ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକକୁ ପୋଡ଼ିଦେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ

କୋକସରା,୨୨/୦୭ // ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବାଇକକୁ ପୋଡି ଦେଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଗ୍ରାମ ଠାରେ ଗ୍ରାମର ସୁଦର୍ଶନ ନାଏକଙ୍କ ଘର ବାରଣ୍ଡା ଆଗରେ ଥିବା ୟାହାମା ବାଇକ ନମ୍ବର ଓଡ଼ି ୦୮ ଏଲ ୭୨୬୨ କୁ ଗତକାଲି ବିଳମ୍ବିତ ରାତିରେ କେଉଁ ଜଣେ ଅଜଣା ଦୁର୍ବୃତ୍ତ ପୋଡି ଦେଇଥିବା ନେଇ କୋକସରା ଥାନାରେ ଅଭିଯୋଗ ହୋଇଛି। ସୂଚନା ମତେ ଦାବ୍ରିଗୁଡା ଗ୍ରାମର ସୁଦର୍ଶନ ନାଏକ ନିଜ ଝିଅର ବିବାହ ସମୟରେ ଧର୍ମଗଡ ବ୍ଲକ ତେଣ୍ଡାପାଲି ଗ୍ରାମର ଜୈନେକ ଯୁବକଙ୍କୁ ବାଇକ ଯୌତୁକରେ ଦେଇଥିଲେ, ହେଲେ କିଛି କାରଣକୁ ନେଇ ବିବାହ ବିଚ୍ଛେଦ ହେବାରୁ ଯାନୀ ଯୌତୁକ ଦେଇଥିବା ସାମଗ୍ରୀ ସହ ବାଇକକୁ ମଧ୍ୟ ନେଇ ଆସିଥିଲେ କନ୍ୟାପକ୍ଷ । ଜ୍ବାଇଁଙ୍କୁ ଦେଇଥିବା ବାଇକଟି ରାତିରେ ଘର ବାରଣ୍ଡାରେ ହେଣ୍ଡଳ ଲକ କରି ରଖିଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଆସି ବାଇକକୁ ପୋଡି ଦେଇଥିବା ରାତିରେ ଦେଖିବାକୁ ମିଳିଛି। ବାଇକଟି ନିଆଁରେ ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି। ଏନେଇ ଶନିବାର କୋକସରା ପୋଲିସରେ ସୁଦର୍ଶନ ନାଏକ ଅଭିଯୋଗ କରିଛନ୍ତି। ତେବେ କିଏ କାହିଁକି ବାଇକକୁ ପୋଡିଛି ତାହାର କାରଣ ଅସ୍ପଷ୍ଟ ରହିଛି।କୋକସରା ପୋଲିସ ପକ୍ଷରୁ ୧୯୧/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ,୫୦୫ ଲିଟର ଡିଜେଲ ଜବତ

ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଯୁବକ

masiha

ଶଶୁର ଘରେ ରହୁଥିବା ଜ୍ବାଇଁ ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!