ବାଲେଶ୍ଵର,୨୨/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ କାର୍ଯ୍ୟରତ ଖବରଦାତା କିଶୋର କୁମାର ବେହେରାଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ସେ ଏବେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଅବସରରେ ଖବରପାଇ ଭାଜପା ରାଜ୍ୟ ମୁଖପାତ୍ର ତଥା ମୁକୁନ୍ଦ ପ୍ରସାଦ ଫାଉଣ୍ଡେସନର ସମ୍ପାଦକ ଠାକୁର ରଞ୍ଜିତ ଦାସ ତାଙ୍କୁ ଶନିବାର(୨୨/୭/୨୦୨୩) ଅପରାହ୍ନରେ ଭେଟି ସହଯୋଗର ହାତ ବଢାଇବା ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ତାଙ୍କୁ ଦେଖୁଥିବା ଡାକ୍ତରଙ୍କ ସହ ଚିକତ୍ସା ସମ୍ବନ୍ଧରେ ଆଲୋଚନା କରିଛନ୍ତି ମୁଖପାତ୍ର । ଶ୍ରୀ ବେହେରା ଶୀଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ ବୋଲି ସାମ୍ବାଦିକ ବନ୍ଧୁ ମାନଙ୍କ ସମେତ ତାଙ୍କୁ ଭଲ ପାଉଥିବା ସମସ୍ତ ସାଥି ସହୋଦର ମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।।
previous post