ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ନ ଯାଇ ଦରମା ପାଉଛନ୍ତି ଶିକ୍ଷୟତ୍ରୀ

କୋଲନରା :- ୮/୭ : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କାଟିକଣା ଗ୍ରାମ ପଞ୍ଚାୟତର ପାଣିଛତ୍ର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି | ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ନିୟମିତ ଭାବେ ବିଦ୍ୟାଳୟ ନ ଯାଇ ମାସକୁ ଦୁଇ ତିନି ଥର କାର୍ଯ୍ୟରେ ଯୋଗ ଦେଉଥିବା ଜଣାପଡିଛି | ତେବେ ଶିକ୍ଷୟିତ୍ରୀ ଜଣକ କିଭଳି ପ୍ରତି ମାସରେ ଦରମା ପାଉଛନ୍ତି ତାହା ଏବେ ଆଶ୍ଚଯ୍ୟ କରିଛି | ସୂଚନା ମୁତାବକ, ପାଣିଛତ୍ର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ୧୯୫୭ ମସିହାରେ ସ୍ଥାପିତ ହୋଇଥିବା ବେଳେ ଶିକ୍ଷାର ମାନ ବାଟବଣା ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪ ଜଣ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଭାବେ ମୋଟ ୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି | ଉକ୍ତ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ଜଣେ ସହକାରୀ ଶିକ୍ଷୟିତ୍ରୀ, ଜଣେ ଶିକ୍ଷକ ଅନ୍ୟ ଜଣେ ବହୁଭାଷୀ ଶିକ୍ଷୟିତ୍ରୀ ଏହିଭଳି ଭାବେ ମୋଟ ୪ଜଣଙ୍କୁ ନିଯୁକ୍ତି ଦିଆଯାଇଛି | କିନ୍ତୁ ଜଣେ ଶିକ୍ଷକଙ୍କୁ କୋଲନରା ଡେପୁଟେସନରେ ପଠା ଯାଇଥିବା ବେଳେ ବର୍ତମାନ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି | ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ନେଇ ଭିନ୍ନ ଭିନ୍ନ ଢଙ୍ଗରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜଳ କରିବା ସହ ନିଜକୁ ଜଣେ ଆଦର୍ଶ ଛାତ୍ରଛାତ୍ରୀ ଗଠନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ୨୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଶିକ୍ଷକ ନିଯୁକ୍ତି ରହିଥିବା ବେଳେ କିଭଳି ଭାବେ ୨୭ ଜଣ ପିଲାଙ୍କୁ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିଛନ୍ତି | ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୋଟା ଅଙ୍କରେ ଦରମା ଦେଇ ନିୟୋଜିତ କରି ଶିକ୍ଷାର ମାନ ଦଣ୍ଡକୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଚ୍ଚ ସ୍ତରକୁ ନେବାପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିଛନ୍ତି | କିନ୍ତୁ ରାୟଗଡା ଜିଲ୍ଲା ଶିକ୍ଷା ବିଭାଗର କୋଲନରା ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଆଞ୍ଚଳିକ ସାଧନ କେନ୍ଦ୍ର ଭୋଇମଡାର ପାଣିଛତ୍ର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି | ଗ୍ରୀଷ୍ମ ଛୁଟି ସାରି ବିଦ୍ୟାଳୟ ଗୁଡିକ ଖୋଲିଥିବା ବେଳେ ପାଣିଛତ୍ର ଗ୍ରାମରେ ଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ନ ଯାଇ କିଭଳି ଭାବେ ଦରମା ପାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଜିଲ୍ଲା ଶିକ୍ଷା ବିଭାଗ ଶିକ୍ଷାର ହାରକୁ ନେଇ ପ୍ରଚାର ପ୍ରସାର କରୁଥିବା ବେଳେ ଶିକ୍ଷୟିତ୍ରୀ ଜଣକ କିଭଳି ଭାବେ ବିଦ୍ୟାଳୟ ଆସୁ ନାହାନ୍ତି ତା ନେଇ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ପ୍ରଧାନ କାହିଁକି ନିରବ ରହୁଛନ୍ତି ।କି ଭଳି ଭାବେ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମଧୁଚନ୍ଦ୍ରିକା ତାହା ସନ୍ଦେହ ଘେରରେ ରହିଛି | ଉକ୍ତ ବିଦ୍ୟାଳୟ ସ୍ଥାପିତ ହୋଇ ଦୀର୍ଘ ୬୬ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟର ଗୋଟିଏ ହେଲେ ଛାତ୍ରଛାତ୍ରୀ କୌଣସି ପ୍ରକାର ବୃତ୍ତି ଆଜିଯାଏଁ ପାଇ ନଥିବା ଗ୍ରାମବାସୀ କହିଛନ୍ତି | ବର୍ତମାନ ଓଡିଶା ଶିକ୍ଷା ବିଭାଗର ସ୍ଥାନ ୧୪ଟି ସ୍ଥାନକୁ ଖସି ଯାଇଥିବା ନେଇ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିବା ବେଳେ ଗାଢ଼ ନିଦ୍ରାରେ ରାୟଗଡା ଜିଲ୍ଲା ଶିକ୍ଷା ବିଭାଗ | ଏ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ଜଣକ ବହୁତ ଦୁର ବାଟରୁ ଆସୁଥିବା ହେତୁ ଦିନେ ଦୁଇଦିନ ଆସୁଥିବା କହିବା ସହ ଏ ସମ୍ପର୍କ ନେଇ ଜିଲ୍ଲା ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣେଇଥିବା କହିଥିଲେ | ସେହିପରି ଭୋଇମଡା କ୍ଲଷ୍ଟର ସିଆରସିସି ଯୁଧିଷ୍ଠିର ମୁଟୁକା ତଦନ୍ତ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ କୁହାଯିବ ବୋଲି ସେ କହିଛନ୍ତି | ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପଦ୍ମିନୀ ପାଣିଗ୍ରାହୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପାଣିଛତ୍ର ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବୋଲ ବମ କାଉଡ଼ିଆ ସେବା ଶିବିର ଶୁଭ ଉଦଘାଟନ

masiha

ଗାଈ ଖୋଜିବାକୁ ଯାଇଥିବା ବେଳେ ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

Sunil Chandra Nayak

ଧର୍ମଗଡ ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!