ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

ଗୁଣପୁର : 17-07-2023 ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକ ଲିକିଟିପଦର ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ , ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ଆଦିବାସୀ ଉନ୍ନୟନ ସସ୍ଥା, ପ୍ରକଳ୍ପ ପ୍ରଶାସକ ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

         ଆଜି ମୋଟ 82ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ70ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ 12ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ମୋ ଘର ଯୋଜନାର ପ୍ରଥମ କିସ୍ତି ଟଙ୍କା ଅତିରିକ୍ତ ଜିଲ୍ଲାପାଳ ହିତାଧିକାରୀଙ୍କୁ ପ୍ରଦାନ କରିବା ସହ 8ଜଣଙ୍କୁ ତତ୍କାଳ ଭତ୍ତା ମଞ୍ଜୁର କରି ପ୍ରଦାନ କରିଥିଲେ । ସେହିପରି ଗୋଟିଏ ବିଦ୍ୟାଳୟକୁ ମୋ ସ୍କୁଲ ପଟ୍ଟା ମଧ୍ୟ ପ୍ରଦାନ କରିଥିଲେ । ଅଭିଯୋଗ ଶୁଣାଣି ଶେଷ ହେବା ପରେ ଗୁଣପୁର ଉପ ଜିଲ୍ଲାପାଳ ଓ ଅତିରିକ୍ତ ନିର୍ବାହୀ ଅଧିକାରୀ ଲିକିଟିପଦର 5ଟି ସ୍କୁଲ ପରିଦର୍ଶନ କରିଥିଲେ । 

ଏହି ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଏଲ ସନ୍ତୋଷ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ, ପଦ୍ମପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜିର ଅଭିଯୋଗ ଗୁଡିକରେ ବିଶେଷ କରି ରାସ୍ତା, ପାନୀୟ ଜଳ, ବିଦ୍ୟୁତିକରଣ, ଘର ବାରି ପଟ୍ଟା ପ୍ରଦାନ, କଲ୍ୟାଣ ମଣ୍ଡପ ନିର୍ମାଣ ବଡ଼ନାଲ କେନାଲ ପାଣି ବଣ୍ଟନ ଆଦି ନିମନ୍ତେ ଦରଖାସ୍ତ ଆସିଥିବା ଜଣା ପଡ଼ିଥିଲା । ଅତିରିକ୍ତ ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ପଦ୍ମପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ନିରୀକ୍ଷକ, ଲିକିଟିପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ପ୍ରମୁଖ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ମହାନଗର ନିଗମ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

masiha

କର୍ମାଠଗ୍ରାମର ଟ୍ରାନ୍ସଫରମରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ମୃତ୍ୟୁ

masiha

Leave a Comment

error: Content is protected !!