ନବରଙ୍ଗପୁର,୧୭/୭(ମସିହା) ଧାନ କ୍ଷେତ ରେ ପାଣି ନାହଁ, ତଳି ମାଟି ରୁ ଉଠି ପାରୁନି। ମାଟି କାଦୁଅ ହେଉନି, ଚାଷ ଜମିରେ ଚାଷୀ ଯିବାକୁ ଇଚ୍ଛା କରୁନି।ଯେତିକି ଚାଷୀ ଙ୍କ ତଳି ରୁଆ ପାଇଁ ହୋଇଥିଲା ତାହା ପୁଣି ଧୀରେ ଧୀରେ ମଉଳି ବାକୁ ଲାଗିଲାଣି। ଗତ କାଲି ଅଳ୍ପ ବର୍ଷା ହେବା ଯୋଗୁଁ କିଛି ତଳି ପୁଣି ଜୀବନ ଫେରି ପାଇବା ଭଳି ଦେଖା ଦେଇଛି। ପୂର୍ବ ବର୍ଷ ମାନଙ୍କରେ ଜୁନ୍ ମାସରେ ତଳି ରୁଆ ସହିତ ବେଉଷଣ କାର୍ଯ୍ୟ ମଧ୍ୟ ସରି ଯାଉଥିଲା। ଗୁଣ୍ଡିଚା ଯାତ୍ରା ରେ ଲୋକେ ରୁଆ କାର୍ଯ୍ୟ ସାରି ଯାତ୍ରା ଦେଖି ଯାଉଥିଲେ। ଏବର୍ଷ ବିଧିର ବିଧାନ କେ କରିବ ଆନ, ମୌସୁମୀ ଆଗମନ ବିଳମ୍ବ ଯୋଗୁଁ ଜିଲ୍ଲାବାସୀ ଜମିରେ ତଳି ରୁଆ କରି ପାରିନାହାଁନ୍ତି। କୃଷି ବିଭାଗୀୟ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ ନ କରି ଆରାମରେ କାର୍ଯ୍ୟାଳୟ ରେ ଆସି ସମୟ କୁ ଗଣି ଗଣି ରହୁଛନ୍ତି। ଗୋଟିଏ ପଟେ ଜିଲ୍ଲା ର ଚାଷୀ ଚାଷ କାର୍ଯ୍ୟ ପାଇଁ ଚିନ୍ତା ରେ ରହିଥିବା ବେଳେ, ଆଉ ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଡାକ ବାଜି ଯନ୍ତ୍ର ରେ ଜିଲ୍ଲା ରେ ଧାନ ମଣ୍ଡି ପଞ୍ଜିକରଣ କରିବାକୁ କୁହା ଯାଉଛି। ପ୍ରଶାସନ ଜମିରେ ଧାନ ଦେଖିନାହିଁ ନ ଦେଖି କିଭଳି ନଈ ନ ଦେଖି ଲଙ୍ଗଳା ହେଲା ଭଳି କାର୍ଯ୍ୟ କରୁଛି। ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୂଚନା ଅନୁସାରେ ଚଳିତ ମାସ ଖରିଫ _୨୦୨୩ ଆର୍ଥିକ ବର୍ଷ ପାଇଁ ୧୬ଜୁନ୍ ଠାରୁ ଧାନ ମଣ୍ଡି ଆରମ୍ଭ ହୋଇ ଯାଇଛି। ଯାହା ଆସନ୍ତା ମାସ ଅଗଷ୍ଟ ୧୬ ତାରିଖ ଦିନ ଯାଏ ଚାଲିବ। ଜିଲ୍ଲାର ଲ୍ୟାମ୍ପ କିମ୍ବା ମହିଳା ମଣ୍ଡଳ ଗୋଷ୍ଟି ଙ୍କ ଦ୍ଵାରା ଧାନ କ୍ରୟ କରିବାର ଵ୍ୟବସ୍ଥା କରା ଯାଇଛି। ତେଣୁ ଚାଷୀ ଙ୍କୁ ସେଠାରେ ଯାଇ ନିଜର ନାମ ଧାର୍ଯ୍ୟ ସମୟ ମଧ୍ୟରେ ନିଜର ନାମ ପଞ୍ଜିକରଣ କରିବାକୁ କୁହାଯାଇଛି। ଜିଲ୍ଲାରେ ବର୍ଷା ର ଦେଖା ନାହି, ୨ଦିନ ହେଲା କିଛି ବର୍ଷା ହୋଇଛି। ଆଜି ଜିଲ୍ଲାର ନବରଙ୍ଗପୁର ବ୍ଲକ୍ ରେ ୨୫.୦,ନନ୍ଦାହଣ୍ଡି ୦.୦,ତେନ୍ତୁଳିଖୁଣ୍ଟି୧୨.୦, ପାପଡ଼ାହାଣ୍ଡି ,୭.୦, କୋଷାଗୁମୁଡ଼ା,୧୫.୬, ଡାବୁଗାଁ ୬.୨, ଉମରକୋଟ,୯.୪.ଝରିଗାଁ,୧୪.୦, ଚନ୍ଦାହାଣ୍ଡି ,୨.୦,ଜିଲ୍ଲା ଜରରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯେତିକି ପରିମାଣ ରେ ବର୍ଷା ହୋଇଛି ସେତିକି ପରିମାଣ ଜମିରେ କାଦୁଅ ହେବ ନାହିଁ ବୋଲି ଚାଷୀ କହିଛନ୍ତି।ଆଗକୁ ଆଉ ବର୍ଷା ନ ହେଲେ ତଳି ରୁଆ କାର୍ଯ୍ୟ ଆଗେଇ ପାରିବ ନାହିଁ। ତଳି ରୁଆ ସବୁ ପାକଳ ହୋଇ ଯିବ, ବର୍ତ୍ତମାନ ବେଉଷଣ ସମୟ ପାର ହୋଇ ଯାଇଛି।ଏ ବର୍ଷ ଧାନ ହେବ କି ନାହିଁ ,ଯଦି ହେବ କିଛି ପରିମାଣ ରେ ହେବ। ଜିଲ୍ଲା ରେ କିଛି ବ୍ଲକ୍ ରେ ବର୍ଷା ହେବା ନିମନ୍ତେ ବେଙ୍ଗ ବେଙ୍ଗୁଲି ବିବାହ କରିବା ସହିତ ହୋମ ଯଜ୍ଞ କରିବା ସହିତ ଭଗବାନ ଙ୍କ ଠାରେ ପ୍ରାର୍ଥନା ବି କରି ସାରିଛନ୍ତି। ହେଲେ ବି ଚାଷୀ ଏବେ ଚିନ୍ତାରେ ରହିଛନ୍ତି। ଏଥିରେ ଚାଷୀ ପରିବାର ଋଣ ପରିଶୋଧ କରିବେ, ପୁଣି ପରିବାର କେମିତି ଚଳାଇବେ। କିଛି ଦିନ ମଧ୍ୟରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା କୁ ପ୍ରାକ୍ ମରୁଡ଼ି ଘୋଷଣା କରିବାକୁ ଦାବି କରିଥିଲା। ଜିଲ୍ଲା ପ୍ରଶାସନ କୃଷି ବିଭାଗୀୟ ଅଧିକାରୀ ରାଜସ୍ୱ ବିଭାଗୀୟ ଅଧିକାରୀ ଙ୍କ କୌଣସି ବୈଠକ ବସି ନାହିଁ କି ଚାଷୀ ଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନାହି।ଏ ନେଇ ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କୁ ପଚାରି ଵାରୂ ସରକାରଙ୍କ ନିର୍ଦ୍ଦେଶ ଆସିଲେ କାର୍ଯ୍ୟ କାରୀ କରାଯିବ ବୋଲି କହିଛନ୍ତି।ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି ଙ୍କୁ ପଚାରିବାରୁ ସେ ଏ ବିଷୟରେ ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହିତ ଖୁବ୍ ଶୀଘ୍ର ଆଲୋଚନା କରି ଚାଷୀ ଙ୍କ ପାଇଁ ଯାହା ହିତ ତାହା କରିବେ ବୋଲି କହିଛନ୍ତି।
previous post