ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ, ୩ ଜଣ ଗୁରୁତର , ୨ ଆହତ
ଡାବୁଗାଁ, ୨/୩ – (ମ.ନି.ସ.) ନବରଙ୍ଗପୁରର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧିନ କୁସୁମବନ୍ଧ ଗ୍ରାମର ଶିବ ମନ୍ଦିର ଠାରେ ଯାତ୍ରା ଦେଖିବା ସମୟରେ ଗଣ୍ଡଗୋଳ ହୋଇ ଛୁରା ମାଡରେ ୩ ଗୁରୁତ୍ତର ୨ ଜଣ ଆହତ | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧିନ କୁସୁମବନ୍ଧ ଗ୍ରାମର ଶିବ ମନ୍ଦିର ଠାରେ ଶନିବାର ଦିନ ଶିବରାତ୍ରି ପାଳନ ହୋଇଥିଲା | ରାତ୍ରିରେ ଭକ୍ତ ମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ ନାଟକ ଚାଲିଥିଲା । କୁସୁମବନ୍ଧ ଗ୍ରାମର ଆସମନ ଗୌଡ, ରଞ୍ଜିତ ମାଝି ଓ ଧନସାଏ ଗୌଡ ନାଟକ ଦେଖିବା ପାଈଁ ଯାଇଥିଲେ । ନାଟକ ଦେଖୁଥିବା ବେଳେ ରାତ୍ରୀ ପ୍ରାୟ ୩ ଘ. ସମୟରେ ଚଚରାଗୁଡ଼ା ଗ୍ରାମର ତନ୍ତିପାଲ ପନକା ଓ ଦାସ ପନକା ମଦ ପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଲୋକ ମାନଙ୍କୁ ଠେଲା ପେଲା କରୁଥିଲେ | ସେହି ସମୟରେ କୁସୁମବନ୍ଧ ଗ୍ରାମର ଆସମନ ଗୌଡ, ରଞ୍ଜିତ ମାଝୀ ଓ ଧନସାଏ ଗୌଡ ସେମାଙ୍କୁ ବୁଝାଉଥିଲେ | ସେହି ସମୟରେ ତାନ୍ତିପାଲ ପନକା ଉତ୍ୟକ୍ତ ହୋଇ ଏକ ଛୁରା ସାହାଯ୍ୟରେ ରଞ୍ଜିତ ମାଝୀ (୨୩) ଓ ଧନସାଏ ଗୌଡ(୨୭)ଙ୍କୁ ଆକ୍ରମଣ କରିଥିଲେ | ଫଳରେ କୁସୁମବନ୍ଧ ଗ୍ରାମର ରଞ୍ଜିତ ମାଝୀ ଓ ଧନସାଏ ଗୌଡ ଙ୍କ ପେଟରେ ଛୁରି ବାଜି ଆହତ ହୋଇଥିବା ବେଳେ ଆସମନ ଙ୍କ ହାତରେ ଆଘାତ ଲାଗିଥିଲା | ସଙ୍ଗେ ସଙ୍ଗେ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେଠାରେ ରଞ୍ଜିତ ଓ ଧାନସାଏ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି | ଏନେଇ ରବିବାର ଅପରାହ୍ନରେ ଆହତ ଆସମନ ଗୌଡ ଚଚରାଗୁଡ଼ା ଗ୍ରାମର ତନ୍ତିପାଲ ପନକା ଓ ଦାସ ପନକା ଥାନାରେ ଏତଲା ଦେଇଛନ୍ତି | ଏନେଇ ଥାନା କେସ ନଂ ୩୪/୨୫ ଏକ ମାମଲା ରୁଜୁ କରାଯାଇଛି | ଖବର ପାଇ ଡାବୁଗାଁ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣା ସ୍ଥଳରେ ପହଞ୍ଚି ତନ୍ତିପାଲ ପନକା ଙ୍କୁ ଅଟକ ରଖିଛି ଓ ବ୍ୟବହୃତ ଛୁରିକୁ ଜବତ କରାଯାଇଛି | ଏହାସହ ତନ୍ତିପାଲ ପନକା ସାମାନ୍ୟ ଆହତ ହେବାସହ ଦାସ ପନକା ଗୁରୁତ୍ତର ହୋଇ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

