ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷୟିତ୍ରୀ ଙ୍କୁ ବିଦାୟି କାଳିନ ସମ୍ବର୍ଦ୍ଧନା

ଉତ୍କେଲା,୨୩/୦୭,ନିପ୍ର:କେସିଙ୍ଗା ବ୍ଲକ ଉତ୍କେଲା ସରକାରି ପ୍ରାଥମିକ ଲାଲବାହାଦୁର ବିଦ୍ୟାପିଠ ର ଶିକ୍ଷୟିତ୍ରୀ ଦୁଃଖିମଣି ଦେଇ ବିଦ୍ୟାଲୟ ରୁ ଶେଷ ବିଦାୟି ସମୟରେ ଏକ ଭାବମୟ କୋହ ଭରା ଛାତ୍ରଛାତ୍ରୀ ଙ୍କ ମନରେ ଏକ ପ୍ରକାର ର ଦୃଶ୍ୟ ବହୁ କମ ଦେଖିବାକୁ ମିଲେ। ଗୁରୁ ଶିଷ୍ୟ ଙ୍କର ଏପରି ସ୍ନେହ ଏଭଳି ଛଡେଇ ହୋଇ ଚାଲିଯିବା କଷ୍ଟ ସେ କେବେ ବି ଭୁଲି ପାରିବେ ନାହିଁ ବୋଲି ଦିଦି ପ୍ରକାଶ କରିଛନ୍ତି। ସେ ଯେବେଠୁଁ ଉକ୍ତ ବିଦ୍ୟାଲୟ ରେ ଯୋଗଦାନ କଲେ ଛୁଆ ମାନଙ୍କ ପ୍ରତି ଆଦର ସ୍ନେହ ଏପରି ଦେଇଥିଲେ ଯେ ବିଦାୟି ବେଲେ ଉଭୟେ ଛାତ୍ରଛାତ୍ରୀ ଭୋ ଭୋ ହୋଇ କାନ୍ଧି ପକାଇଥିଲେ। ଶିକ୍ଷକତା ଜିବନରେ ନିଜର ଶୃଙ୍ଖଳିତ ବ୍ୟବହାର ଛାତ୍ରବତ୍ସଳ, ଶିକ୍ଷା ପ୍ରେମି ଯୋଗୁଁ ସେ ବହୁତ ଆଦର ,ମମତା ଏହି ବିଦ୍ୟାଲୟ ରେ ପାଇଛନ୍ତି। ଉକ୍ତ ସମ୍ବର୍ଦ୍ଧନା ରେ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରି ମିଶ୍ର,ସମେତ ଦୁଇ ପାଚିକା ମଧ୍ୟ ତାଙ୍କରି କଥାବାର୍ତା ଚାଲିଚଳନ,ବ୍ୟବହାର କୁ ମନେ ପକାଇ ତାଙ୍କୁ ବିଦାୟ ବେଲେ କଷ୍ଟ ଅନୁଭବ କରିଥିବାର ଦେଖିବାକୁ ମିଳିଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

ଦୀପାବଳି ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଏକାଧିକ ସମସ୍ୟାରେ ଚାଲିଛି ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ

masiha

Leave a Comment

error: Content is protected !!