ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯକୃତରେ ସମସ୍ୟା ଯୋଗୁଁ ପରିବାରର ମୁଖିଆ କୂଳସୂଦନ ଭୋଇଙ୍କ ପରଲୋକ  

ଯକୃତରେ ସମସ୍ୟା ଯୋଗୁଁ ପରିବାରର ମୁଖିଆ କୂଳସୂଦନ ଭୋଇଙ୍କ ପରଲୋକ  

ରୁପ୍ରା, ୨/୩ (ଅଜୟ ସେନାପତି ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ କେନ୍ଦୁପଡା ଗ୍ରାମର ସ୍ୱର୍ଗତ ନର ଭୋଇଙ୍କ ପୁଅ କୂଳସୂଦନ ଭୋଇଙ୍କ (୪୨) ରାୟପୁର ଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ସକାଳେ ପରଲୋକ ହୋଇଯାଇଛି। ସୂଚନାଯୋଗ୍ୟ ପରିବାରର ଭରଣପୋଷଣ ଓ ଦୁଇ ନାବାଳକ ପୁଅଙ୍କ ଭବିଷ୍ୟତ ପାଇଁ କାମଧନ୍ଦା ଅନ୍ୱେଷଣରେ  ସ୍ୱର୍ଗତ କୂଳସୂଦନ ନିଜ ଶଶୁର ଗାଁ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ଭାଲୁକଟାରେ ସପରିବାର  ରହିଆସୁଥିଲେ। ତେବେ ୧୫ଦିନ ତଳେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ପ୍ରଥମେ ରୁପ୍ରା ପିଏଚସିରେ ପ୍ରାଥମିକ ଚିକିତ୍ସା କରିବା ପରେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ତେବେ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନହେବାରୁ ରାୟପୁରକୁ ଗତ ୨୪ତାରିଖ ଦିନ ସ୍ଥାନାନ୍ତର କରିଥିଲେ। ସେଠାରେ ଯକୃତରେ କିଛି ସମସ୍ୟା ଥିବା ପରୀକ୍ଷାରୁ ଜଣାପଡିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା, ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ଅକାଳ ବିୟୋଗ ଘଟିଯାଇଛି। ଏହି ଖବର ଜଣାପଡିବା ପରେ ପୈତୃକ ଗାଁ କେନ୍ଦୁପଡା ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପଛରେ ପତ୍ନୀ ରାଜେଶ୍ୱରୀ, ଦୁଇ ନାବାଳକ ପୁଅ ହେମରାଜ୍ (୧୭) ଓ ଦୀପୁରଞ୍ଜନ (୧୨)ଙ୍କ ସମେତ ଆତ୍ମୀୟ ସ୍ୱଜନଙ୍କୁ ଛାଡି ମୃତ୍ୟୁବରଣ କରିଛନ୍ତି, ସେଠାରୁ ଆମ୍ୱୁଲେନ୍ସ୍ ଯୋଗେ ମୃତ ଶରୀର ପୈତୃକ ଗାଁ କେନ୍ଦୁପଡାକୁ ଶନିବାର ରାତି ୯ଟାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କେନ୍ଦୁପଡା ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।  ସୂଚନା ମୁତାବକ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି କୂଳସୂଦନଙ୍କ ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଏଣୁ ସରକାରୀ ନିୟମ ଅନୁଯାୟୀ ଉକ୍ତ ଗରିବ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ଓ ଶୁଦ୍ଧିକ୍ରିୟା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

( ମ ନି ସ ) 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ

masiha

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

Sunil Chandra Nayak

କଳାହାଣ୍ଡି ଉତ୍ସବର ରୌପ୍ୟଜୟନ୍ତୀ ଅବସରରେ ଭବ୍ୟ ମଶାଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!