ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଇବା ପାଣି ଯୋଗାଣ ପାଇଁ ମାଆ ମାନଙ୍କ ଗୁହାରି ଶୁଣିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସଙ୍ଗେ ସଙ୍ଗେ ହେଲା ସମାଧାନ ମାଆ ମାନେ ହେଲେ ଖୁସି 

ବନ୍ଧୁଗାଁ ତା ୧୬/୭/୨୩ ଗତ କାଲି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା ଙ୍କ ବନ୍ଧୁଗାଁ ବ୍ଲକ ଗସ୍ତ ସମୟରେ ହଠାତ ବଡ଼ସରପଲ୍ଲୀ ପଞ୍ଚାୟତ ସାନସରପଲ୍ଲୀ ଛକର ମହିଳା ମାନେ ଫୁଲ ମାଳ ସହିତ ସ୍ବାଗତ କରି ପିଇବା ପାଣିର ସମସ୍ୟା ଜଣାଇଥିଲେ । ସାନସରପଲ୍ଲୀ ଛକର ସମସ୍ତ ମାଆ ମାନେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ନୂତନ ଭାବେ ଖୋଳା ନଳକୂପ ନିକଟକୁ ପାଛୋଟି ନେଇ ଦେଖାଇ ଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଆ ମାନଙ୍କ ପାଣି ସମସ୍ୟା ସମାଧାନ ପାଇଁ ସଙ୍ଗେ ସଙ୍ଗେ ସୋଲାର ଟ୍ୟାଙ୍କ ଲଗାଇବାକୁ କର୍ତୁପକ୍ଷ ଙ୍କୁ ଫୋନ ମଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ଆଜି ହିଁ ସୋଲାର ଟ୍ୟାଙ୍କ କର୍ତୁପକ୍ଷ ନକକୂପ ନିକଟରେ ପହଞ୍ଚି ମାଆ ମାନଙ୍କୁ ପିଇବା ପାଣି ଯୋଗାଇବା ସୋଲାର ଟ୍ୟାଙ୍କ ବସାଇ ପିଇବା ପାଣି ଯୋଗାଇ ଫେରି ଯାଇଛନ୍ତି । ମାଆ ମାନଙ୍କ ଗୁହାରି ଅନୁଯାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଦ୍ଵାରା ସମାଧାନ ହୋଇଥିବାରୁ ସ୍ଥାନୀୟ ସରପଞ୍ଚ ସୁନ୍ଦୁରୁ ପିଡିକା ବିରୋଧ କରିଥିବା ଦେଖିବକୁ ମିଳିଛି । ଉକ୍ତ ନଳକୂପ ଟି ପଞ୍ଚାୟତ ତରଫରୁ ଖୋଳା ଯାଇଛି । ମୁଁ ପଞ୍ଚାୟତର ସରପଞ୍ଚ ମତେ ନ ଜଣାଇ କାହିକି ସେଠାରେ ସୋଲାର ଟ୍ୟାଙ୍କ ଲଗାଇଲ, ମୋ ପଞ୍ଚାୟତ ଟଙ୍କାରେ ନଳ କୁପ ହୋଇଛି, ତୁମେ ସେଠାରେ ସୋଲାର ଟ୍ୟାଙ୍କ ବସାଇବାକୁ ହେଵ ନାହିଁ, କହି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କୁ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ଏହି ଖବର ପିଇବା ପାଣି ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କୁ ସାକ୍ଷାତ କରି ଗୁହାରି କରିଥିବା ମାଆ ଓ ପୁରୁଷ ମାନଙ୍କ ପାଖକୁ ପହଞ୍ଚିବା ପରେ ସରପଞ୍ଚ ଙ୍କୁ ତୀବ୍ର ବିରୋଧ କରାଯାଇଛି । ଜଣେ ସରପଞ୍ଚ ଜନ ପ୍ରତିନିଧି ହୋଇ ନିଜ ପଞ୍ଚାୟତ ରେ କିଛି ପରିବାରଙ୍କ ପିଇବା ପାଣି ସମସ୍ୟା ସମାଧାନ ହୋଇଛି ଖୁସି ବ୍ୟକ୍ତ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଧନ୍ୟବାଦ ଦେବା ବଦଲେ ବିରୋଧ କରିବା ମାଆ ମାନଙ୍କ ତରଫରୁ ନାପସନ୍ଦ କରାଯାଇଛି । ସରପଞ୍ଚଙ୍କ ଦ୍ୱାରା ପ୍ରକୃତରେ ବିରୋଧ କରିଥିଲେ କି ନାହିଁ ଏହାର ସତ୍ୟତା ଜାଣିବା ପାଇଁ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ଫୋନ ମଧ୍ୟାମରେ ସରପଞ୍ଚଙ୍କୁ କଥାବାର୍ତ୍ତା କରି ଥିଲୁ । ସେ ବିରୋଧ କରିଥିଲେ ଓ ତୁମ ଗଣମାଧ୍ୟମଙ୍କୁ କିଏ କହିଲା ବୋଲି ମଧ୍ୟ ଆମ ଠାରୁ ଜାଣିବାକୁ ଚାହିଁ ଥିଲେ । ମାଆ ମାନଙ୍କ ଦ୍ଵାରା ପିଇବା ପାଣି ସମସ୍ୟା ସମାଧାନ କରିବା ନିମନ୍ତେ ଗୁହାରି କରିବା ସମୟରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ବ୍ଲକ ସଭାପତି ବାଲା ନାଗ ଓ ଗଣ ମାଧ୍ୟମ ପ୍ରତିନିଧି ଉତ୍ତମ ନାୟକଙ୍କ ସହ ପଞ୍ଚାୟତର ବହୁ ମହିଳା ଉପସ୍ଥିତ ରହି ଥିଲେ ।

ବନ୍ଧୁ ଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀଙ୍କ ଦଶରା, ୩ ଦିନ ଧରି ଉତ୍ସବ ମୁଖର ଦଣ୍ଡପାଟ ଅଞ୍ଚଳ

masiha

ଓଡ଼ିଆ ନବବର୍ଷ ପାଳନ ପାଇଁ ପ୍ରସୂତି ବୈଠକ

Sunil Chandra Nayak

ନଦୀ ଛାଡି କୁମ୍ଭୀରଙ୍କର ଏବେ ରାସ୍ତାରେ ଇଭିନିଂୱାକ୍ ଦେଖି ଭୟରେ ଦେଵେନ୍ଦ୍ରନାରାୟଣପୁରୁ ଵାସୀ

masiha

Leave a Comment

error: Content is protected !!