ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ

ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

ରାଉରକେଲା :   ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ, ନିଯୁକ୍ତି , ବିସ୍ଥାପିତଙ୍କ ଥଇଥାନ, ବିମାନ ବନ୍ଦରର ଉନ୍ନତିକରଣକୁ ନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀଯୁକ୍ତ ଅଭିଜିତ ନରେନ୍ଦ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ  ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଉତ୍ତରାଚଂଳ ରାଜସ୍ବ ଆୟୁକ୍ତ ଶ୍ରୀ ସଚିନ ରାମଚନ୍ଦ୍ର ଯାଧବ , ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ପଶ୍ଚିମାଚଂଳ ଡିଆଇଜି ଶ୍ରୀ ବ୍ରିଜେଶ ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ରାଉରକେଲା ଏସପି ଶ୍ରୀ ନିତେଶ ଓ୍ବାଧଓ୍ବାନୀ, ରାଉରକେଲା ଇସ୍ପାତ କାରଖାନାର ଡିଆଇସି  ଶ୍ରୀ ଆଲୋକ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ l 

ଏହି ବୈଠକରେ ପ୍ରଶାସନ ଓ ଆରଏସପି ପକ୍ଷରୁ ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ , ବିସ୍ଥାପିତଙ୍କ ଥଇଥାନ  ଶାନ୍ତି ଶ୍ରୁଙ୍ଖଳାର ସହିତ କରାଯାଇପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା l  ସୂଚନା ଯୋଗ୍ୟ ଯେ ଆରଏସପି ର ଉତ୍ପାଦନ କ୍ଷମତା ବାର୍ଷିକ ୪.୫ ମିଲିୟନ ଟନରୁ ୯.୩ ମିଲିୟନ ଟନ କୁ ବ୍ରୁଦ୍ଧି କରାଯିବ l ଏହାପାଇଁ  ୧୨୦୦ ଏକର ଜମି ବ୍ୟବହାର  କରାଯିବ l 

  ଏହି ଅବସରରେ ଯୁଗ୍ମ ସଚିବ ଶ୍ରୀଯୁକ୍ତ ଅଭିଜିତ ନରେନ୍ଦ୍ର ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା କିିଛି ଗ୍ରାମବାସୀ ଓ ବିଭିନ୍ନ ବିସ୍ଥାପିତ ସଙ୍ଗଠନର ପ୍ରତିନିଧି ମାନଙ୍କ ସହିତ ମଧ୍ୟ ସିଧା ସଳଖ କଥାବାର୍ତ୍ତା କରିଥିଲେ ଓ ସେମାନଙ୍କର ସମସ୍ୟା ଓ ଦାବୀ ବିଷୟରେ ପଚାରିବୁଝିଥିଲେ  l ସେମାନଙ୍କୁ ମିଳିତ ସହଯୋଗରେ ଏହାର ସମାଧାନ ର ବାଟ ବାହାର କରାଯିବ ବୋଲି ଆଶ୍ବାସନା ଦେଇଥିଲେ l 

ବୈଠକ ପରେ ପରେ  ଉତ୍ତରାଚଂଳ ରାଜସ୍ବ ଆୟୁକ୍ତ ଶ୍ରୀ ସଚିନ ରାମଚନ୍ଦ୍ର ଯାଧବ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ରାଉରକେଲା ଇସ୍ପାତ କାରଖାନା ର ବର୍ତ୍ତମାନ ଉତ୍ପାଦନ କ୍ଷମତା  ୪.୫ ଏମଟିଏ ରୁ  ୯.୩ (MTA) କରିବ l ଏଥିପାଇଁ ୩୦ହଜାର କୋଟି ଟଙ୍କାର ବିନିଯୋଗ କରାଯିବ l ଏହାଦ୍ବାରା ନୂଆ ନିଯୁକ୍ତିର ସୁଯୋଗ ବଢିବ l ରାଉରକେଲା ସହରର ମଧ୍ୟ ବିକାଶ ହେବ l ରାଉରକେଲା ସହିତ ରାଞ୍ଚି, କୋଲକତା ସହର ଓ କେନ୍ଦୁଝର ସଂଯୋଗ ରହିଛି l  ବର୍ତମାନ ସହରର ବିକାଶ ନିତାନ୍ତ ଆବଶ୍ୟକ ରହିଛି l  ସଂପ୍ରସାରଣରେ ବିସ୍ଥାପିତ ଲୋକ ମାନଙ୍କୁ ଥଇଥାନ କରାଯିବ l  ବିସ୍ଥାପିତଙ୍କ ବହୁ ବର୍ଷର ଦାବୀ ରହିିଛି ସେଗୁଡାକ ମଧ୍ୟ ଆଇନ ଅନୁସାରେ ସମାଧାନ କରାଯିବ l 

ଏହି ବୈଠକରେ ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ,ଆଇ ଏ ଏସ ଶିକ୍ଷାନବିସ ଫାବୀ ରସିଦ, ଆରଏସପି ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ରବି ଧାନ କିଣା ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଧର୍ମଗଡ଼ ବିଧାୟକ ବ୍ୟବସ୍ଥିତ ଢଙ୍ଗରେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳରୁ ରବି ଧାନ କିଣା ନେଇ ଆଶା ଉଜ୍ଜଳ….

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!