ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବୟାଳିଶମୌଜାରେ ବାହୁଡା ଯାତ୍ରା

ବୟାଳିଶମୌଜାରେ ବାହୁଡା ଯାତ୍ରା

କଟକ : ବୟାଳିଶମୈାଜାସ୍ଥ ଧୂଳୀଶ୍ଵର ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କର ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଦିଵା ୨ ଘଟିକାଠାରୁ ୩ ଘଟିକା ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିତିକାନ୍ତି ଦେବ ପୂଜକ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଦ୍ଵାରା ସମାପନ ପରେ ଧାଡ଼ି ପହଣ୍ଡିରେ ବିଗ୍ରହମାନଙ୍କୁ ଘଣ୍ଟ,କାହାଳୀ ଓ ଶଙ୍ଖ ଧ୍ବନିରେ ରଥ ଉପରେ ଆସ୍ଥାନକୁ ବିଜେ କରାଯାଇଥିଲା । ୪:୩୦ ମିନିଟ୍ ସମୟରେ ପ୍ରଭୂଙ୍କର ମୂଖ୍ୟ ସେବକ ଶ୍ରୀ ଦୁଃଶାସନ ସ୍ଵାଇଁଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମ୍ପାଦନ କରାଗଲା ପରେ ଵନ୍ତେଶ୍ବର ମହାଦେବଙ୍କ ନିକଟରୁ ଡାହୁକ ଶ୍ରୀ ରାଜକିଶୋର ସେନାପତିଙ୍କ ଡାକରେ ଏବଂ ନାମ ସଙ୍କୀର୍ତ୍ତନ ସହ ମହାସମାରୋହରେ ଧୂଳୀଶ୍ବର ମନ୍ଦିର ପର୍ଯ୍ୟନ୍ତ ଟଣାଯାଇଥିଲା । ସଂନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସଂନ୍ଧ୍ୟା ୭ ଘଟିକା ଠାରୁ ରାତ୍ର ୧ ଘଟିକା ପର୍ଯ୍ୟନ୍ତ ଛାନ୍ଦ ପ୍ରବୀଣା ସୁଭଦ୍ରା ବେହେରା ଏବଂ ସାଥୀ ମାନଙ୍କ ଦ୍ବାରା ଶ୍ରୀ ଜଗନ୍ନାଥ ସଂସ୍କୃତି ଆଧାରିତ ପାଲା ପରିବେଷଣ କରାଯାଇଥିଲା। ଉକ୍ତ ଦଶଦିନ ଯାତ୍ରା ପାଇଁ ଶ୍ରୀ ଶ୍ରୀ ପତିତପାବନଜୀଉ ପରିଚାଳନା କମିଟିର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ସେନାପତି,ସଂପାଦକ ଶ୍ରୀ ତପନ କୁମାର ସେନାପତି, କୋଷାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସେଠୀଙ୍କ ସହିତ କମିଟି ସଦସ୍ୟ ସର୍ବଶ୍ରୀ ଗୈାରମୋହନ ସେନାପତି, କାମଦେବ ସେନାପତି,ପତିତପାବନ ସେନାପତି,ଶଶାଙ୍କ ଶେଖର ସେନାପତି,ଶୁକାନ୍ତ ବେହେରା, ନିକୁଞ୍ଜ ସ୍ବାଇଁ,ତ୍ରିଲୋଚନ ସେନାପତି, ଅଶୋକ ସେନାପତି,ଧିରେନ ମହାନ୍ତି, ସାଗର ସେନାପତି ପ୍ରଭୃତି ଗ୍ରାମର ଅନେକ ଯୁବଶକ୍ତି ଉପସ୍ଥିତ ରହି ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ତଦାରଖ ଏବଂ ଶୃଙ୍ଖଳା ରକ୍ଷାର ଦାୟୀତ୍ବ ଶ୍ରୀ ଚକ୍ରଧର ସେନାପତି ଏବଂ ଶ୍ରୀ କ୍ଷୀରୋଦ ସେନାପତି (ପଇନ) ନିର୍ବାହ କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଭାଗବତ କଥାମୃତକୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳ ଲାଗି ଓ ଶ୍ରାବଣ ଉତ୍ସବ

masiha

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

masiha

Leave a Comment

error: Content is protected !!