କାଦିର, ଚଳଚ୍ଚିତ୍ର ସମ୍ପାଦକ ଅମରେନ୍ଦ୍ର ମହାପାତ୍ର,ବୈଦ୍ୟରାଜ ପବିତ୍ର ଶବର, ସୁଆଙ୍ଗ କଳାକାର ଦୁର୍ଗା ପ୍ରସାଦ ବାଣୁଆ, କଳାହାଣ୍ଡିଆ ଶବ୍ଦକୋଷ ରଚୟିତା ପରମେଶ୍ୱର ମୁଣ୍ଡ, ଲୋକ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା, କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଓ ଓଡ଼ିଶୀ ତଥା ଲୋକନୃତ୍ୟ ଗୁରୁ ସତ୍ୟବାନ ପ୍ରଧାନୀଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ କରାଯାଇଥିଲା। ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ। କଳାହାଣ୍ଡି ଲେଖକ କଳା ପାରିଷଦ ସଙ୍ଗୀତ ମହାବିଦ୍ୟାଳୟର ଶିଳ୍ପୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକାରୀ ସଭ୍ୟ ଡ଼. ତପନ ରଥ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଏବଂ କାର୍ଯ୍ୟକାରୀ ସଭ୍ୟ ଜଗଦୀଶ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏଥିରେ କାରୁଣ୍ଡ କଳା କେନ୍ଦ୍ରର ଘୁମୁରା ନୃତ୍ୟ, କଳାହାଣ୍ଡି କଳା କେନ୍ଦ୍ରର ଓଡ଼ିଶୀ, ପ୍ରତିଭା ଅନୁଷ୍ଠାନର ସିଙ୍ଗାରି ନୃତ୍ୟ, ଜେ. କେ ଡାନ୍ସ ସ୍କୁଲର ସମ୍ବଲପୁରୀ ନୃତ୍ୟ ଓ ପଣ୍ଡିତ ମଙ୍ଗଳୁ ମିଶ୍ର ଓ ସାଥି ଦାସକାଠିଆ ନୃତ୍ୟ ପରିବେଷଣ କରିଥିଲେ। ମଶାଲ ଶୋଭାଯାତ୍ରାରେ ବାଲ ଗୋପାଲ ସେବା ନିକେତନର ଘୁମୁରା ଓ ବେହେରାଗୁଡାର ମହିଳା ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରଦୀପ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ସୋମନାଥ ରାଜୁ, କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ ଠାକୁର, ଲୋକନାଥ ରାଜୁ, ବିଜୟ ମୁନି, ରଜନୀ ମିଶ୍ର, ଶିବ ନାଏକ, ହେମନ୍ତ ରାୟ, ସମିତା ମହାପାତ୍ର ପ୍ରମୁଖ ରୌପ୍ୟ ଜୟନ୍ତୀ ପରିଚାଳନା ରେ ସହଯୋଗ କରିଥିଲେ।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

Sunil Chandra Nayak

ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!