ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ନବନିର୍ବାଚିତ କର୍ମକର୍ତ୍ତା

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ନବନିର୍ବାଚିତ କର୍ମକର୍ତ୍ତା

ବାଲେଶ୍ଵର,୨୯/୯/୨୩ – ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓଷ୍ଟା ସଙ୍ଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ବ୍ରହ୍ମାନନ୍ଦ ସାହୁ ଓ ସମ୍ପାଦକ ଭାବେ ବିଷ୍ଣୁ ପ୍ରସାଦ ମିଶ୍ର ନିର୍ବାଚିତ ହୋଇଥିଲେ । ଏଥିସହିତ ଅନ୍ଯାନ୍ଯ ପଦବୀ ପାଇଁ ମଧ୍ୟ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ । ସେହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ଗୃହ ମଧ୍ୟରେ ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ମାନଙ୍କ ଦ୍ବାରା ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘୀୟ ଚେତନା ନେଇ ଆଲୋଚନା ମାଧ୍ୟମରେ ସଂଘକୁ ସୁଦୃଢ ଏବଂ ମଜଭୁତ କରିବା ପାଇଁ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଖଇରା ବ୍ଲକ ଓଷ୍ଟା ସଂଗଠନ କିପରି ଅଧିକରୁ ଅଧିକ ସୁଦୃଢ ହୋଇ ପାରିବ ସେ ବିଷୟରେ ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କ ପରାମର୍ଶକୁ ନବନିର୍ବାଚିତ କର୍ମକର୍ତ୍ତା ମାନେ ଗ୍ରହଣ କରିଥିଲେ । ଆଲୋଚନା ଶେଷରେ ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କୁ ନବନିର୍ବାଚିତ କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଭବିଷ୍ୟତ କର୍ମମୟ ଜୀବନ ସୁଖମୟ ହେଉବୋଲି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଓଷ୍ଟା ଜିନ୍ଦାବାଦ୍, ଶିକ୍ଷକ ଏକତା ଜିନ୍ଦାବାଦ୍ କହି ବୈଠକ ଶେଷ କରିଥିଲେ ।।  

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡା ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧିତ 

masiha

ପୁରୁଷୋତ୍ତମପୁର କୋର୍ଟପକ୍ଷରୁ ସୁରକ୍ଷିତ ଶୈଶବ ସୁକକ୍ଷିତ ଭବିଶ୍ଯତ କାର୍ଯକ୍ରମ ଅନୁଷ୍ଠିତ 

ନବରଙ୍ଗପୁରରେ ଘରୋଇ ହିଂସା ନିରୋଧ ଆଇନ, ୨୦୦୫ ଉପରେ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ 

Sunil Chandra Nayak

Leave a Comment

error: Content is protected !!