ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣା ମହିଳାଙ୍କ ସ୍ମୃତିଚାରଣ ସଭା 

ଧର୍ମପରାୟଣା ମହିଳାଙ୍କ ସ୍ମୃତିଚାରଣ ସଭା 

ଖଇରା,୧୬/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଗଗନଧୁଳି ଗ୍ରାମର ଧର୍ମପରାୟାଣା ମହିଳା ତୁଳସୀମଣି ପଣ୍ଡାଙ୍କ ଏକାଦଶାହ କର୍ମ ଉପଲକ୍ଷେ ବାସଭବନ ପରିସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଗୌର ପାଠୀ ଓ ଶରତ କୁମାର ପଣ୍ଡାଙ୍କ ଦ୍ବାରା ଦିବସବ୍ଯାପୀ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଆଞ୍ଚଳିକ ବ୍ରାହ୍ମଣ ସମିତି, ଖଇରା ତରଫରୁ ଏକ ବ୍ରହ୍ମ ସମାଜ ସଭା ଆୟୋଜିତ ହୋଇଥିଲା । ଏଥିରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ସଭାପତିତ୍ବ କରିଥିଲେ । ସଦସ୍ୟ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ, ରମାକାନ୍ତ ଶତପଥୀ, ଦୀନବନ୍ଧୁ ଦାଶ, ଅନନ୍ତ ଦାଶ, ବାଞ୍ଛାନିଧି ଦାଶ, ନୃସିଂହ ଦାଶ, ବିଭୂତି ଭୂଷଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ହୋଇ ଦିବଙ୍ଗତ ଆ ଶିକ୍ଷୟିତ୍ରୀଙ୍କ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପର୍ଶୁରାମ ପଣ୍ଡା ଅତିଥି ନିମନ୍ତ୍ରଣ କରିଥିବା ବିମଳ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଶେଷରେ ସୁନିଲ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପଣ୍ଡିତ ମାନଙ୍କୁ ପଣ୍ଡା ପରିବାର ତରଫରୁ ଅଙ୍ଗବସ୍ତ୍ର ପ୍ରଦାନ କରା ଯାଇଥିଲା । ଅଞ୍ଚଳ ପାଇଁ ସେ ଜଣେ ପରମ ଧାର୍ମିକ ବ୍ଯକ୍ତି ଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ୮୪ ବର୍ଷ ହୋଇଥିଲା । ସେ ୦୫/୭/୨୦୨୪ ରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଅନେକ ସୁଖ୍ୟାତି ବିଷୟରେ ପଣ୍ଡିତ ମାନେ ଆଲୋଚନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଉପସ୍ଥିତ ସମସ୍ତ ପଣ୍ଡିତ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୀତା ଯଜ୍ଞ ପରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବନ୍ଧୁବାନ୍ଧବ, ସାହିପଡିଶା, ଆତ୍ମୀୟ ସ୍ବଜନ, ଝିଅ ଜ୍ବାଇଁ, ନାତିନାତୁଣୀ ଏବଂ ତୁଳସୀମଣିଙ୍କୁ ଭଲ ପାଉଥିବା ନିକଟ ସମ୍ପର୍କୀୟ ମାନେ ଉପସ୍ଥିତ ହୋଇ ସ୍ମୃତିଚାରଣ କରିଥିଲେ । ଅଞ୍ଚଳ ତଥା ଗ୍ରାମବାସୀଙ୍କ ପ୍ରତି ଥିବା ସ୍ନେହ, ପ୍ରେମ, ଶ୍ରଦ୍ଧା, ଆଦର, ଭଲପାଇବା, ମିଷ୍ଟଭାଷୀ, ସଚ୍ଚୋଟ, ଅମାୟିକ, ଅହିଂସା, ଉଦାର ହୃଦୟେଷୁ, ଅହଂକାର ଶୂନ୍ୟ ବ୍ଯକ୍ତି ଥିଲେ । ସେ ମହିଳା ମାନଙ୍କୁ ଅତ୍ୟନ୍ତ ଭଲ ପାଉଥିବାରୁ ଗ୍ରାମର କିଛି ମହିଳାଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ । ଉକ୍ତ ସ୍ମୃତିଚାରଣ ସଭାରେ ପଣ୍ଡା ପରିବାର ତରଫରୁ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ତଥା ପୁତ୍ର ନିର୍ମଳ କୁମାର ପଣ୍ଡା ଏବଂ ପରିବାର ବର୍ଗ ସମସ୍ତ କାର୍ଯ୍ୟ ସମ୍ପାଦନରେ ବ୍ଯସ୍ତ ଥିଲେ ମଧ୍ୟ କାହାକୁ ସେବା ପ୍ରଦାନ କରିବାରେ ଅବହେଳା କରି ନ ଥିଲେ । ଅଞ୍ଚଳ ପାଇଁ ଏତେ ଭଲ ଥିଲେ ଯେ ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି, ଯାହା ଅଞ୍ଚଳବାସୀ ଆଲୋଚନା କରୁଛନ୍ତି । ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

masiha

ମେଦନା ଗ୍ରାମ ରେ ନୂତନ ଲ୍ୟାମ୍ପ ସ୍ଥାପନ ପାଇଁ କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!