ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚରାମୂଳା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ

ତେନ୍ତୁଳିଖୁଣ୍ଟି -୧୭/୭/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚରାମୂଳା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ମନୋଜ କୁମାର ପାଣିଗ୍ରାହୀ ସମେତ ଏ ବି ଇ ଓ ମୋହନ ମଧୁସୂଦନ ବାଘ ଙ୍କ ଉପସ୍ଥିତି ରେ ବୃକ୍ଷରୋପଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚରାମୂଳା ମା ମାଣିକେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀ, ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ମିଳିତ ଭାବେ ୧୦୦ଟି ଚାରା ରୋପଣ କରିଛନ୍ତି। ଗଛ ଲଗାଇବା ଦ୍ଵାରା ପରିବେଶ ସନ୍ତୁଳିତ ହେବା ସହ ଅମ୍ଳଜାନ ପ୍ରଚୁର ମାତ୍ରା ରେ ମିଳିବ ବୋଲି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ଗଛ ଲଗାଇ ବେଶ ଖୁସି ଥିବା ଛାତ୍ର ଛାତ୍ରୀ ମାନେ କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଖଡିଆଳ ର ଦୈନିକ ଓଡ଼ିଆ ଖବର କାଗଜ ଓଡିଶା ଭାସ୍କର ସାମ୍ବାଦିକ୍ ମନୁ ତାଣ୍ଡି ସ୍ୱର୍ଗବାସ

Sunil Chandra Nayak

ଭଙ୍ଗାବାରି ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ର ର ଭିତ୍ତିପ୍ରସ୍ତର 

masiha

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!